ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସଙ୍କ ଭିଡ଼

ଗଞ୍ଜାମ, ୮/୧୨: ଶୀତର ଆଗମନରେ ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ ଅତିଥି ପକ୍ଷୀ ଧ୍ରୂବ ହଂସଙ୍କୁ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ବର୍ତ୍ତମାନ ବହୁ ସଂଖ୍ୟାରେ ଧ୍ରୂବହଂସ ହୁମ୍ମା ଅଞ୍ଚଳରେ ମଧ୍ୟ ଲୁଣାଜମିରେ ରହିଥିବା ଜଳାଶୟରେ ଜଳକ୍ରୀଡା କରିବା ସହ ଖାଦ୍ୟ ଆହାର କରୁଥିବା ଦେଖାଯାଇଛି। ନଭେମ୍ବର ମାସରେ ପ୍ରବଳ ଥଣ୍ଡା ସହି ନ ପାରି ମାଙ୍ଗୋଲିଆ, ଚୀନ, ପାକିସ୍ତାନ, ବାଂଲାଦେଶ, ମ୍ୟାନମାର, ସାଲିମାର ପ୍ରମୁଖ ଅଞ୍ଚଳରୁ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ ଓ ଆଦିତ୍ୟ ଚମ୍ପିଆନ

ଆଠଗଡ, ୮/୧୨: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ୪ର୍ଥ ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ବିଭାଗରେ କଟକର ଚନ୍ଦନ ମହାପାତ୍ର ଏବଂ ଜୁନିୟର ବିଭାଗରେ କଟକର ଆଦିତ୍ୟ ନାୟକ ଚମ୍ପିଆନ ହୋଇ ପୁରସ୍କୃତ ହୋଇଥିଲେ। ଆଠଗଡ ବାହୁକୁସ୍ତି ଆସୋସିଏସନର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ ମୁଖ୍ୟଅତିଥି ଭାବେ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ମନୋଜ ମୁଖୀ, ସାଗର ନାୟକ, ପ୍ରବୀର ଷଢଙ୍ଗୀ, ପ୍ରମୋଦ ମୁଖୀ, […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ଡାକ୍ତର ମରୁଡି

ଭୁବନେଶ୍ୱର, ୭/୧୨: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ ସେବା । ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଥିବା ଘଟଣା ଚିନ୍ତା ବଢାଇଛି । ଆଜି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ଅଣତାରକା ପ୍ରଶ୍ନ କେଉଁ ଜିଲାରେ କେତେ ସଂଖ୍ୟାରେ ଡାକ୍ତର ପଦବୀ ଖାଲି ଅଛି ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ।ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା, ୭/୧୨ : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ ହୋଇଛି। ଛାତ୍ର ଜଣକ ଯୁକ୍ତ ଦୁଇରେ ପଢୁଥିବା ଜଣାପଡିଛି। ସମାବ୍ୟ ବଚସାକୁ ନେଇ ଆଉ ଜଣେ ଛାତ୍ର ତାଙ୍କୁ ଛୁରାମାଡ କରିଛନ୍ତି। ଗୁରୁତର ଛତ୍ରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଉପସ୍ଥିତ ଥିବା ଛାତ୍ରମାନେ ଛୁରାମାଡ କରିଥିବା ଅଭିଯୁକ୍ତ ଛାତ୍ରକୁ କୁଳିଅଣା ପୁଲିସର ଜିମା ଦେଇଛନ୍ତି।

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ଭୁବନେଶ୍ଵର, ୭/୧୨: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ ପରେ ଓଡ଼ିଶାରେ ସରକାରଙ୍କ ଚେତା ପଶିଛି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ସମସ୍ତ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ନିର୍ଦେଶ ଜାରି କରାଯାଇଛି। ରାଜ୍ୟରେ ଚାଲୁଥିବା କ୍ଲବ ଏବଂ ପବଗୁଡ଼ିକରେ ଯୁବପିଢ଼ିଙ୍କ ଭିଡ଼ ଲାଗିରହୁଛି। ମନୋରଞ୍ଜନ ସମୟରେ କୌଣସି ଅଘଟଣ ଘଟିଲେ କିମ୍ବା ଅଗ୍ନିକାଣ୍ଡ ଘଟିଲେ ତାହାର […]

ସଂପୂର୍ଣ୍ଣ ପଢନ୍ତୁ

ଗାଁ କଳିରୁ ପୋଡାଜଳା , ମେଳି ଓ ଉତ୍ତେଜନା

ମାଲକାନଗିରି, ୭/୧୨: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା ଗାଁର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଛନ୍ତି । ଖୋଦ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । କଡ଼ା ସୁରକ୍ଷା ଭିତରେ ଗତକାଲି ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ଶେଷ ହୋଇଛି ।ରାତି ତମାମ ମାଲକାନଗିରି ଏମଭି ୨୬ ଗାଁରେ […]

ସଂପୂର୍ଣ୍ଣ ପଢନ୍ତୁ

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ମାମଲାରେ ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର, ୮/୧୨ :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାକୁ ସମବେଦନା ଜଣାଇଛନ୍ତି। ପୀଡିତାଙ୍କ ମୃତ୍ୟୁ ପରେ ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ଦାବି ପୂରଣର ପ୍ରତିଶ୍ରୁତି ପ​‌ରେ ପରିବାର ଲୋକେ ଧାରଣାରୁ ଉଠିଛନ୍ତି। ଘଟଣାସ୍ଥଳରେ […]

ସଂପୂର୍ଣ୍ଣ ପଢନ୍ତୁ

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି, ୮/୧୨: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ। ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ ଲକ୍ଷ ୨୯ ହଜାର ଟଙ୍କା ସହ ୫ଟି ମୋବାଇଲ ଓ ୨ଟି ବାଇକ୍‌ ଜବତ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଦାସ ଙ୍କ ସମାଧିପୀଠ ରେ ସାରଦା ଏକାଡେମୀ 1971 ବ୍ୟାଚ ର ବନ୍ଧୁମିଳନ

ଝଙ୍କଡ଼, ୭/୧୨: ଦୀର୍ଘ ପଞ୍ଚାବନ ବର୍ଷର ବ୍ୟବଧାନପରେ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ର 1971 ମସିହା ମାଟ୍ରିକବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ମାନେ ଦୀର୍ଘ 55 ବର୍ଷପରେ, ସର୍ବପ୍ରଥମଥର ପାଇଁ ଏକ ଅପୂର୍ବ ବନ୍ଧୁମିଳନ ଉତ୍ସବ ଗତ ରବିବାରଦିନ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆଭାଷା ସାହିତ୍ୟର ପ୍ରାଣପ୍ରତିଷ୍ଠାତା ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ସ୍ଥିତ ସାରଳା ଦାସ ସ୍ମୃତିଭବନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ବିବେକାନନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ

ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, ପର୍ଯ୍ୟଟକ ଙ୍କ ପାଇଁ ନାହିଁ, ଆବଶ୍ୟକୀୟ ସୁବିଧା ସୁଯୋଗ !!

ଝଙ୍କଡ଼, ୭/୧୨: ମନ୍ଦିର ମାଳିନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା ର ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ, ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନଲାଭ ଓ ପୀଠ ପରିଭ୍ରମଣ ନିମନ୍ତେ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ମାତ୍ରେ ବିପୁଳ ଜନସମାଗମ ରେ ଚଳଚଞ୍ଚଳ ହୋଇ ଉଠେ ମାଆଙ୍କର ପୀଠସ୍ଥଳି l କଟକ ପାରାଦ୍ୱୀପ ରାଜପଥ ର ଠିକ ମଧ୍ୟବର୍ତ୍ତୀ ସ୍ଥାନ ସାରଳାରୋଡ଼ ( ଦୋସଡିକ […]

ସଂପୂର୍ଣ୍ଣ ପଢନ୍ତୁ