ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ ପାଇଁ ‘ମଧ୍ୟସ୍ଥତା’ ପ୍ରଭାବଶାଳୀ ମାଧ୍ୟମ: ପ୍ରଧାନ ବିଚାରପତି

କଟକ, ୧୫/୧୨: ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ। ଆଇନଗତ ତତ୍ତ୍ବ‌ରେ ନୁହେଁ, ସାଧାରଣ ନାଗରିକଙ୍କ ଜୀବନ୍ତ ଅନୁଭବରେ ଅଦାଲତର ଅସଲ ପରୀକ୍ଷା ନିହିତ ଥାଏ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜ‌ଷ୍ଟିସ୍‌ ସୂର୍ଯ୍ୟ କାନ୍ତ କହିଛନ୍ତି। ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ତରଫରୁ ସହିଦ ଭବନଠାରେ ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ: ମାମଲା ଖର୍ଚ୍ଚ ଓ ବିଳମ୍ବ ହ୍ରାସ ପାଇଁ ରଣନୀତି’ ଶୀର୍ଷକ ଆଲୋଚନାଚକ୍ରରେ ପ୍ରଧାନ […]

ସଂପୂର୍ଣ୍ଣ ପଢନ୍ତୁ

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର, ୧୫ / ୧୨: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ବିଜେଡି ନେତାମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣା ଜାରି ରହିଛି । ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ଧର୍ମଶାଳା ନିର୍ବାଚନମଣ୍ଡଳୀର ଶତାଧିକ ଲୋକ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି ।ପ୍ରଣବ କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଯାପିତ

କଟକ, ୧୫/୧୨: କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଯାପିତ ହୋଇଯାଇଛି।ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗର ଫାଇନାଲ ମ୍ୟାଚ୍ ଆଜି ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ଫାଇନାଲ ମ୍ୟାଚ୍ ଆଜି […]

ସଂପୂର୍ଣ୍ଣ ପଢନ୍ତୁ

୪୨ମୌଜା ବିକାଶ ପରିଷଦ ପକ୍ଷରୁ ଶୀତବସ୍ତ୍ର କମ୍ବଳ ବଣ୍ଟନ

କଟକ ସଦର, ୧୩/୧୨: ବୟାଳିଶ ମୌଜା ବିକାଶ ପରିଷଦ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷର ଶୀତ ବସ୍ତ୍ର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆଇତଳଙ୍ଗ ସ୍ଥିତ ସ୍ଵପ୍ନେଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ପରିଷଦର ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର ଅଧ୍ୟକ୍ଷତା କରିଥିବା ସ୍ଥଳେ ସମ୍ପାଦକ ସନ୍ତୋଷ କୁମାର ପତି ସ୍ୱାଗତ ଭାଷଣ ଦେଇଥିଲେ। ପରିଷଦ ପକ୍ଷରୁ ୨୫ଜଣ ହିତାଧିକାରୀଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିଲା। ପରିଷଦ ପକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ

ଓସଙ୍ଗରେ ପ୍ରଶାନ୍ତ କାନୁନଗୋଙ୍କ ୮୫ ତମ ଜୟନ୍ତୀ ଓ ଶିଶୁ ମହୋତ୍ସବ ପାଳିତ

ମାହାଙ୍ଗା, ୧୩/୧୨: ମାହାଙ୍ଗା ମାଟିର ସାଂସ୍କୃତିକ ସୂତ୍ରଧର,ଅହିଂସାର ପୂଜାରୀ,ବହୁ ସାମାଜିକ ଆନ୍ଦୋଳନର ଅଗ୍ରଣୀ ସେନାପତି ସ୍ବର୍ଗତ ପ୍ରଶାନ୍ତ କାନୁନଗୋଙ୍କ ୮୫ ତମ ଜନ୍ମ ଜୟନ୍ତୀ ଓ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଓସଙ୍ଗ କେନ୍ଦ୍ରୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ନାଟ୍ୟ ସାରଥୀ ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶରତ କର -ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ପୂର୍ବତନ ଆୟାକର କମିଶନର ଶୋଭନ କର […]

ସଂପୂର୍ଣ୍ଣ ପଢନ୍ତୁ

ନିଯୁକ୍ତି ନିୟମିତ ପାଇଁ OTET ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ

କଟକ,୧୨/୧୨: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଓଟିଇଟି କେବଳ ଦରମା ବୃଦ୍ଧି ପାଇଁ ଆବଶ୍ୟକ। ଜଣେ ଗଣଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ଚାକିରିକୁ ରାଜ୍ୟ ସରକାର ଓଟିଇଟି ଯୋଗ୍ୟତା ନ ଥିବା ଦର୍ଶାଇ ନିୟମିତ କରିବାକୁ ମନା କରିଦେଇଥିଲେ। ଏହା ବିରୁଦ୍ଧରେ ସନ୍ଧ୍ୟାରାଣୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର […]

ସଂପୂର୍ଣ୍ଣ ପଢନ୍ତୁ

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୧/୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଓଡ଼ିଆରେ ସାକ୍ଷରତା ଅଭାବରୁ ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ମହେଶ୍ୱର ଜେନାଙ୍କ ଅଯୋଗ୍ୟତାକୁ ହାଇକୋର୍ଟ କାଏମ ରଖିବା ସହିତ ନୂତନ ନିର୍ବାଚନ ପାଇଁ ରାସ୍ତା ଖୋଲିଛନ୍ତି। ନ୍ୟାୟାଳୟ କହିଛନ୍ତି ଯେ ରାଜ୍ୟର ସରକାରୀ ଭାଷାରେ କାର୍ଯ୍ୟକ୍ଷମ ସାକ୍ଷରତା ଆଇନ ଦ୍ୱାରା […]

ସଂପୂର୍ଣ୍ଣ ପଢନ୍ତୁ

୧୭ ଡିସେମ୍ବର “ରାଜଭବନ ଅଭିଯାନ” ପାଇଁ ୪୨ମୌଜା ଯୋନ ର ପ୍ରସ୍ତୁତି ସଭା

କଟକ,୧୦/୧୨: ରିଖ ଦିନ ୧୧ଟା ସମୟରେ ବେଣ୍ଟକାର ଏରଞ୍ଚ ଗ୍ରାମରେ ଥିବା ଗୋପବନ୍ଧୁ ପୌଢ଼ ନିବାସରେ *୪୨ ମୌଜା ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ପ୍ରସ୍ତୁତି ବୈଠକ ସାଥୀ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ।* କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଅର୍ଥ ଆଇନ-୨୦୨୫ର ଚତୁର୍ଥ ପରିଛେଦକୁ ସଂଶୋଧନ ମଧ୍ୟ ଦେଇ ଭାବିଷ୍ୟତରେ ଆଉ ପେନସନ ଅଭିବୃଦ୍ଧି ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି । ସରକାରଙ୍କ ଏହି ପେନସନର […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମମାଟିରେ ସେବା,ତ୍ୟାଗ ଓ ସମର୍ପଣର ମଣିଷଙ୍କୁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି !

ସାଲେପୁର, ୧୦/୧୨: ଆଦର୍ଶ ଶିକ୍ଷକ, ବିଶିଷ୍ଟ କ୍ରୀଡା ସଂଗଠକ, ସାହିତ୍ୟ-ସଂସ୍କୃତି ପ୍ରେମୀ ପୁରୁଷ,ସ୍ବର୍ଗତ ନଗେନ୍ଦ୍ର କୁମାର ବିଶ୍ୱାଳଙ୍କ ଦ୍ଵାଦଶାହ ତିଥିରେ ସାଲେପୁର ଥାନା ଭୀମଦାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓରବାରି ଠାରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ବିଶ୍ୱାଳଙ୍କ ବହୁମୁଖୀ ପ୍ରତିଭା ଓ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ l ନଗେନ୍ଦ୍ରଙ୍କ ବାପା ଓ ଜେଜେ […]

ସଂପୂର୍ଣ୍ଣ ପଢନ୍ତୁ

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଘାଟିତ

ଭୁବନେଶ୍ୱର/କଟକ, ୧୦/୧୨: ଆଜି କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତ ହୋଇଯାଇଅଛି। ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼.ୟେଦୁଲା ବିଜୟ, […]

ସଂପୂର୍ଣ୍ଣ ପଢନ୍ତୁ