ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସଅଁରା ହାଇସ୍କୁଲର ୫୧ତମ କ୍ରୀଡାଉତ୍ସବ ଉଦଯାପିତ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୧୬/୦୧ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ଉଚ୍ଚ ବିଦ୍ୟାଳୟର ୫୧ତମ ବାର୍ଷିକ କ୍ରୀଡାଉତ୍ସବ ୨୦୨୬ ଗତ ଶୁକ୍ରବାର ଦିନ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବିକ୍ରମ କିଶୋର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ସର୍ବେଶ୍ୱର ଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରୋତ୍ତମ ଭୂୟାଁ, ସମିତି ସଭ୍ୟା ସ୍ନିଗ୍ଧାରାଣୀ ଦାସ, ସମାଜସେବୀ ନିହାର ରଞ୍ଜନ ମହାନ୍ତି, ପ୍ରାକ୍ତନ ଶିକ୍ଷକ ରବୀନ୍ଦ୍ରନାଥ ରାଉତ ଓ ଅଜୟ କୁମାର ଦାସ ଏବଂ ପରିଚାଳନା କମିଟି ସଦସ୍ୟ ଗୌରକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶିକ୍ଷକ ବାବୁଲି ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ସମଗ୍ର ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀ ଆୟକର ବିଭାଗର ପ୍ରାକ୍ତନ ଆୟୁକ୍ତ ରବିନାରାୟଣ ଦାଶଙ୍କ ପକ୍ଷରୁ ତାଙ୍କ ପିତା ତଥା ହେଡ଼ପଣ୍ଡିତ ନଗେନ୍ଦ୍ର କୁମାର ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟର ମାଟ୍ରିକ ଟପରଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଅତିଥିମାନେ କୃତୀ ଛାତ୍ରଙ୍କୁ ଏହି ପୁରସ୍କାର ଅର୍ପଣ କରିଥିଲେ।

କ୍ରୀଡା ପ୍ରତିଯୋଗିତା ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଶିଲ୍, କପ୍, ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରଶଂସନୀୟ ପ୍ରୟାସ ବୋଲି ଅତିଥିମାନେ ମତ ଦେଇଥିଲେ।

ଏହି କ୍ରୀଡା ଉତ୍ସବକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ, ପୁଷ୍ପାଞ୍ଜଳି ମହାରଣା, ଜୟଶ୍ରୀ ନାୟକ, ଗୀତାଞ୍ଜଳି ବାରିକ, ନୟନା ମଞ୍ଜରୀ ପାଲ, ଅନ୍ନପୂର୍ଣ୍ଣା ଓଝା, ଜୟନ୍ତୀ ବାଳା ଦାସ, ସୁପ୍ରଭା ମହାନ୍ତି, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ରତ୍ନପ୍ରଭା ସ୍ୱାଇଁ ଏବଂ ଶିକ୍ଷକ ଟୁଟୁ ଦାଶ, ଲକ୍ଷ୍ମୀକାନ୍ତ ବେହେରା ଓ ନୃସିଂହନାଥ ଦ୍ୱିବେଦୀଙ୍କ ସମେତ ସମସ୍ତ ଶିକ୍ଷାକର୍ମୀ ସକ୍ରିୟ ସହଯୋଗ କରିଥିଲେ। ରବୀନ୍ଦ୍ର ନାଥ ସାହୁ ମଧ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାରଣା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *