483b46b4 358a 48b1 B5a0 4124c3f243fd

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କନକପୁର ଆନୁକୁଲ୍ୟରେ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ଶୁଭାରମ୍ଭ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲାରେ କାୟାକଳ୍ପ ରେ ପ୍ରଥମ ସ୍ଥାନ ଲାଭ କରିଥିବା, ଝଙ୍କଡ଼ ସାରଳା ପୀଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର,କନକପୁର ଆନୁକୁଲ୍ୟରେ ଗତ ଶୁକ୍ରବାର ଦିନ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ବାସ୍ଥ୍ୟ ବିମା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ମେଡ଼ିକାଲ ସମ୍ମୁଖସ୍ଥ ବସନ୍ତବଗିଚା ରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ କନକପୁର ସରପଞ୍ଚ ରେବତୀ ମହାନ୍ତି, ମୁଳିସିଂହ ସରପଞ୍ଚ ସାଫି ଆଜାମ୍ ଓ ସମିତି ସଭ୍ୟ ରଞ୍ଜନ କୁମାର ସାହୁ ଙ୍କ ସହିତ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ଓ ପି ଏଚ୍ ସି ର ମେଡ଼ିକାଲ ଅଫିସର ଡଃ ପଙ୍କଜ କୁମାର ଚାନ୍ଦ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ , ଏହି ଯୋଜନା ରେ କିପରି ସମସ୍ତେ ସାମିଲ ହୋଇ, ଏହାର ସୁଫଳ ପାଇପାରିବେ, ସେ ବିଷୟରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସି ଏଚ୍ ଓ ସ୍ନିଗ୍ଧା ସିଂହ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିବା ସହିତ, ମଞ୍ଚ ମଣ୍ଡନ କରିଥିବା ମା ସାରଳା ଙ୍କ ଉଦ୍ଦେଶ୍ୟରେ, ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ପରେ ଭିଡିଓ କନଫରେନ୍ସ ମାଧ୍ୟମରେ, କଟକ ବାଲିଯାତ୍ରା ପଡ଼ିଆ ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ସମେତ ନେତୃବୃନ୍ଦ ମାନଙ୍କ ଦ୍ଵାରା ଦ୍ୱାରା ଏହି କାର୍ଯ୍ୟକ୍ରମ ର ସିଧା ପ୍ରସାରଣ, ଉପସ୍ଥିତ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ପ୍ରଦର୍ଶନ କରାଯାଇଥିଲା ।

Cdfa13ad 61e2 4c69 A49c E46ef69b5fdb

ଏହି ଅବସରରେ କନକ ପୁର ଓ ମୁଳିସିଂହ ପଞ୍ଚାୟତର ୧୦ ଜଣ ଯୋଗ୍ୟହିତାଧିକାରୀ ଙ୍କୁ ସ୍ବାସ୍ଥ୍ୟବୀମା ଡେମୋ ପ୍ରଦାନ କରାଯାଇ ଥିଲା। ମେଡ଼ିକାଲ ଅଫିସର ଡଃ ସୁଶ୍ରୀ ସଙ୍ଗୀତା ରଥ , ଫର୍ମାସିଷ୍ଟ ଦୀପକ କୁମାର ଦାସ , ଆଟେଣ୍ଡl ନଟ ନୃସିଂହ ଚରଣ ସେଠୀ , ଏଲ୍ ଟି ରାକେଶ କୁମାର ସାହୁ, ଏସ ଜି ନାରାୟଣ ପ୍ରସାଦ ସ୍ୱାଇଁ , ଏସ ଡବ୍ଲୁ ବିଶ୍ୱଜିତ ସ୍ୱାଇଁ , ସି ଏଚ୍ ଓ ସୌମ୍ୟା ଶେଫାଳିକା , ଓ ଏଚ୍ ଡବ୍ଲୁ ଅଙ୍କିତା ସାହୁ, ସିଗ୍ନଧା ମୟୀ ସ୍ୱାଇଁ ଓ ପ୍ରିୟଙ୍କା ପ୍ରିୟଦର୍ଶିନି ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରିଶେଷରେ ଏହି ଉପଲକ୍ଷେ, ପ୍ରଚାର ରଥକୁ କନକ ପୁର ର ପୂର୍ବତନ ସରପଞ୍ଚ ନମିତା ରାଉଳ ଙ୍କ ସମେତ ସମସ୍ତ ଅତିଥିମାନେ ପତାକା ହଲାଇ ଉଦଘାଟନ କରିଥିଲେ।

5950ee97 513e 4b11 86dd C7d82dd20b45

Leave a Reply

Your email address will not be published. Required fields are marked *