ଝଙ୍କଡ଼ : କଟରା ଠାରୁ ପୋଇଓ ରାସ୍ତାରେ ପ୍ରତିଦିନ, ପନ୍ଦର କୋଡିଏ ଟି ପଞ୍ଚାୟତ ର ଅଧିବାସୀ ମାନେ ଯାତାୟତ କରିଥାନ୍ତି l ଶହ ଶହ ସଂଖ୍ୟାରେ ଯାନବାହାନ ଠାରୁ ଆରମ୍ଭକରି ଯାତ୍ରୀବାହି ବସ ଓ ସରକାରଙ୍କ ତରଫରୁ ମୋ ବସ ମଧ୍ୟ ଯାତାୟତ କରିଥାଏ l ମାତ୍ର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି l କେତେକ ଶିକ୍ଷାନୁଷ୍ଠାନ ରେ ପାଠପଢିବା ପାଇଁ ଛାତ୍ରଛାତ୍ରୀ ମାନେ ଯାତାୟତ କରିବାକ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷକରି କଟରା ର ସାପ୍ତାହିକ ହାଟକୁ, ମାର୍ଦ୍ଦୋଳ, ଦୁର୍ଦ୍ଦା, ବୋଲର, ବଡ଼ିଜଙ୍ଗା, ଗରାମ, ବାଁବରଡ଼ା, ତଣ୍ଡିକୁଳ ଓ ପୋଇଓ ଆଦି ଅଞ୍ଚଳର ଅଧିବାସୀ ମାନେ ହାଟ କରିବାକୁ ଆସିଥାନ୍ତି l ତେଣୁ ବିଭାଗୀୟ ଅଧିକାରୀ ମାନେ ଆସନ୍ତା ଦୁର୍ଗାପୂଜା ପୂର୍ବରୁ ଏହି ରାସ୍ତାରେ ଥିବା ଖାଲଢିପ ଓ ପିଚୁ ଉଠିଯାଇ ଥିବା ସ୍ଥାନଗୁଡିକର ମରାମତି ଓ କେତକ ସ୍ଥାନରେ ପୁନଃନିର୍ମାଣ କରିବାପାଇଁ, ସେବାନିବୃତ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁ, ଶିକ୍ଷାବିତ ସାରଦା ପ୍ରସାଦ ଚଇନି, ଧୀରେନ୍ଦ୍ରନାଥ ବିଶ୍ୱାଳ, ମହେନ୍ଦ୍ର କୁମାର ଦାସ, ଯୁବନେତା ବିକ୍ରମ ରାଉତ, ବୁଦ୍ଧିଜିବୀ ରାଜକିଶୋର ସ୍ୱାଇଁ, ରବୀନ୍ଦ୍ର କୁମାର ବିଶ୍ୱାଳ ଓ ସୁଧାଂଶୁ ଭୂଷଣ ନାୟକ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢଦାବୀ କରିଛନ୍ତି l
