Aaf90dee 1ef2 4304 Aa31 01446800b0d5

ଛତ୍ରମଠ ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ

ରାଜ୍ୟ
Spread the love

ଝଙ୍କଡ଼ ତା ୨୧/୮/୨୦୨୫ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ପଞ୍ଚାୟତ ଅନ୍ତର୍ଗତ ତରାପୁର ଛତ୍ରମଠ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଧୂନଚନ୍ଦ୍ର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଭାପତିତ୍ବରେ ଆୟୋଜିତ ଏହି ମୂଖ୍ୟଅତିଥି ଭାବରେ ପ୍ରାକ୍ତନ ଶିକ୍ଷକ ନିରଞ୍ଜନ ବେଉରା, ମୂଖ୍ୟବକ୍ତା ଦିଗାମ୍ବର ରାଉତ ଓ ସମ୍ମାନିତ ଅତିଥି ଭୀମସେନ ବିଶ୍ବାଳ, ଦୁର୍ଯ୍ୟୋଧନ ବାରିକ, କ୍ଷୀରୋଦ ରାଉତ, ଧ୍ରୁବ ଚରଣ ଦତ୍ତ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ , ଲୀଳାଅବତାର ଭଗବାନ ଶ୍ରୀକୃଷ୍ଣ ଙ୍କ ବାଲ୍ୟଲୀଳା ଓ ତାଙ୍କର ମୁଖନିଶୃତ ଗୀତା ମାହାତ୍ମ୍ୟ ବିଷୟରେ ଆଲୋଚନା କରିବା ସହିତ , ସ୍ଵାଧୀନତା ଦିବସ ର ତାପ୍ତର୍ୟ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।ପରିଚାଳନା କମିଟି ର ଉପସଭାପତି ଅଲେଖ ଚରଣ ସେଠୀ, କୋଷାଧ୍ୟକ୍ଷ ସୁଦାମ ଚରଣ ଦାସ, ଯୁଗ୍ମସମ୍ପାଦକ ବିଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇ ପିଲା ମାନଙ୍କୁ ବଡମଣିଷ ଓ ଭଲମଣିଷ ହେବାପାଇଁ ଉପଦେଶ ଦେଇଥିଲେ।

34de6c82 Ff43 4c2b 9694 Ba4eed9e2681

ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ ସ୍ଵାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ଗୁରୁମା ସୁପ୍ରଭା ନାୟକ ସଂଯୋଜନା କରିଥିବା ବେଳେ ଗୁରୁଜୀ ଅଶୋକ କୁମାର ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଓ ଗୁରୂମା ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *