ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୫୨ ତମ ଜୟନ୍ତୀ ପାଳିତ

ରାଜ୍ୟ
Spread the love

କଟକ : ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ପ୍ରଣେତା ଭାଷାବିତ୍ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୫୨ ତମ ଜନ୍ମ ଜୟନ୍ତୀ ତାଙ୍କ ଜନ୍ମମାଟି କଟକ ସଦର କନ୍ଦରପୁର ନିକଟସ୍ଥ ସିଦ୍ଧେଶ୍ୱରପୁରସ୍ଥିତ ଗୋପାଳ ସ୍ମୃତି ବିଦ୍ୟାପୀଠଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରହରାଜ ପ୍ରତିଭା ପୂଜା ପରିଷଦର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଉତ୍ସବକୁ କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଉଦ୍‌ଘାଟକ ଭାବେ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଡକ୍ଟର ଇଂ. ପ୍ରଭାକର ସ୍ୱାଇଁ ମୁଖ୍ୟ ଅତିଥି, ନିରଞ୍ଜନ ପାଢ଼ୀ ମୁଖ୍ୟବକ୍ତା ଏବଂ ଶ୍ରୀରାମ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତି ପ୍ରତି ସ୍ୱର୍ଗତ ପ୍ରହରାଜଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ପରିଷଦ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ଇଂ. ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କୁ ‘ପ୍ରହରାଜ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ଶିଶୁ ସାହିତ୍ୟିକା ଗୀତାଞ୍ଜଳି ପୃଷ୍ଟି ଓ ଚୈତନ୍ୟ ରାଉତଙ୍କୁ ‘ଶିଶୁ ସାହିତ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପରିଷଦର ସଭାପତି ଉମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ପୀୟୂଷ ରଞ୍ଜନ ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ। କବି ପୀତାମ୍ବର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଯୋଜକ ତାପସ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କରୁଣାକର ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ରମାକାନ୍ତ ନାୟକ, କବି ଛବିରାଣୀ ପତି, ବାମଦେବ ସ୍ୱାଇଁ, ଭାରତ ଚନ୍ଦ୍ର ପ୍ରଧାନ, ସଂଜୀବ ବୈଶାଖ, ଉମାକାନ୍ତ ପରିଡ଼ା, ଉମାକାନ୍ତ ଭୂୟାଁ ଓ କାଳନ୍ଦୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *