ମୁଳିସିଂହ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଓ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ତିର୍ତ୍ତୋଲ (ଝଙ୍କଡ଼) : ତିର୍ତ୍ତୋଲ ବ୍ଲକ ମୁଳିସିଂହ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଗତ ଶୁକ୍ରବାର ଦିନ ବିଜ୍ଞାନ ମେଳା ଓ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ନିର୍ଦ୍ଦେଶକ ବିକ୍ରମ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ ରାଜକିଶୋର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜଗତସିଂହପୁର ସାରସ୍ୱତ ପରିଷଦର […]

ସଂପୂର୍ଣ୍ଣ ପଢନ୍ତୁ

ନବୀନଙ୍କୁ ଭେଟିଲେ ଅଖିଳେଶ

ଭୁବନେଶ୍ବର :  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଓଡିଶା ଗସ୍ତରେ ଆସି ନବୀନଙ୍କୁ ଭେଟିଛନ୍ତି ଅଖିଳେଶ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ଦଳର ସଭାପତି ଅଖିଳେଶ ଯାଦବ ଆଜି ଅପରାହ୍ନରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅଖିଳେଶ ଯାଦବ […]

ସଂପୂର୍ଣ୍ଣ ପଢନ୍ତୁ

ବେଆଇନ ବନ୍ଧୁକ କାରବାର ନେଟୱର୍କ ଖୁଲାସା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଆଇନ ବନ୍ଧୁକ କାରବାର ନେଟୱାର୍କର ଖୁଲାସା କରିଛି କମିଶନରେଟ ପୁଲିସ । ବନ୍ଧୁକ ଡେଲିଭରି ପାଇଁ ଆସିଥିବା ବେଳେ ଜଣଙ୍କୁ ଗିରଫ କରିବା ସହ ୬ଟି ବନ୍ଧୁକ ଜବତ କରିଛି ପୁଲିସ । ଏହି ଘଟଣାରେ ଚନ୍ଦକାରୁ ମନୋଜ କୁମାର ମଲ୍ଲିକ ଗିରଫ କରିଛି ପୁଲିସ । ମନୋଜର ଘର ଯାଜପୁରରେ ହୋଇଥିବା ସୂଚନା । ସେ ଭୁବନେଶ୍ୱରକୁ ବନ୍ଧୁକ ଡେଲିଭରି କରିବାକୁ ଆସିଥିଲା । ବାଇକ ସହ ୬ଟି ବନ୍ଧୁକ ଜବତ […]

ସଂପୂର୍ଣ୍ଣ ପଢନ୍ତୁ

ମାତୃଭୂମି ପାଇଁ ବଳିଦାନ ଦେଇଥିବା ବୀର ଯବାନ ବିକ୍ରମ ସାହୁ ଅମର: ସିପୁରାରେ ପାଳିତ ହେଲା ୩୫ତମ ଜୟନ୍ତୀ

ମାହାଙ୍ଗା : ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମାହାଙ୍ଗାର ବୀର ସନ୍ତାନ ସହୀଦ ବିକ୍ରମ ସାହୁ ଥିଲେ ଜଣେ ନିର୍ଭୀକ ରାଷ୍ଟ୍ରଭକ୍ତ। ତାଙ୍କ ଭଳି ବୀର ସୈନିକଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହେବା ଆଜିର ଯୁବପିଢ଼ି ପାଇଁ ଏକାନ୍ତ ଆବଶ୍ୟକ। ସହୀଦ ବୀର ବିକ୍ରମ ସାହୁଙ୍କ ୩୫ତମ ଜୟନ୍ତୀ ଅବସରରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଏହି ମର୍ମରେ ମତବ୍ୟକ୍ତ କରିଛନ୍ତି। ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ସିପୁରା ଗ୍ରାମର “ସହୀଦ ବୀର […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସଅଁରା ହାଇସ୍କୁଲର ୫୧ତମ କ୍ରୀଡାଉତ୍ସବ ଉଦଯାପିତ

ଝଙ୍କଡ଼, ୧୬/୦୧ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ଉଚ୍ଚ ବିଦ୍ୟାଳୟର ୫୧ତମ ବାର୍ଷିକ କ୍ରୀଡାଉତ୍ସବ ୨୦୨୬ ଗତ ଶୁକ୍ରବାର ଦିନ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବିକ୍ରମ କିଶୋର […]

ସଂପୂର୍ଣ୍ଣ ପଢନ୍ତୁ

ଗିରଫ ହେବେ ନିଶା ମହାରଣା !

ଭୁବନେଶ୍ବର : ଗିରଫ ହୋଇ ପାରନ୍ତି ନିଶା ମହାରଣା । ଅଶ୍ଳୀଳ ନୃତ୍ୟ ପ୍ରଦଶଶନ ପାଇଁ ଗିରଫ କରିପାରେ ବଲାଙ୍ଗୀର ଜିଲ୍ଲା ପୁଲିସ । ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କୁ ମହଙ୍ଗା ପଡିପାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ । ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ପାଇଁ ନିଶାଙ୍କୁ ଗିରଫ ପାଇଁ ଖୋଜୁଛି ପୁଲିସ । ଖବର ଅନୁସାରେ, ଗତ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ନିଶା । ଯାହାକୁ ନେଇ ସଦର […]

ସଂପୂର୍ଣ୍ଣ ପଢନ୍ତୁ

କାହିଁକି ନିଲମ୍ବନ ହେଲି ଜାଣିନି : ଅରବିନ୍ଦ, ପୁଅ ସେପରି କିଛି କରିନି : ବିଜୟ ମହାପାତ୍ର

ଭୁବନେଶ୍ବର : ଦଳରୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ଅରବିନ୍ଦ ମହାପାତ୍ର । କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନଥିବା କହିଲେ ଅରବିନ୍ଦ । ବିଜେଡ଼ିରୁ ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନ ଘଟଣାରେ ପ୍ରତିକ୍ରିୟା ରଖିଲେ ଅରବିନ୍ଦ । କାହିଁକି ନିଲମ୍ବନ ହୋଇଛନ୍ତି ଜାଣି ନଥିବା କହି, ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିଥିବା କହିଲେ ଅରବିନ୍ଦ । ସେ କହିଛନ୍ତି, ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ଦଳ ତରଫରୁ ଏପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡ଼ିରୁ ନିଲମ୍ବିତ ହେଲେ ସନାତନ ଓ ଅରବିନ୍ଦ

ଭୁବନେଶ୍ବର : ବିଜେଡିରୁ ବିଦାହେଲେ ଦୁଇ ବିଧାୟକ । ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ […]

ସଂପୂର୍ଣ୍ଣ ପଢନ୍ତୁ

ରଘୁନାଥ ବିଦ୍ୟାପୀଠ କୋଠପଦାର ବାର୍ଷିକ କ୍ରୀଡା ଉଦଘାଟିତ

ମାହାଙ୍ଗା  : କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ,କୋଠପଦାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗଣକବି ବୈଷ୍ଣବ ପାଣି ମିନି ଷ୍ଟାଡିଅମ ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ ସଭାପତିତ୍ୱ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ଯୋଗଦେଇ କ୍ରୀଡାଧ୍ବଜା ଉତ୍ତୋଳନ କରିବା ସହିତ ରଘୁନାଥ ଜୀୟୁ ମଠରୁ ଆସିଥିବା କ୍ରୀଡାଜ୍ୟୋତିକୁ ଗ୍ରହଣ କରିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ପାରମ୍ପରିକ ‘ମକରବେଢ଼ା ପରିକ୍ରମା’: ଦର୍ଶନରୁ ବଞ୍ଚିତ ହେଲେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ

ଝଙ୍କଡ଼ (୧୪/୦୧/୨୦୨୬) : ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ପୀଠରେ ପବିତ୍ର ମକର ପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ମହାସମାରୋହରେ ପାଳିତ ହୋଇଯାଇଛି। ଆବାହମାନ କାଳରୁ ପ୍ରଚଳିତ ଏହି ନିଆରା ପରମ୍ପରା ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଛି। ପାରମ୍ପରିକ ନୀତିକାନ୍ତି:ମକର ସଂକ୍ରାନ୍ତିର ପୂର୍ବଦିନ ଅର୍ଥାତ୍ ମାସନ୍ତ ରାତିରେ ମା’ଙ୍କ ବଡ଼ସିଂହାର ଓ ଭୋଗପୂଜା ପରେ, ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ବର୍ଣ୍ଣାଢ୍ୟ ପଟୁଆରରେ ମନ୍ଦିର ବେଢ଼ା ନଅଥର ପରିକ୍ରମା […]

ସଂପୂର୍ଣ୍ଣ ପଢନ୍ତୁ