12f159d9 Ba40 4137 83fe 701e663de7a5

ମାତୃକୃପା ସାହିତ୍ୟ ସଂସଦର ସପ୍ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ରାଜ୍ୟ
Spread the love

କଟକ : ସାହିତ୍ୟର ସେବା ହିଁ ସମାଜର ସେବା । ଜଗତସିଂହପୁର ଜିଲ୍ଲା ବାଲିକୁଦା କୃଷ୍ଣଦାସପୁର ଗ୍ରାମପଞ୍ଚାୟତର ଚଷାପଡା(ସୁଧାଗଡ) ଠାରେ ମାତୃକୃପା ସାହିତ୍ୟ ସଂସଦ ସୁଧାଗଡର ସପ୍ତମ ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନ ଧର୍ମାନନ୍ଦ ପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଅତିଥି ଭାବେ ଝାରଖଣ୍ଡର ବ୍ୟଙ୍ଗ କବି ସତ୍ୟପ୍ରକାଶ କର, ଜଗତସିଂହପୁର ପ୍ରଫୁଲ୍ଲ ଷଡଙ୍ଗୀ,ଅଜୟ ଶତପଥୀ,ମୁଖ୍ୟ ଅତିଥି ସମୀର ଭୂୟାଁ ଏବଂ ବ୍ୟଙ୍ଗ ସମ୍ରାଟ ସପଂଦ ରଥ ମୁଖ୍ୟ ବକ୍ତା ରୂପେ ମଞ୍ଚାସୀନ ରହି ଭାରତ ଭାଗ୍ୟ ବିଧାତା ଶୀର୍ଷକରେ ବକ୍ତବ୍ୟ ଦେଇ କୄଷକ ମାନଙ୍କର ଗୁଣଗାନ କରିଥିଲେ ।

କୃଷକ ଦେଶର ମେରୁଦଣ୍ଡ ବୋଲି ମତ ଦେଇଥିଲେ ।ସଂପାଦକୀୟ ପାଠ କରିଥିଲେ ସଂପାଦିକା କଳ୍ପନା ବିଶ୍ବାଳ । ତ୍ରିଲୋଚନ ବିଶ୍ଵାଳ,ହୃଦାନନ୍ଦ ଶାସମଲ,ପୁଷ୍ପାଞ୍ଜଳି ମିଶ୍ରଙ୍କ ସଂଯୋଜନାରେ ୫୦ ଜଣ କବି କବିତା ପାଠ କରିଥିଵା ବେଳେ ସଂସଦର ମୁଖପତ୍ର “ସାହିତ୍ୟ ସଂପଦ” ଉନ୍ମୋଚିତ ହୋଇଥିଲା । ୨୦ ଜଣ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ରଶ୍ମିରଞ୍ଜନ ଦାସ ବେହେରାଙ୍କ ପରିଚାଳନାରେ ସଂଘମିତ୍ରା କାନୁନଗୋ,ସୁନିଲ ସେଠୀ ଅତିଥି ଥିଲେ । ବସନ୍ତମଲ୍ଲିକ,ମାତୃ ପ୍ରସାଦ ଶତୃଜିତ,ଶେଷଦେବ ଛୋଟରାୟ, କୈଳାସ ପୂର୍ତ୍ତୀ,ସରସ୍ଵତୀ ମୁଦୁଲି, ରଂଜିତା ଦଳାଇ,ବ୍ରଜ କିଶୋର ରାୟ ପ୍ରମୁଖ ସହଯୋଗ କରୁଥିଲେ । କ୍ରିଷ୍ଣା ଦତ୍ତ ଓ ଅଜୟ ଶାସମଲ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *