ଉପକୂଳରୁ ୨ ସନ୍ଦିଗ୍ଧ ଟ୍ରଲର, ୪ କଣ୍ଟେନର ଜବତ: ଜଣେ ଅଟକ

ବାଲେଶ୍ବର, ୧୦/୧୧: ବାଲେଶ୍ବର ଜିଲ୍ଲା କଷାଫଳ ମେରାଇନ ଥାନା ଅଧୀନ ସମୁଦ୍ର ଉପକୂଳରୁ ଶନିବାର ବିଳମ୍ବିତ ରାତିରେ ୨ଟି ସନ୍ଦିଗ୍ଧ ଟ୍ରଲର ଓ ୪ଟି କଣ୍ଟେନର ଜବତ କରାଯାଇଛି। ସୂଚନା ଅନୁଯାୟୀ ରାତିରେ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରଠାରୁ ଅନତି ଦୂରରେ ଏହି ଟ୍ରଲର ଦୁଇଟି ଲଙ୍ଗର ପକାଇଥିଲା। ଟ୍ରଲର୍‌ରେ ଆସିଥିବା ସାମଗ୍ରୀ ୪ଟି କଣ୍ଟେନର ଯୋଗେ ଚାଲାଣ ପାଇଁ ଉଦ୍ୟମ ହେଉଥିଲା। ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ କେବଳ ମାଛଧରା ଟ୍ରଲର ଲାଗିବାର ନିୟମ ଥିବାରୁ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଆପାଳରୁ ବାଲେଶ୍ଵର : ଯୁବ କଂଗ୍ରେସ ପଦଯାତ୍ରା

ବାଲିଆପାଳ, ୧୦/୧୧: ବାଲିଆପାଳ ଏନଏସିରୁ ବାଦ ପଡ଼ିବା, ସୁବର୍ଣ୍ଣରେଖା ନଦୀରେ ଆସୁଥିବା ପ୍ରଳୟଙ୍କରୀ ବନ୍ୟାରୁ ବାଲିଆପାଳ ବ୍ଲକର ୧୦ଟି ପଞ୍ଚାୟତର ୬୦ହଜାର ଲୋକଙ୍କ ଜୀବନ ଜୀବିକାକୁ ରକ୍ଷା କରିବା ପାଇଁ ଯଥାଶୀଘ୍ର ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା ଏବଂ ବାଲିଆପାଳରେ ଥିବା ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଲିଆପାଳ ଓ ପ୍ରତାପପୁରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପ୍ରଭୃତି ପ୍ରମୁଖ ଦାବି ନେଇ ବାଲିଆପାଳ ବ୍ଲକ ଯୁବ କଂଗ୍ରେସ ଡାକରାରେ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇଛି।କଂଗ୍ରେସ […]

ସଂପୂର୍ଣ୍ଣ ପଢନ୍ତୁ

ଘରୋଇ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ

ବାଲେଶ୍ୱର, ୩୦/୧୦: ପିଛା ଛାଡୁନି ବସ୍‌ ଦୁର୍ଘଟଣା । ଘରୋଇ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରକ୍‌ । ୩ଯାତ୍ରୀ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଯୁଣବଳଦା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏହେସାନ୍‌ ନାମକ ଘରୋଇ ବସକୁ ଧକ୍କା ଦେଇଥିଲା ଟ୍ରକ୍‌ । ବାଲେଶ୍ୱରରୁ ଚନ୍ଦନେଶ୍ୱର ଯାଉଥିଲା ଏହସାନ୍‌ ଯାତ୍ରୀବାହୀ ବସ । ବର୍ତ୍ତମାନ୍‌ ଘଟଣା ସ୍ଥଳରେ ପୁଲିସର ତଦନ୍ତ ଜାରି ରହିଛି ।

ସଂପୂର୍ଣ୍ଣ ପଢନ୍ତୁ

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ ୨ ମୃତ

ଜଳେଶ୍ବର ୨୯/୧୦: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍- ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର- ମୃତକ ହେଲେ ବସ ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍(୩୯) ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ(୪୦) – ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ- ସମସ୍ତ ଗୁରୁତର ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି- ବସଟି ଢେଙ୍କାନାଳର ନୃସିଂହପୁରରୁ କୋଲକାତା ଅଭିମୁଖେ ଯାଉଥିଲା- ବସରେ ମୋଟ […]

ସଂପୂର୍ଣ୍ଣ ପଢନ୍ତୁ

ଭୁଜାଲି ଦେଖାଇ ଲୁଟିନେଲେ ୫ ଲକ୍ଷ ଟଙ୍କାର ଗହଣା

ସୋର, ୨୬/୧୦: ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଜାନୀ ଭଳି ଅପରାଧିକ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଅନନ୍ତପୁର ପଞ୍ଚାୟତ ବେଲପୁରବସ୍ତିରେ ସେକ ଏଲାଉଦ୍ଦିନ ଘରେ ନ ଥିବାବେଳେ କିଛି ଡକାୟତ ତାଙ୍କ ଘରେ ପଶି ତାଙ୍କ ପତ୍ନୀ ଆମିନା ବିବିଙ୍କୁ ଭୁଜାଲି ​‌ଦେଖାଇ ଆକ୍ରମଣ କରିଥିଲେ। ଏବଂ ତାଙ୍କଠାରୁ ୩ଟି ସୁନାହାର, କାନଫୁଲ, କିଛି ରୂପା ଗହଣା ଏବଂ ନଗଦ ୬୫ ହଜାର ଟଙ୍କା ଲୁଟ କରି ଫେରାର […]

ସଂପୂର୍ଣ୍ଣ ପଢନ୍ତୁ

ବାଲେଶ୍ଵର ଓ ଗଞ୍ଜାମରେ ସରକାରୀ ଛୁଟି ବାତିଲ୍‌

ବାଲେଶ୍ଵର, ୨୫/୧୦: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କର ଛୁଟି ବାତିଲ ହୋଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି, ସୋମନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଅଧିକାରୀ ମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ରହିଛି।୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡିଶାକୁ ରେଡ଼ ଆଲର୍ଟ ଜାରି କରାଯାଇଛି । ପବନକୁ ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ: ଗଣ ଦୁଷ୍କର୍ମ ନୁହେ

ଦୁର୍ଗାପୁର, ୧୫ /୧୦: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି।ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ ବୋଲି କମିଶନର କହିଛନ୍ତି। କେବଳ ଜଣେ ଅଭିଯୁକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ଗାପୁର ଜଙ୍ଗଲରେ କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍

ଦୁର୍ଗାପୁର, ୧୪/୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଖୋଳତାଡ ଜାରି ରଖିଛି ଦୁର୍ଗାପୁର ପୁଲିସ । ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ଆଜି ପୁଲିସ କ୍ରାଇମ ସିନ୍‍ ରିକ୍ରିଏସନ୍‍ କରୁଛି । ଜଣେ ଅଭିଯୁକ୍ତକୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ ପହଞ୍ଚି କ୍ରାଇମ୍‍ ସିନ୍‍ ରିକ୍ରିଏସନ୍‍ କରୁଛି ପୁଲିସ ଟିମ୍‍ । ଏହି ସମୟରେ ଦୁର୍ଗାପୁର ଡିସିପି ଓ ତଦନ୍ତକାରୀ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।ଗଣଦୁଷ୍କର୍ମ ମାମଲାରେ […]

ସଂପୂର୍ଣ୍ଣ ପଢନ୍ତୁ

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ଘଟଣାରେ ସୁରକ୍ଷା ପ୍ରତିଶ୍ରୁତି ଦେଲା ଦୁର୍ଗାପୁର ପୁଲିସ

ଦୁର୍ଗାପୁର, ୧୪/୧୦: ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଦୁର୍ଗାପୁର ପୁଲିସ । ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା କହିଛନ୍ତି ଦୁର୍ଗାପୁର ପୁଲିସ କମିଶନର । ଡିସିପି ପୀଡିତାଙ୍କ ବାପାଙ୍କ ସହ କଥା ହୋଇ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତାଙ୍କ ପରିବାର ସହ ପୁଲିସ ରହିଛି, ସମସ୍ତ ସହଯୋଗ ଦିଆଯିବ ବୋଲି କମିଶନର କହିଛନ୍ତି ।ସେପଟେ ପୀଡିତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଆ […]

ସଂପୂର୍ଣ୍ଣ ପଢନ୍ତୁ

ମମତାଙ୍କ ମୁହଁ ପୁଟାଣି

କୋଲକାତା,୧୨/୧୦: ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ୍ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ତଥା ଓଡ଼ିଶାର ଜଳେଶ୍ୱର ଅଞ୍ଚଳର ୨୩ ବର୍ଷୀୟ ଯୁବତୀଙ୍କୁ ଗଣବଳାତ୍କାର ଘଟଣା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ନ ଦେବାକୁ ପରାମର୍ଶ ଦେଇ ଘରୋଇ କଲେଜଗୁଡ଼ିକର ଦାୟିତ୍ୱ ଉପରେ ଜୋର ଦେଇଛନ୍ତି, ଯାହାକୁ ଭାଜପା ପୀଡିତଙ୍କ ପ୍ରତି ଲଜ୍ଜା ବୋଲି ଅଭିହିତ କରିଛି।ଶୁକ୍ରବାର ରାତିରେ ଛାତ୍ରୀଜଣକ ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ