ସାରଦା ଏକାଡେମୀ ୨୦୦୭ ମସିହା ପ୍ରାକ୍ତନ ବିଦ୍ୟାର୍ଥୀମାନଙ୍କ ବନ୍ଧୁମିଳନ

ରାଜ୍ୟ
Spread the love

ଜଗତସିଂହପୁର / ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁରସ୍ଥିତ ସାରଦା ଏକାଡେମୀ ର ୨୦୦୭ ବ୍ୟଚ ର ଏକ ଅପୂର୍ବ ବନ୍ଧୁମିଳନ ଉତ୍ସବ, ବାସନ୍ତବଗିଚା ର ସାରଳା ପବ୍ଲିକ ସ୍କୁଲ ପରିସରରେ ଗତ ରବିବାର ଦିନ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା ସାରଳା ଙ୍କ ମାର୍ଜନା ଓ ପୂଜାର୍ଚ୍ଚନା ପରେ, ବିଦ୍ୟାର୍ଥୀମାନେ ଉତ୍ସବ ସ୍ଥଳରେ ପହଞ୍ଚିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ , ଏକାଡେମୀ ର ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ଡୁଇ ମିନିଟ ନିରବପ୍ରାର୍ଥନା କରାଯାଇଥିଲା ।

ଦୀର୍ଘ ଅଠର ବର୍ଷ ତଳର ଛାତ୍ରଜୀବନର ସ୍ମୁତି ରୋମନ୍ଥନ କଲାବେଳେ, ଛାତ୍ର ଛାତ୍ରୀ ମାନେ ଭାବ ବିହ୍ବଳ ହୋଇ ଉଠିଥିଲେ। ପରେ ପରେ ମଞ୍ଚ ଉପରେ ନାଚ ଗୀତର ଆସର ଜମାଇ, ପରଷ୍ପର ମଧ୍ୟରେ ଖୁସି ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ରଶ୍ମୀ ରଞ୍ଜନ କୁଅଁର (ରାଜା) ରଘୁନାଥ ରାଉଳ , ବିକାଶ ଦାସ , ଜ୍ୟୋତିର୍ମୟୀ ସାହୁ, ଶିଳ୍ପାଶ୍ରୀ ପ୍ରଜ୍ଞା ମହାନ୍ତି, ନିରୁପମା ବେହେରା, ସର୍ବେଶ୍ଵର ଭଟ୍ଟ , ଶୁଭକାନ୍ତ ରଣା , ତ୍ରିନାଥ ପରିଜା , ରାକେଶ ମଲ୍ଲିକ , ତ୍ରିଲୋଚନ ରାଉଳ, ସୁଶାନ୍ତ ସାହୁ , ଅମ୍ରିତ୍ କୁମାର ଦାସ , ସଂଗ୍ରାମ ନାୟକ, ମାନସ ରଞ୍ଜନ ରାଉଳ, ଅନନ୍ତ ରାଉଳ, ଅଗ୍ନିକାନ୍ତ ସାହୁ, ଅମୂଲ୍ୟ ନାୟକ, ଭାଗବତ ଓଝା , ରାଜେଶ ପଣ୍ଡା , ଦୀପକ ମଲ୍ଲିକ , ସ୍ମୁତି ରଞ୍ଜନ ନାୟକ, ସୁଚିସ୍ମିତା ରାଉଳ , ଅର୍ପିତା ମହାନ୍ତି, ଶିଳ୍ପାସିନୀ ମହାନ୍ତି , ରାଜଲକ୍ଷ୍ମୀ ଆଚାର୍ଯ୍ୟ , ସସ୍ମିତା ବାରିକ ଓ ସସ୍ମିତା ପାତ୍ର ପ୍ରମୁଖ ପଚାଶରୁ ଉର୍ଦ୍ଧ୍ବ ପୁରାତନ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ , ସକ୍ରିୟ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *