କଟକ ସଦର କୃଷକ ମୋର୍ଚ୍ଚାର ସଭାପତି ହେଲେ ହୃଦାନନ୍ଦ ହୋତା

ରାଜ୍ୟ
Spread the love

କଟକ :  କଟକ ସର୍କିଟ୍ ହାଉସ୍ ପରିସରରେ କୃଷକ ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାନ୍ୟବର ବିଧାୟକଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ସାଙ୍ଗଠନିକ କାର୍ଯ୍ୟକ୍ରମ ତଥା ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଛି।

ଏହି ସମାବେଶରେ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଆଲୋକ ମହାନ୍ତି ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ଦାସଙ୍କ ସମେତ ଦଳୀୟ କୋଷାଧ୍ୟକ୍ଷ ତଥା ସମସ୍ତ ମଣ୍ଡଳର ସଭାପତିମାନେ ଉପସ୍ଥିତ ରହି ସାଙ୍ଗଠନିକ ମତାମତ ଉପସ୍ଥାପନ କରିଥିଲେ। ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବୈଠକରେ କଟକ ସଦର କୃଷକ ମୋର୍ଚ୍ଚାର ଗୁରୁଦାୟିତ୍ୱ ଶ୍ରୀଯୁକ୍ତ ହୃଦାନନ୍ଦ ହୋତାଙ୍କୁ ନ୍ୟସ୍ତ କରାଯାଇଛି। ତାଙ୍କ ନେତୃତ୍ୱରେ ସଦର ଅଞ୍ଚଳରେ ଚାଷୀଙ୍କ ହକ୍ ପାଇଁ ସଂଗଠନ ଆହୁରି ମଜଭୁତ ହେବ ବୋଲି ଉପସ୍ଥିତ ନେତୃବୃନ୍ଦ ଆଶା ପ୍ରକାଶ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *