Speak

ସରିଲା ବିଧାନସଭା ବିଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି

ରାଜ୍ୟ
Share

ଭୁବନେଶ୍ୱର : ସରିଲା ବିଧାନସଭା ବିଜେଟ୍ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କଲେ ବାଚସ୍ପତି । ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ । ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି । ପାରିତ ହୋଇଛି ଦୁଇ ଦୁଇଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ -୨୦୨୪ ଓ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ-୨୦୨୫ ବିଲ ପାରିତ ହୋଇଛି । ଗତକାଲି ସାରା ରାତି ଚାଲିଥିଲା ଗୃହକାର୍ଯ୍ୟ ।

ଚଳିତ ଅଧିବେଶନରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା। ଗତ ୨୯ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଥିଲା। ନାରୀ ନିର୍ଯାତନା ପ୍ରସଙ୍ଗରେ ଜୋରଦାର ପ୍ରତିବାଦ କରିଥିଲା କଂଗ୍ରେସ । ସେହିପରି ଇଂଜିନିୟରିଂ ଓ ମେଡିକାଲ ଶିକ୍ଷାରେ SC, ST ଏବଂ OBC ବର୍ଗଙ୍କୁ ଉପଯୁକ୍ତ ସଂରକ୍ଷଣ ପ୍ରସଙ୍ଗ ନେଇ ବିଜେଡି ପ୍ରତିବାଦ କରିଥିଲା ।

Leave a Reply

Your email address will not be published. Required fields are marked *