ଧର୍ମପ୍ରାଣ ପୁରୁଷ ଭାସ୍କର ଦାସଙ୍କ ଏକାଦଶାହରେ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ମାହାଙ୍ଗା -୨0/୧0(ଆପ୍ର)କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଧର୍ମପ୍ରାଣ ପୁରୁଷ ଭାସ୍କର ଦାସଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
ମା’ ସୁନୁପେଇଙ୍କ ପରମ ସେବକ, ପରୋପକାରୀ, ଆଧ୍ୟାତ୍ମିକବାଦୀ ବ୍ୟକ୍ତିତ୍ୱର ଅଧିକାରୀ ଭାସ୍କର ଦାସଙ୍କ ଜୀବନାଦର୍ଶ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ l

ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ସାହିତ୍ୟିକ ପ୍ରଶାନ୍ତ କୁମାର କର, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଦାଶ, ପୂର୍ବତନ ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ, ପ୍ରଧାନଶିକ୍ଷକ ଭାରତ ଭୂଷଣ ଦାସ, ପୂର୍ବତନ ସରପଞ୍ଚ ଲକ୍ଷ୍ମଣ କୁମାର ପାତ୍ର,ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ,ଗୟାଧର ସାହୁ,ପ୍ରମୁଖ ଯୋଗଦେଇଥିଲେ l

ଏହି କାର୍ଯ୍ୟକ୍ରମକୁ ମହେନ୍ଦ୍ର ଦାସ, ରବୀନ୍ଦ୍ର ଦାସ, ଚିତ୍ତ ରଞ୍ଜନ ଦାସ, ବାସବ ବେହେରା, ମାୟାଧର ସାହୁ,କ୍ଷୀରୋଦ ଦାସ, ରାମଚନ୍ଦ୍ର ବେହେରା,ଜଗବନ୍ଧୁ ମହାନ୍ତି,ଶକ୍ତିକାନ୍ତ ପରିଡା,ଚନ୍ଦ୍ରକାନ୍ତ ପରିଡା,ଜୟନ୍ତ ଦାସ,ପ୍ରମୁଖ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *