F185d3e0 6c9e 4473 82ae Ef35761b63eb

ଇସ୍କନ ପକ୍ଷରୁ ହରିନାମ ମହାମନ୍ତ୍ରର ପ୍ରଚାର

ରାଜ୍ୟ
Share

ଭୁବନେଶ୍ବର : ସମଗ୍ର ବିଶ୍ବରେ ହରିନାମର ପ୍ରଚାର କ୍ଷେତ୍ରରେ  ଆନ୍ତର୍ଜାତିକ କୃଷ୍ଣଚେତନା ସଙ୍ଘ ବା “International Society for Krishna Consciousness” (ISKCON) ବା ଇସ୍କନର ଭୂମିକାକୁ ଅସ୍ବୀକାର କରିହେବ ନାହିଁ |  ବିଶ୍ବର କୋଣ ଅନୁକୋଣରେ ସଂସ୍ଥା ହରେକୃଷ୍ଣ ମହାମନ୍ତ୍ରର ପ୍ରଚାର ଲାଗି ପ୍ରୟାସ ଚଳାଇ ଆସୁଛି |   ନିକଟରେ ଗୋପାଳପୁର ସମୁଦ୍ର ବେଳାଭୂମି ମଣ୍ଡପଠାରେ ଗଞ୍ଜାମ ଜିଲ୍ଲା ଇସ୍କନ ତରଫରୁ ଏହି ପରିପ୍ରେକ୍ଷୀରେ ଏକ ସତ୍‌ସଙ୍ଗ ଅନୁଷ୍ଠିତ ହୋଇଥିଲା | ପ୍ରଥମେ  ହରିନାମ ମହାମନ୍ତ୍ର ପାଠ କରାଯାଇଥିଲା | ଏହି ଘୋର କଳିକାଳରେ ମଣିଷ କିପରି ମହାମନ୍ତ୍ର ଜପରେ ସଂସାରରୁ ଉଦ୍ଧାର ପାଇବ ତା ଉପରେ ଆଲୋଚନା କରାଯାଇଥିଲା |

ଏଥିରେ ଆମେରିକାରେ ଥିବା ଓଡ଼ିଶା ମୁଖ୍ୟ କ୍ରିଷ୍ଣ କୀର୍ତ୍ତନ ଦାସ (କ୍ରିଷ୍ଣ ପାତ୍ର), ବାଙ୍ଗାଲୋରର ରାଧାରମଣ ଦାସ, ଆମେରିକାର ବିଷ୍ଣୁପଦ ଦାସ (ଜେମ୍‌ସ ଇଭାନ), ଗଞ୍ଜାମ ପୁରୁଷୋତ୍ତମପୁରର ବ୍ରଜଗୋବିନ୍ଦ ଦାସ ଓ ନଗରଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ ଉପସ୍ଥିତ ରହି ହରିନାମ ମହାମନ୍ତ୍ରର କିପରି ପ୍ରଚାର ପ୍ରସାର ହେବ ତା ଉପରେ ଆଲୋଚନା କରାଯାଇଥିଲା |

Leave a Reply

Your email address will not be published. Required fields are marked *