ତିର୍ତ୍ତୋଲବ୍ଲକ ସ୍ତରୀୟ ଶ୍ରୀମଦ ଭଗବତଗୀତା ଆବୃତ୍ତି ପ୍ରତିଯୋଗିତା

ରାଜ୍ୟ
Spread the love

ଝଙ୍କଡ଼ : ପ୍ରଜ୍ଞା ନ ମିଶନ ଆନୁକୂଲ୍ୟରେ ସାରାରାଜ୍ୟରେ ଗୀତାଆବୃତ୍ତି ପ୍ରତିଯୋଗିତା ଚାଲିଥିବାବେଳେ, ତିର୍ତ୍ତୋଲବ୍ଲକ ସ୍ତରୀୟ ଏହି ପ୍ରତିଯୋଗିତା, ରାହାମା, ତାଳପଡା ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଗତ ରବିବାରଦିନ ପୂର୍ବାହ୍ନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲାସଂଯୋଜକ ପଣ୍ଡିତ ବାସବ ନନ୍ଦ, ସଭାପତିତ୍ବ କରିଥିବାବେଳେ, ସେବାନିବୃତ ପ୍ରଶାସନିକ ଅଧିକାରୀ ବିଷ୍ଣୁପ୍ରସାଦ କାନୁନଗୋ, ଉଦଘାଟକ ଭାବେ ଯୋଗଦେଇଥିଲେ l ଶିଶୁମନ୍ଦିର ର ପ୍ରଧାନଆଚାର୍ଯ୍ୟ ଶ୍ରୀକାନ୍ତ ଶତପଥୀ, ନିମନ୍ତ୍ରିତଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ସମ୍ମାନିତ ଅତିଥି ଭାବରେ ଡ଼ ଆରତୀ ତ୍ରିପାଠୀ, ଡ଼ ପ୍ରତାପ କୁମାର ମହାପାତ୍ର, ନାରାୟଣ ନାୟକ ଓ ପଦ୍ମାବତୀ ମିଶ୍ର ପ୍ରମ୍ମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଅନୁପ୍ରାଣିତ ଓ ଉତ୍ସାହିତ କରିଥିଲେ l ପ୍ରଗତୀ ମିଶ୍ର, ସଂଯୁକ୍ତା ଦାଶ, ବିଜୟ କୁମାର ସାହୁ ଓ ମାନସୀ ବେଉରା ବିଚାରକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ l କ ଖ ଗ ଘ ଚାରିଟି ବିଭାଗରେ ମୋଟ 79 ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଭଗନେଇଥିଲେ l

କ ବିଭାଗରେ ଶୁଭାଶିଷ ରାଉତ, ବୈଭବୀ ତ୍ରିପାଠୀ, ତ୍ରିଶା ଗିରିନନ୍ଦିନୀ ଓଝା, ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନଲାଭ କରିଥିବାବେଳେ ଖ ବିଭାଗରେ ପ୍ରୀତମ କ୍ରିଷ୍ଣା, ଆଦ୍ୟାଶା ମହାପାତ୍ର ଓ ଲିପ୍ସାରାଣୀ ଦାସ ଙ୍କ ସହିତ ଗ ବିଭାଗ ରେ ସତ୍ୟଜିତ ଶତପଥୀ, ଆକାଂକ୍ଷା ସାହୁ ଓ ବିଶ୍ୱଜିତ ନାୟକ ଓ ଘ ବିଭାଗରେ , ଦେବଦ୍ୱ୍ୟୁତି ଆଚାର୍ଯ୍ୟ, ସ୍ମୃତି ତେଜସ୍ୱିନୀ ଦାଶ ଅନୁରୂପ ସ୍ଥାନଲାଭ କରି, ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଉନ୍ନୀତ ହୋଇଥିଲେ l ଆସନ୍ତା 29 ତାରିଖ ରବିବାର ଦିନ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ରେ ଏହି ପ୍ରତିଯୋଗିତା ହେବ ବୋଲି ଜିଲ୍ଲାସଂଯୋଜକ ସୂଚନା ଦେଇଥିବା ବେଳେ, ବ୍ଲକସଂଯୋଜକ ଆଶିଷ ପରିଜା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *