01b1000d Aac6 4ea2 Ba55 5b49da9b8147

ତିର୍ତ୍ତୋଲ ସତ୍ୟସାଇ ସେବା ସମିତି ରେ ଆରାଧନା ମହୋତ୍ସବ – ୨୦୨୫ ପାଳିତ

ରାଜ୍ୟ
Share

ଝଙ୍କଡ଼ :   ବିଶ୍ଵର ସର୍ବଜନ ବିଦିତ ଆଧ୍ୟାତ୍ମିକ ମାର୍ଗ ଦର୍ଶକ ତଥା ଧର୍ମଗୁରୁ ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ୧୪ ତମ ତିରୋଧାନ ଦିବସ ଉପଲକ୍ଷେ, ତିର୍ତ୍ତୋଲ ନେହେରୁ ପଡ଼ିଆ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ , ଆରାଧନା ମହୋତ୍ସବ,-୨୦୨୫ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆବାହକ କାଳନ୍ଦୀ ଚରଣ ମହାନ୍ତି ଙ୍କ ଆହ୍ବାନ କ୍ରମେ , ଏହି ଉତ୍ସବ ପାଳନ ଅବସରରେ ପ୍ରାତଃ ସମୟରେ ଓମ୍ କାର ସୁପ୍ରଭାତ ମ୍ , ନଗର ପରିକ୍ରମା, ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ, ପୂଜାର୍ଚ୍ଚନା, ଭଜନ ସମାରୋହ, ପ୍ରବଚନ ଓ ଆରତୀ ପରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଠ ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି , ପଦ୍ମ ଚରଣ ମହାନ୍ତି, ଶିବ ଚରଣ ନାୟକ , ସନ୍ତୋଷ କୁମାର ମହାପାତ୍ର, ଅକ୍ଷୟ କୁମାର ଦାସ , ଗଙ୍ଗାଧର ବଳିୟାର ସିଂହ ଓ ବିଜୟା ନନ୍ଦ ନାଥ ଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ଏକ ସମୟରେ ରାହାମା, ମଣିଜଙ୍ଗା , ଦଣ୍ଡମର ଓ ଦାମୋଦର ପାଟଣା ସାଇକ୍ରିଷ୍ଣ ନିଳୟମ ରେ ମଧ୍ୟ ଅନୁରୂପ ଭାବରେ ପାଳିତ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *