ଦୃଷ୍ଟିବାଧିତ ଓ ବଧିର ବିଦ୍ୟାଳୟର ବାର୍ଷିକ ଉତ୍ସବ

ରାଜ୍ୟ
Spread the love

କଟକ  : ଏନ୍‌ଏସ୍ଏସ୍ : ସିଡିଏ ସେକ୍ଟର -୧୦ ଦୃଷ୍ଟିବାଧିତ ଓ ବଧୂର ବିଦ୍ୟାଳୟ ୪ର୍ଥ ବାର୍ଷିକ ଉତ୍ସବ ପାଳିତନ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଅତିରିକ୍ତ ଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଡ଼.ସତ୍ୟ ରାୟ, ସମ୍ମାନିତ ଅତିଥ୍ ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ମନୋଜ କୁମାର ରଥ ଓ ସମ୍ପାଦକ ବୟାଳିଶି ମୌଜା ବିକାଶ ପରିଷଦ ସମ୍ପାଦକ ସନ୍ତୋଷ କୁମାର ପତି ଯୋଗଦେଇଥିଲେ।

ସ୍ଵାମୀଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ସଭାପତି ଡ. ଅନ୍ତର୍ଯ୍ୟାମୀ ସାହୁ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ‘ଦୃଷ୍ଟିବାଧ’ ଛାତ୍ରୀମାନେ ସ୍ଵାଗତ ସଂଗୀତ ଓ ବଧୂର ଛାତ୍ରୀ କୁମାରୀ ସାୟନ୍ତନୀ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷକ
ପ୍ରସନ୍ନ କୁମାର ଦଳାଇ ସ୍ଵଗତ ଭାଷଣ ଓ ଅତିଥ୍ୟ ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସୁରେନ୍ଦ୍ର କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *