ଧର୍ମରକ୍ଷା ଓ ଧର୍ମଜାଗରଣ କ୍ଷେତ୍ରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ଜୀ ଅବଦାନ ଅତୁଳନୀୟ : ବାବାଜୀ ସତ୍ୟାନନ୍ଦ ମହାରାଜ

ରାଜ୍ୟ
Spread the love

ଝଙ୍କଡ଼ :  ସମଗ୍ରଦେଶ ଓ ଆମରାଜ୍ୟ ଓଡିଶାରେ ଯେତେବେଳେ ସନାତନହିନ୍ଦୁଧର୍ମ ଅନ୍ୟମାନଙ୍କ ଦ୍ୱାରା କବଳିତ ହେଉଥିଲା, ସେତେବେଳେ, ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ମହାରାଜ ଧର୍ମର ସୁରକ୍ଷା ଓ ଧର୍ମଜାଗରଣ କ୍ଷେତ୍ରରେ, ବୈପ୍ଲଵାତ୍ମିକ ଭୂମିକା ଗ୍ରହଣ କରିଥିଲେ ବୋଲି ଗତ ଗୁରୁବାର ପୂର୍ବାହ୍ନ ରେ, ତିର୍ତ୍ତୋଲବ୍ଲକ, ନରୁଆ ଶାଗବାରିଆ ଠାରେ ଚାଲିଥିବା ଧର୍ମରକ୍ଷାଦିବସ ପାଳନ ର ଷଷ୍ଠଦିବସ ରେ ଏକ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଥିଲେ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ l

ଏହି କାର୍ଯ୍ୟକ୍ରମ ରେ ଓଡିଶା ସଂସ୍କୃତି ପ୍ରମ୍ମୁଖ ଡଃ ସ୍ମୃତିସାଗର ଦାସ ମହାରାଜ, ଅଧିକାରୀ ମଦନ ମୋହନ ଦାସ, ବଡ଼ମଠ ମହନ୍ତ ମଧୁସୂଦନ ଦାସ, ସଙ୍ଘଚାଳକ ରଞ୍ଜନ ସାମଲ, ଶିକ୍ଷକ ଶରତ ଚନ୍ଦ୍ର ତାରେଣିଆ, ସେବାନିବୃତ ସେନାଧିକାରୀ ଦେବେନ୍ଦ୍ର କୁମାର ପଣ୍ଡା, ଆଚାର୍ଯ୍ୟ ସୁଧୀରରଞ୍ଜନ ଦାଶ, ଯଜ୍ଞକର୍ତ୍ତା ଜଗନ୍ନାଥ ଖଣ୍ଡୁଆଳ, ଜିଲ୍ଲାସଂଯୋଜକ ପ୍ରଦୀପ କୁମାର ଲେଙ୍କା, ରାମାୟଣୀ ପଣ୍ଡିତ ଅଭୟକୁମାର ଦାଶ, ହଳଦିଆ ଭାଗବତ ପରିବାର ଗୋପାଳ ଚନ୍ଦ୍ର ଖଟୁଆ, ଧର୍ମେଶ୍ୱର ଭାଗବତ ପରିବାର ସନ୍ତୋଷ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ, ଦେବେନ୍ଦ୍ର ବିଶ୍ୱାଳ, ନିମାଇଁ ବିଶ୍ୱାଳ, ରମାକାନ୍ତ ସାହୁ, ଦିଲ୍ଲୀପ ନାୟକ, ସରୋଜିନୀ ନାୟକ, ମଞ୍ଜୁବାଳା ଲେଙ୍କା ଓ ମୀରା ବିଶ୍ୱାଳ ପ୍ରମୁଖ କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟସହଯୋଗ କରିଥିବାର ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *