ରୋଗୀ ଦେଖୁଥିବା ବେଳେ ଚାଲିଗଲା ଡାକ୍ତରଙ୍କ ଜୀବନ

ନୀଳଗିରି, ୧୬/୧୧: ରୋଗୀଙ୍କୁ ଓପିଡିରେ ଦେଖୁଥିବା ଜଣେ ଡାକ୍ତରଙ୍କ ଅକାଳ ମୃତ୍ୟୁ ଘଟିଛି। ନୀଳଗିରି ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତଥା ବ୍ଲଡ଼ ବ୍ୟାଙ୍କ ଇନଚାର୍ଜ ଡାକ୍ତର ତ୍ରିନାଥ ପାଲ ଆଜି ସକାଳେ ଓପିଡି ରେ ରୋଗୀ ଦେଖୁଥିଲେ। ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ୱାସ ରୁମ ଭିତରକୁ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ବାଟରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର […]

ସଂପୂର୍ଣ୍ଣ ପଢନ୍ତୁ

ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ବୈଠକ

ଭୁବନେଶ୍ୱର,୧୬/୧୧: କେନ୍ଦ୍ରାପଡା ଜିଲା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ବୈଠକ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବୈଠକରେ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନର ପ୍ରମୁଖ ଉପସ୍ଥିତ ରହିଛନ୍ତି । ପ୍ରକଳ୍ପର ରୂପରେଖ ଏବଂ କାର୍ଯ୍ୟନ୍ୱୟନ ନେଇ ଚାଲିଛି ଆଲୋଚନା । ତେବେ ବୈଠକ ପରେ ଆଇନମନ୍ତ୍ରୀ କହିଛନ୍ତି ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦କୋଟି ଅଟକଳ ବ୍ୟୟ ବରାଦ ହୋଇଛି । […]

ସଂପୂର୍ଣ୍ଣ ପଢନ୍ତୁ

ଭତ୍ତା ଟଙ୍କା ପାଇଁ ବାପାକୁ ହତ୍ୟା ପୁଅ !

କବିସୂର୍ଯ୍ୟନଗର, ୧୬/୧୧: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଜନ୍ମକଲା ବାପାକୁ ହତ୍ୟା କଲା ପୁଅ। ମୃତକ ପଦ୍ମନାଭ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ବାପା ପଦ୍ମନାଭଙ୍କ ସହ ଭତ୍ତା ଟଙ୍କା ଏବଂ ଦ୍ଵିତୀୟ ବିବାହକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା।ପୁଅ ରମେଶ ଛୁରୀ ଭୁସି ଓ ପିଟିପିଟି ନିଜ ବାପାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ଫୁଲବାଣୀ, ୧୬/୧୧ : ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ । କନ୍ଧମାଳ ଏସ୍‌ପିଙ୍କ ଅଫିସରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ଉପସ୍ଥିତିରେ ଉଭୟ ଆତ୍ମସମର୍ପଣ କରିଛନ୍ତି। ଦୁଇ ମାଓବାଦୀ ଛତିଶଗଡର ଉନ୍‌ଗା କାଲମୁ ଏବଂ ମାସେ ମାଡଭି ବୋଲି ଜଣାପଡିଛି। ଉଭୟେ ସ୍ଵାମୀ ଏବଂ ସ୍ତ୍ରୀ ହୋଇଥିବାବେଳେ ୨୦୧୮ ମସିହାରୁ ସିପିଆଇ ମାଓବାଦୀ ସଂଗଠନରେ କାମ କରୁଥିଲେ। ଉଭୟଙ୍କ ନାଁରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସେମାନଙ୍କ ନିକଟରୁ ଅନେକ ମାଓ ସାମଗ୍ରୀ ମିଳିଛି।

ସଂପୂର୍ଣ୍ଣ ପଢନ୍ତୁ

ଚାଞ୍ଚଲ୍ୟକର ତଥ୍ୟ, ନିଲମ୍ବନ ପରେ ପୁନଃନିଯୁକ୍ତି

କଟକ, ୧୬/୧୧: ଚୌଦ୍ଵାର ଜେଲରୁ କଏଦୀ ଚମ୍ପଟ ମାରିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜେଲ ବିଭାଗର କଳା କାରନାମା ଉପରୁ ପରଦା ହଟାଇଛି ଏହି ଘଟଣା। କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ଜେଲ ବିଭାଗ କିପରି ଅହେତୁକ ଅନୁକମ୍ପା ଦେଖାଇଛି ତାହା ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ଚୌଦ୍ଵାର ଜେଲରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ମୁଖ୍ୟ ଓ୍ବାର୍ଡର ଭଗତ ଚରଣ ରାମଙ୍କୁ ଗତ ଅକ୍ଟୋବର ୩ ତାରିଖରେ ନିଲମ୍ବନ […]

ସଂପୂର୍ଣ୍ଣ ପଢନ୍ତୁ

ଶିମିଳିପାଳରେ ଆଜିଠାରୁ ବାଘ ଗଣନା ଆରମ୍ଭ

ବାରିପଦା, ୧୫/୧୧: ଶିମିଳିପାଳରେ ଆଜିଠୁ ବାଘ ଗଣନା ଆରମ୍ଭ ହୋଇଛି। ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଅଖିଳ ଭାରତୀୟ ବ୍ୟାଘ୍ର ଆକଳନ-୨୦୨୬ ଆରମ୍ଭ ହୋଇଛି। NTCA ପ୍ରୋଟୋକଲ୍ ଅନୁଯାୟୀ ଆକଳନ ଦୁଇଟି ପର୍ଯ୍ୟାୟରେ କରାଯିବ, ପ୍ରଥମ ପର୍ଯ୍ୟାୟ ହେଉଛି ପର୍ଯ୍ୟାୟ-୧ ଏବଂ ଅନ୍ୟ ପର୍ଯ୍ୟାୟ-୩ ବ୍ୟାଘ୍ର ସଂରକ୍ଷଣ ସ୍ତରରେ।ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା ହେବ। ଏଥିରେ ତାଲିମପ୍ରାପ୍ତ ଅଧିକାରୀଙ୍କ ସହିତ ବିଭିନ୍ନ ରେଞ୍ଜର କର୍ମଚାରୀ ସାମିଲ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ, ୩ […]

ସଂପୂର୍ଣ୍ଣ ପଢନ୍ତୁ

ଜନଜାତୀୟ ଗୌରବ ଦିବସ ଅବସର ରେ ୬୦୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୧୧: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଉରକେଲା ଠାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୧୩୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬୦୯ କୋଟି ଟଙ୍କା ମୂଲ୍ୟର […]

ସଂପୂର୍ଣ୍ଣ ପଢନ୍ତୁ

କୋଟିଆ ସୀମାନ୍ତରେ ନିର୍ମାଣ ହେବ ତନଖି ଫାଟକ

ସେମିଳିଗୁଡା, ୧୫/୧୧: ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ କୋରାପୁଟ ଜିଲାର ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆରେ ରାଜ୍ୟ ସରକାର ତନଖି ଫାଟକ ଶୀଘ୍ର ସ୍ଥାପନ କରିବେ। ଏଥିପାଇଁ ଯୋଜନା ସରିଛି ବୋଲି କହିଛନ୍ତି ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ। ନିକଟରେ ଆନ୍ଧ୍ର ଅଧିକାରୀମାନେ କୋଟିଆରେ ଅନୁପ୍ରବେଶ କରି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରିବାକୁ କିଛି କାର୍ଯ୍ୟକ୍ରମ ଆୟୋଜନ କରିବା ପରେ ବ୍ଲକ ପ୍ରଶାସନ ଏଭଳି ଆଭିମୁଖ୍ୟ ଆପଣାଇଛି।କୋରାପୁଟ ଜିଲାର ବିବାଦୀୟ କୋଟିଆ ପଞ୍ଚାୟତ ସମସ୍ୟାର ସମାଧାନ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି କାର୍ଯ୍ୟାଳୟରେ ଜୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୫/୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ନୂଆପଡାର ନବ ନିର୍ବାଚିତ ବିଜେପି ବିଧାୟକ ଜୟ ଢୋଲକିଆ । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଜୟଙ୍କୁ ସ୍ୱାଗତ କରିବା ସହ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜୟ ନିଜ ମାଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବିଧାୟକ ଏବଂ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଗାର୍ଲଫ୍ରେଣ୍ଡକୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବାକୁ ଗଞ୍ଜେଇ ବେପାର !

କାଲିମେଳା, ୧୫/୧୧ : ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ଦୁଇ ଯୁବକ। ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। ଲାଚିପେଟା ଛକରେ ପାଟ୍ରୋଲିଂ ବେଳେ ସନ୍ଦେହ ହେବାରୁ ପୁଲିସ୍‌ ସ୍କୁଟିକୁ ଅଟକାଇ ତଦନ୍ତ କରିଥିଲା । ସେଥିରୁ ମୋଟ ୨୨ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି । ଅଭିଯୁକ୍ତମାନେ ଗଞ୍ଜେଇକୁ ବିକ୍ରି କରିବାକୁ ତେଲଙ୍ଗାନାକୁ ନେଉଥିଲେ। ଗଞ୍ଜେଇ ବିକ୍ରି ଟଙ୍କାରେ […]

ସଂପୂର୍ଣ୍ଣ ପଢନ୍ତୁ