ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଓଡିଶା ଗସ୍ତରେ ଆସି ନବୀନଙ୍କୁ ଭେଟିଛନ୍ତି ଅଖିଳେଶ ।
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ଦଳର ସଭାପତି ଅଖିଳେଶ ଯାଦବ ଆଜି ଅପରାହ୍ନରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅଖିଳେଶ ଯାଦବ ତାଙ୍କର କିଛି କାର୍ଯ୍ୟକ୍ରମରେ ଓଡିଶା ଗସ୍ତରେ ଆସିଛନ୍ତି । ଆସନ୍ତାକାଲି ଭୁବନେଶ୍ୱରର ଏକ ଘରୋଇ ହୋଟେଲ କାର୍ଯ୍ୟକ୍ରମରେ ଯୋଗଦେବେ ଅଖିଳେଶ ।
