6b29c498 6f0b 4866 866f Ff8fd8b37862

ଗ୍ଲୋବାଲ ବ୍ରିଲିୟାଣ୍ଟ ସ୍କୁଲର ଷ୍ଟଡିଟୁର ରେ ସାରଳା ମନ୍ଦିର ପରିଦର୍ଶନ

ରାଜ୍ୟ
Share

ଜଗତସିଂହପୁର/ଝଙ୍କଡ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ପଟ୍ଟାମୁଣ୍ଡାଇ ସ୍ଥିତ ଗ୍ଲୋବାଲ  ବ୍ରିଲିୟାଣ୍ଟ  ସ୍କୁଲର ଶତଧୂକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଷ୍ଟଡି ଟୁର ରେ ପହଞ୍ଚିଥିଲେ। ଉତ୍କଳଭାରତୀ ବିଦ୍ୟାଦାତ୍ରୀ ମା ସାରଳା ଠାକୁରାଣୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ବିଦ୍ୟାର୍ଥୀମାନେ, ମନ୍ଦିର ବେଢ଼ା ପରିକ୍ରମା କରିବା ପରେ ସିଦ୍ଧ ବକୁଳବେଦୀ ସମ୍ମୁଖରେ ପ୍ରଧାନଶିକ୍ଷକ ଅଭୟ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ” ଦେବୀ ସାରଳା ଓ କବି ସାରଳା” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ  ଓଡ଼ିଆ ଭାଷା ସାହିତ୍ୟର ଇତ୍ତିବୃତି , ସାରଳା ମୂର୍ତ୍ତିତତ୍ତ୍ଵ, କବି ସାରଳା ଦାସ ଙ୍କ ଦେବୀକୃପା ଲାଭ ଓ ଜୀବନର ସବୁ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପାଇଁ, ମାର୍ଗଦର୍ଶନ ବିଷୟରେ, ସାରଗର୍ଭକ ଓ ତଥ୍ଯସମ୍ବଳିତ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ସାରସ୍ୱତ ଆଲୋଚନା ଚକ୍ରକୁ ଗ୍ଲୋବାଲ ସ୍କୁଲର ନଳିନୀକାନ୍ତ ସ୍ୱାଇଁ , ମନୋଜ ନାୟକ, ଇତିଶ୍ରୀ ସ୍ୱାଇଁ , ମନୋଜିଟ ନାୟକ , ଅଙ୍କିତା ବେହେରା , ବିଜୟ କୁମାର ନନ୍ଦ , ଭାଗିରଥୀ ଖଣ୍ତାଇ , ଯଶୋଦା ରାଣୀ ଲେଙ୍କା, ସୌମ୍ୟାଶ୍ରୀ ଦାସ , ଓ ମିତାଞ୍ଜଳୀ ସ୍ୱାଇଁ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଶ୍ରୀ ରାଉଳ ଙ୍କର ଏହି ତାତ୍ତ୍ୱିକ ଆଲୋଚନା ବାସ୍ତବିକ ଶତତ ପ୍ରଶଂସନୀୟ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଯଥେଷ୍ଟ ଉପାଦେୟ ହୋଇଥିବାରୁ, ପ୍ରଧାନଶିକ୍ଷକ ଶ୍ରୀ ସାହୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *