ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ AI, ଗବେଷକ ଜାକବ୍ କକ୍ସନଙ୍କ ବଡ଼ ଚେତାବନୀ

ରାଜ୍ୟ
Spread the love

ନୂଆଦିଲ୍ଲୀ: ଓପନ୍‌ଏଆଇ ଏବଂ ଆନ୍ଥ୍ରୋପିକର ପୂର୍ବତନ ଗବେଷକ ଜାକବ୍ କକ୍ସନ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ଭବିଷ୍ୟତକୁ ନେଇ ଏକ ଚେତାବନୀ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ସୁପର-ଇଣ୍ଟେଲିଜେଣ୍ଟ AI ପ୍ରସ୍ତୁତ କରିବା ଅର୍ଥ ପୃଥିବୀକୁ ଏକ ‘ଏଲିଅନ୍ ପ୍ରଜାତି’କୁ ଆବାହନ କରିବା ସହ ସମାନ।
ଜାକବ୍ କକ୍ସନ୍ ନିକଟରେ ଆନ୍ଥ୍ରୋପିକରୁ ଇସ୍ତଫା ଦେବା ପରେ କହିଛନ୍ତି ଯେ, ଆମେ ଏପରି ଏକ ଶକ୍ତିଶାଳୀ ଏଆଇ AI ତିଆରି କରୁଛୁ ଯାହାର ଚିନ୍ତାଧାରା ଓ ମାନସିକତାକୁ ଆମେ ସମ୍ପୂର୍ଣ୍ଣ ବୁଝିପାରିବା ନାହିଁ କିମ୍ବା ନିୟନ୍ତ୍ରଣ କରିପାରିବା ନାହିଁ। ଏହା ଏକ ଅଜଣା ଗ୍ରହର ଶକ୍ତିଶାଳୀ ଜୀବକୁ ଆବାହନ କରିବା ପରି ବିପଜ୍ଜନକ।
ଏଆଇ କମ୍ପାନୀଗୁଡ଼ିକ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ ପଛରେ ପକାଇ ଦିଆଯାଉଛି। AI ର ଦ୍ରୁତ ବିକାଶ ଆଗାମୀ କିଛି ବର୍ଷ ମଧ୍ୟରେ ମାନବ ସଭ୍ୟତା ପାଇଁ ଗୁରୁତର ସଙ୍କଟ କିମ୍ବା ବିନାଶର କାରଣ ହୋଇପାରେ ବୋଲି ସେ ସାବଧାନ କରିଛନ୍ତି। କକ୍ସନ୍ ଅଭିଯୋଗ କରିଛନ୍ତି ଯେ, ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକ ବିନା ସୁରକ୍ଷା ଯାଞ୍ଚରେ ଆଗକୁ ବଢ଼ୁଛନ୍ତି। ଏସବୁ ସତ୍ତ୍ୱେ ଆନ୍ଥ୍ରୋପିକ୍ ସିଇଓ ଡାରିଓ ଆମୋଡେଇ, ଓପନଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ ଏବଂ ଏଲନ୍ ମସ୍କଙ୍କ ପରି ଏଆଇ ଜାଏଣ୍ଟ ମଧ୍ୟ ଏଆଇ ବିକାଶର ଗତିକୁ କିଛି ମାତ୍ରାରେ ଧୀମା କରିବା ସମ୍ପର୍କରେ କହିଛନ୍ତି।
ଏହି ଚେତାବନୀ ପରେ AI ର ଦ୍ରୁତ ସମ୍ପ୍ରସାରଣ ଏବଂ ଏହାର କଡ଼ା ନିୟନ୍ତ୍ରଣ/ସୁରକ୍ଷା ଆଇନ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। OpenAI ଏବଂ Anthropicର ପୂର୍ବତନ ଗବେଷକ ଜାକବ୍ କକ୍ସନ୍ ଇସ୍ତଫା ଦେବା ପରେ AI ସୁରକ୍ଷାକୁ ନେଇ ଚାଲିଥିବା ବିତର୍କ ନୂଆ ମୋଡ଼ ନେଇଛି। ଏହା ପୂର୍ବରୁ ସେ କହିଥିଲେ, ଏଆଇ କମ୍ପାନୀଗୁଡ଼ିକ ଅତି ଦ୍ରୁତ ଗତିରେ ‘ସେଲ୍ଫ-ଇମ୍ପ୍ରୁଭିଂ ସୁପରଇଣ୍ଟେଲିଜେନ୍ସ’ ପ୍ରସ୍ତୁତ କରିବାକୁ ପ୍ରତିଯୋଗିତା କରୁଛନ୍ତି । ଏହା ୨୦୩୦ ସୁଦ୍ଧା ସମଗ୍ର ମାନବଜାତି ପାଇଁ ବିପଦ ସୃଷ୍ଟି କରିପାରେ।

Leave a Reply

Your email address will not be published. Required fields are marked *