କଲ୍ୟାଣପୁରରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ମାହାଙ୍ଗା, ୯ /୧୧ : ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗୋପାଳ ସାହିରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯାଜପୁର ଅରାବଳ ଅଂଚଳର ସୁନାମଧନ୍ୟ ମହିଳା ପାଲା ଗାୟିକା ଅମ୍ରିତା ସାମଲ ଓ ତାଙ୍କର ସାଥିମାନେ ପାଲା ପରିବେଷଣ କରିଥିଲେ l ଆଧୁନିକତାକୁ ଯେତେ ଆପଣେଇଲେ ମଧ୍ୟ ଆଜି ବି ପ୍ରାଚୀନ ପାଲା ପ୍ରତି ସାଧାରଣ ଜନତାଙ୍କ ଆଦର ଅତୁଟ ରହିଛି l ବହୁ ଗ୍ରାମୀଣ […]

ସଂପୂର୍ଣ୍ଣ ପଢନ୍ତୁ

ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଭଜନ ସମାରୋହ

ମାହାଙ୍ଗା, ୮ /୧୧: ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦୁଆବ ଅଂଚଳର ବନଗୁରୀଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାନା ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୮ ମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସୂର୍ଯ୍ୟପୂଜା,ଅଗ୍ନିପୂଜା, ଗୋ-ପୂଜା,କଳସ ଶୋଭାଯାତ୍ରା,ନଗର କୀର୍ତ୍ତନ, ଭଜନ ସମାରୋହ, ସମ୍ବର୍ଦ୍ଧନା ଏବଂ ହରିହାଟରେ ପ୍ରସାଦ ସେବନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବା ଦେଖିବାକୁ ମିଳିଥିଲା l ସୁଦୂର ଫୁଲୁବାଣୀ ଅଂଚଳର […]

ସଂପୂର୍ଣ୍ଣ ପଢନ୍ତୁ

କିଡିନି ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲା ସ୍ବେଛାସେବୀ ଅନୁଷ୍ଠାନ

ସାଲେପୁର, ୮/୧୧: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ କୁସକଣ୍ଟା ଗ୍ରାମର ବାବୁଲି ଦାସ ଜଣେ କ୍ଷୁଦ୍ର ଚାଷୀ ଓ ମୁଲିଆ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ,ତାଙ୍କ ପୁଅ କିଡିନି ରୋଗରେ ଆକ୍ରାନ୍ତ ହୋଇପଡିଛନ୍ତି l ବାବୁଲିଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ବାବୁଲି ଦାସ ଜଣେ ମୁଲିଆ ଭାବେ କାମକରି ଦୁଃଖ କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ l ତେବେ ଏହି ଗରୀବ ପରିବାର ଚଳିବା ପାଇଁ ଅସୁବିଧାର […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ପୁରୁଣା କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ

କଟକ, ୮/୧୧: କଟକ ଜିଲ୍ଲାରେ ପୁଣି ଅଘଟଣ ଘଟିଛି। କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ଉପସ୍ଥିତ ଥିବା ବେଳେ ଉଦ୍ଧାର କାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଟିଏ ଦିନରେ ଏଏସଓ, ଆରଆଇ ପରୀକ୍ଷା: ଦ୍ଵନ୍ଦ୍ଵରେ ଛାତ୍ରଛାତ୍ରୀ

କଟକ, ୮/୧୧: ଗୋଟିଏ ଦିନରେ ଦୁଇଟି ପରୀକ୍ଷା। ଯାହାକୁ ନେଇ ଦ୍ଵନ୍ଦ୍ଵରେ ରହିଛନ୍ତି ପରୀକ୍ଷାର୍ଥୀ। ଯେଉଁ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ସେମାନେ କିପରି ଦୁଇଟି ଯାକ ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।ସୂଚନା ଅନୁସାରେ, ଆସନ୍ତା କାଲି ଅର୍ଥାନ ନଭେମ୍ବର ୯ ତାରିଖରେ ଆରଆଇ, ଏଆରଆଇ, ଅମିନ, ଆଇସିଡିଏସ ସୁପରଭାଇଜର ଆଦି ପଦବୀରେ ଲିଖିତ ପରୀକ୍ଷା ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଛି। ଅନ୍ୟପଟେ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ବାଲିଯାତ୍ରା ପୂର୍ବ ଭାରତର ସର୍ବବୃହତ୍‌ ବାଣିଜ୍ୟିକ ଓ ସାଂସ୍କୃତିକ ମେଳା : ମୁଖ୍ୟମନ୍ତ୍ରୀ

କଟକ, ୬/୧୧ : ଓଡ଼ିଶାର ଗୌରବମୟ ଇତିହାସର ସୁନ୍ଦର ପରିଚୟ ଐତିହାସିକ ବାଲିଯାତ୍ରା। ଏହା କେବଳ ମେଳା ନୁହେଁ; ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଓଡ଼ିଆ ସାଧବ ପୁଅଙ୍କ ସାହସ ଆଉ ବାଣିଜ୍ୟର ଜୀବନ ସ୍ମୃତି। ବାଲିଯାତ୍ରା ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ମୁକ୍ତାକାଶ ବାଣିଜ୍ୟିକ ମେଳା। ବାଲିଯାତ୍ରା ଅାୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ମା ବାଗେଶ୍ବରୀଙ୍କ ପୀଠରେ ଭାଗବତ ସମ୍ମାନ ପ୍ରଦାନ ସମାରୋହ

ମାହାଙ୍ଗା,୬/୧୧:ଶ୍ରୀମଦ ଭାଗବତ ମହା ପୁରାଣ ଓଡ଼ିଶାର ଘରେ ଘରେ ବେଶ ଆଦୃତ ହୋଇପାରିଛି l ଓଡ଼ିଆ ଭାଗବତର ସରଳ ତରଳ ସାବଲୀଳ ତଥା ଅମୃତମୟ ଗାଥା ପ୍ରତିଟି ଓଡ଼ିଆଙ୍କ ମନ ପ୍ରାଣକୁ ବିମୋହିତ କରିଆସିଛି l ପୁଣ୍ୟ ଓ ପବିତ୍ର କାର୍ତ୍ତିକ ମାସରେ ଉତ୍କଳର ଅଧିକାଂଶ ମଠ, ମନ୍ଦିର ଏବଂ ଗାଁ’ ଗଣ୍ଡାରେ ଭାଗବତ ପାରାୟଣ ବେଶ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହେବା ଦେଖିବାକୁ ମିଳେ l ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବନଗୁରୀଆ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ତ୍ରୀ, ଶାଶୁ-ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

ବାଙ୍କି, ୫/୧୧: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ବାଙ୍କୀରେ ଅଭାବନୀୟ ଘଟଣା ଘଟିଛି । କଟକ ଜିଲା ବାଙ୍କୀ ଶିଶୁଆ ଗାଁରେ ଜ୍ୱାଇଁର ଉନ୍ମତକାଣ୍ଡ । ସ୍ତ୍ରୀ ସହ ଶାଶୁ ଓ ଶ୍ୱଶୁରଙ୍କୁ କଟୁରୀରେ ହାଣିଲା ଜ୍ୱାଇଁ । ସ୍ତ୍ରୀକୁ ସାଙ୍ଗରେ ନେବାକୁ ବାଧ୍ୟ କରିଥିଲା ଜ୍ୱାଇଁ । ଏହି ସମୟରେ ସ୍ତ୍ରୀ ଅରାଜି ହୋଇଥିଲେ ଏବଂ ଶାଶୁ ଓ ଶ୍ୱଶୁର ବିରୋଧ କରିବାରୁ ସମସ୍ତଙ୍କୁ ଆକ୍ରମଣ କରିଥିଲା ଜ୍ୱାଇଁ । ତିନି ଜଣଙ୍କୁ କଟୁରୀରେ ହାଣି ଆକ୍ରମଣ […]

ସଂପୂର୍ଣ୍ଣ ପଢନ୍ତୁ

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ, ୫/୧୧: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ କଟକ ବାଲିଯାତ୍ରା ବୁଧବାର ଉଦଘାଟିତ ହୋଇଯାଇଛି। ଏ ନେଇ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।ବାଲିଯାତ୍ରାକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅତିଥିବୃନ୍ଦ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ପ୍ରଥମ ଦିନରେ ବାଲିଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀ ଶ୍ରୀ ବାନାବଟେଶ୍ୱରଙ୍କ ୮ ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ଭଜନ ସମାରୋହ

ମାହାଙ୍ଗା, ୪ /୧୧: ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦୁଆବ ଅଂଚଳର ବନଗୁରୀଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାନା ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୮ ମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସୂର୍ଯ୍ୟପୂଜା,ଅଗ୍ନିପୂଜା, ଗୋ-ପୂଜା,କଳସ ଶୋଭାଯାତ୍ରା,ନଗର କୀର୍ତ୍ତନ, ଭଜନ ସମାରୋହ, ସମ୍ବର୍ଦ୍ଧନା ଏବଂ ହରିହାଟରେ ପ୍ରସାଦ ସେବନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବା ଦେଖିବାକୁ ମିଳିଥିଲା l ସୁଦୂର ଫୁଲୁବାଣୀ ଅଂଚଳର […]

ସଂପୂର୍ଣ୍ଣ ପଢନ୍ତୁ