ପବିତ୍ର ଗଣେଶ ଚତୁର୍ଥୀର ପୁଣ୍ୟ ଅବସରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ

ରାଜ୍ୟ
Spread the love

ଓରିକଣ୍ଟା  : ବିଘ୍ନବିନାଶକ, ବୁଦ୍ଧି ଓ ସିଦ୍ଧିର ଅଧିଦେବତା ପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ଆରାଧନାର ଏହି ପୁଣ୍ୟ ତିଥିରେ, ସାନ୍ତପୁର ମେଡିକାଲ ନିକଟସ୍ଥ ଓରିକଣ୍ଟା ବଜାର ଠାରେ ସମାଜସେବୀ *ଶ୍ରୀ ଉମେଶ ଚନ୍ଦ୍ର ଭୂୟାଁଙ୍କ ନାମରେ ଅଧିକୃତ “Curewell Laboratory Sample Collection Centre”*ର ଶୁଭ ଉଦ୍ଘାଟନ ସମ୍ପନ୍ନ ହୋଇଯାଇଛି।

ଏହି ପୁଣ୍ୟ ଅବସରରେ ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଉପସ୍ଥିତ ରହି ନିଜ କରକମଳରେ କେନ୍ଦ୍ରଟିର ଶୁଭ ଉଦ୍ଘାଟନ କରିଥିଲେ। ତାଙ୍କର ଗରିମାମୟ ସାନ୍ନିଧ୍ୟ ଏହି ଶୁଭ ଆୟୋଜନକୁ ଏକ ବିଶିଷ୍ଟ ଗୌରବ ଓ ଅବିସ୍ମରଣୀୟ ମହତ୍ତ୍ୱ ପ୍ରଦାନ କରିଥିଲା।

ଏହି ଗୌରବମୟ ଅବସରରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଉପେନ୍ଦ୍ର ନାଥ ମହାନ୍ତି, ଶ୍ରୀ ସୁଧାଂଶୁ ଶେଖର ମହାନ୍ତି, ସୁଶାନ୍ତ କୁମାର ପ୍ରଧାନ, ଅନିଲ କୁମାର ଭୂୟାଁ, ସୋଲେଖ ମହାଳି, ଭକ୍ତଚରଣ ସ୍ୱାଇଁ, ସୁବାସ ଚନ୍ଦ୍ର ଦାସ, ରଜତ ବେହେରା, ରଞ୍ଜନ କୁମାର ଧଳ, ସ୍ୱପ୍ନଜିତ ମହାନ୍ତି, ଚିତ୍ତରଞ୍ଜନ ଦାସ, ସୁଜିତ କୁମାର ଷଢଙ୍ଗୀ , ଆଇନ୍ ଜିବୀ ଗଗନ ବିହାରୀ ସିଂ (ଓଡ଼ିଶା ହାଇକୋର୍ଟ), ଅମୀୟ କୁମାର ମହାନ୍ତି,ଯୁବ ସାମ୍ବାଦିକ ଶ୍ରୀ ଅମିତାଭ ମହାପାତ୍ର ଓ ଶ୍ରୀ ଜାନକୀବଲ୍ଳଭ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଏହି ମଙ୍ଗଳମୟ ଆୟୋଜନର ଶୋଭାବର୍ଦ୍ଧନ କରିଥିଲେ।ଏହି ଶୁଭ ଆୟୋଜନକୁ ସଫଳ କରିବାରେ ଅଞ୍ଚଳବାସୀଙ୍କ ଆନ୍ତରିକ ସହଯୋଗ ଓ ସମର୍ଥନ ସହିତ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନର ସହଯୋଗ ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା। ସମସ୍ତଙ୍କର ସହଯୋଗ, ଶୁଭେଚ୍ଛା ଓ ଆଶୀର୍ବାଦ ଏହି ନୂତନ ପ୍ରୟାସକୁ ଆହୁରି ଶକ୍ତିଶାଳୀ କରିଛି।

Leave a Reply

Your email address will not be published. Required fields are marked *