ଝଙ୍କଡ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତରେ ଦେଖିବାକୁ ମିଳିଥିଲା କଂଗ୍ରେସ ର ପଞ୍ଚାୟତ ସ୍ତରୀୟ ସଂଗଠନ ର ଝଲକ | ମଧ୍ୟାନ୍ନ ୧୨ ଟାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଥିଲେ ଜିଲ୍ଲା ସଭାପତି ଦେବପ୍ରସାଦ ନାୟକ | ମୁଖ୍ୟବକ୍ତା ଥିଲେ ତିର୍ତ୍ତୋଲ ବ୍ଲକ ସଭାପତି ତଥା ମୂଳିସିଂ ପଞ୍ଚାୟତ ର ସରପଞ୍ଚ ମହମ୍ମଦ ସଫି ଆଜମ୍ | ସମ୍ମାନିତ ଅତିଥିଭାବେ ଜିଲ୍ଲାର ସାଧାରଣ ସମ୍ପାଦକ ଧନଞ୍ଜୟ ସୁତାର, ବ୍ଲକ ଉପସଭାପତି ଶୁଶାନ୍ତ କୁମାର ନାୟକ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ, ସହସମ୍ପାଦକ ସୁରେନ୍ଦ୍ରନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିବା ବେଳେ, ବୈଠକ ପରିଚାଳନା କରିଥିଲେ, ମହମ୍ମଦ ଅବଦୁଲ ୱାହୀଦ | ଦେଶରେ କଂଗ୍ରେସର ପତିଆରା ଜମିଜମି ଆସୁଥିବା ବେଳେ କଂଗ୍ରେସର ଯୁବନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନ କୁ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରରୁ ସାଙ୍ଗଠନିକ ପ୍ରକ୍ରିୟା କୁ ମଜବୁତ କରିବାକୁ ଅତିଥିମାନେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ଏହି ପସ୍ତିପ୍ରେକ୍ଷୀରେ ପଞ୍ଚାୟତ ର ଏକ ମଜବୁତ କମିଟି ଗଠନ କରାଯାଇ ସେମାନଙ୍କ ନାମ ଘୋଷଣା କରିବା ସହିତ ନବ ମନୋନୀତ ପଦାଧିକାରୀ ଙ୍କୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ | ସଭାପତି ଭାବେ ମହମ୍ମଦ ଇସ୍ମାଇଲ ପଞ୍ଚାୟତ ର ମଙ୍ଗ ଧରିଥିବା ବେଳେ, ରାମଚନ୍ଦ୍ର ନାୟକ, ଅବଦୁଲ ରସିଦ ଖାନ, ମୀର ଫରହାନ ଉଦ୍ଦିନ, ଶେଖ ମେହେଜୁଦ ଅଲ୍ଲୀ, ଅସ୍କର ଅଲ୍ଲୀ, ମୀର ୱାକର,ନିତ୍ୟାନନ୍ଦ ବେହେରା, ଶେଖ ଗୁଲାମ୍ ନବୀ, ମିର୍ଜା ଅସଲମ୍ ବେଗ,ସେକ ରଫିକ ରଜା, ଶୁଶାନ୍ତ କୁମାର ଜେନା, ରମେଶ ବେହେରା, ଉମେଶ ଚନ୍ଦ୍ର ଖଟୁଆ, ମୀର ରାଜିକ ଅଲ୍ଲୀ,ମଲ୍ଲିକ ମନୋହର ଅଲ୍ଲୀ, ସେକ କୁତବ ଉଦ୍ଦିନ, ମଲ୍ଲିକ ଇସା ପ୍ରମୁଖ ପଞ୍ଚାୟତ ର ବିଭିନ୍ନ ଦାୟିତ୍ୱରେ ରହିଥିବାର ଘୋଷଣା କରାଯାଇ ଥିଲା | ଏହି ସମସ୍ତ କାର୍ଯ୍ୟକ୍ରମ କୁ କୃଷ୍ଣାନନ୍ଦପୁର ର କଂଗ୍ରେସ ପ୍ରେମୀ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା |
