26afa83b 8459 4781 8709 Bac4f602bd7e

ଆଇପିଏସ୍‌ ସ୍ତରରେ ଅଦଳବଦଳ

ରାଜ୍ୟ
Spread the love

ଭୁବନେଶ୍ବର: ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ୍‌ ଓ ଜଣେ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କ୍ରମରେ ସରକାର ପୁରୀ ଏସ୍‌ପିଙ୍କୁ ବଦଳି ହୋଇଛି। ଏଠାରେ ପିନାକ ମିଶ୍ରଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ନୂଆ ଦାୟିତ୍ବ ମିଳିଛି।
ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ବାଲେଶ୍ବର, କଟକ (ଗ୍ରାମାଞ୍ଚଳ), ଜଗତସିଂହପୁର, ସୁନ୍ଦରଗଡ଼, ନୂଆପଡ଼ା ଓ ଝାରସୁଗୁଡ଼ା ଏସ୍‌ପିଙ୍କୁ ବଦଳି କରିଛନ୍ତି।
କଟକରେ ରେଳବାଇ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର,  ୨୦୧୬ ବ୍ୟାଚର ଆଇ ପି ଏସ ଅଫିସର  ଭିନିତ ଅଗ୍ରୱାଲଙ୍କୁ କଟକ (ଗ୍ରାମାଞ୍ଚଳ) ଏସ୍‌ପି ଭାବେ ବଦଳି କରାଯାଇଛି।
ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ଅତରିକ୍ତ ନିର୍ଦ୍ଦେଶିକା ଡ. ସନ୍ତୋଷ ବାଲାଙ୍କୁ ଏହି ପ୍ରତିଷ୍ଠାନାନରେ ନିର୍ଦ୍ଦେଶିକା ଦାୟିତ୍ବ ମିଳିଛି। ଆଇପିଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି (ପ୍ରୋଭିଜିଅନିଂ)ରେ ଅବସ୍ଥାପିତ କରାଯାଇଛି। ସତୀଶ ଗଜଭିୟେଙ୍କୁ ଆରକ୍ଷୀ ଅଧୀକ୍ଷକଙ୍କ ମୁଖ୍ୟ କାର୍ଯ୍ୟାଳୟରୁ ସ୍ପେଶାଲ ଆର୍ମ ପୁଲିସକୁ ବଦଳି ହୋଇଛି। ଅବିନାଶ କୁମାରଙ୍କୁ ଡିଆଇଜି (ପୂର୍ବାଞ୍ଚଳ ରେଂଜ), ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ବଦଳି ହୋଇଛି।
ସେହିପରି ବାଲେଶ୍ବର ଏସ୍‌ପି ରାଜ ପ୍ରସାଦଙ୍କୁ ଏସ୍‌ପି (ସ୍ବତନ୍ତ୍ର ଶାଖା), ନୂଆପଡ଼ା ଏସ୍‌ପି ଗୁନ୍ଦାଲା ରେଡ୍ଡୀଙ୍କୁ ଝାରସୁଗୁଡ଼ା, ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂହପୁର, ଅମ୍ରିତପାଲ ସିଂହଙ୍କୁ ଖୋର୍ଦ୍ଧାରୁ ନୂଆପଡ଼ା, ଭୁବନେଶ୍ବର ଅତିରିକ୍ତ ଡିସିପି ଅମ୍ରିତପାଲ କୌରଙ୍କୁ ସୁନ୍ଦରଗଡ଼କୁ ବଦଳି କରାଯାଇଛି। ଜଗତସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ କଟକ ରେଳବାଇ ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *