କନ୍ଦରପୁର ପୁରାତନ ବ୍ୟବସାୟୀ ଙ୍କ ପରଲୋକରେ ବଜାର ବନ୍ଦ

କଟକ,୨୦/୧୧: କଟକ ସଦର ବ୍ଲକ୍ ଅନ୍ତର୍ଗତ କୋରପଦା ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ତଥା କନ୍ଦରପୁର ବଜାର ର ପୁରାତନ ମିଷ୍ଟାନ୍ନ ବ୍ୟବସାୟୀ ଦରିଦ୍ରନାଥ ସାହୁ ଙ୍କ (୭୦) ବୟସ ରେ ଙ୍କ ପରଲୋକ ହୋଯାଇଛି। ସେ ବହୁ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟ ସଜ୍ୟା ନିକଟରେ ଜ୍ଞାତି କୁଟୁମ୍ବ, ପରିବାର ବର୍ଗ, ବଜାର କମିଟ, ଗ୍ରାମ୍ୟ କମିଟି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ତାଙ୍କ ମର ଶରୀରକୁ ଗ୍ରାମ ସହୀତ ବଜାର ପରିକ୍ରମା […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ମନ୍ଦିରପ୍ରଶାସନ ର ଅବହେଳା ଯୋଗୁଁ ଦୁଇବର୍ଷ ପୂର୍ବରୁ ଭରଚୁଆଲ ଉଦଘାଟନ ହୋଇଥିବା, କୌଣସି ପ୍ରକଳ୍ପ କିଛି କାମରେ ଲାଗୁନି

ଝଙ୍କଡ଼, ୨୦/୧୧: ଦୀର୍ଘ ଦୁଇବର୍ଷ ପୂର୍ବରୁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ସାରଳାପୀଠ ରେ ବିସ୍ଥାପିତ ମାନଙ୍କୁ ଥଇଥାନ କରିବାପାଇଁ ଯେଉଁ ଶତାଧିକ ଦୋକାନଗୃହ ( ମାର୍କେଟ କପ୍ଲେକ୍ସ ) ନିର୍ମାଣ କରାଯାଇଥିଲା, ସେଥିମଧ୍ୟରୁ ଆଜିପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ ଦୋକାନଘର, ପର୍ଯାୟ କ୍ରମେ ଉଠାଇଦିଆଯାଇଥିବା ଦୋକାନୀ ଙ୍କୁ ହସ୍ତାନ୍ତର କରାଯାଇନାହିଁ l ଯାହାଫଳରେ ସେହି ଦୋକାନୀମାନେ ଠେଲାଗାଡି ରେ ଦୋକାନଖୋଲି ବହୁ ଦୁଃଖକଷ୍ଟ ରେ ଜୀବନଜୀବିକା ନିର୍ବାହ କରୁଛନ୍ତି l ସେମାନଙ୍କ ମଧ୍ୟରୁ […]

ସଂପୂର୍ଣ୍ଣ ପଢନ୍ତୁ

୨୮ ବର୍ଷ ପରେ ଗାଁକୁ ବିଜୁଳି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରଶାସନିକ କଳର ତତ୍ପରତା

ଧରାକୋଟ, ୨୦/୧୧: ଧରାକୋଟ ବ୍ଲକ୍‌ ଝାଡ଼ବନ୍ଧ ପଞ୍ଚାୟତର ଉପାନ୍ତ ଗାଁ ସୁବର୍ଣ୍ଣପୁରରେ ଏବେ ବି ବିଦ୍ୟୁତ୍‌ ସେବା ପହଞ୍ଚିପାରିନାହିଁ। ଜିଲ୍ଲାପାଳ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।’ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗତକାଲି ଭୁବନେଶ୍ବରରେ ଆୟୋଜିତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିବା ପରେ ଆଜି ପ୍ରଶାସନିକ କଳ ତତ୍ପରତା ଦେଖାଇଛି। ଧରାକୋଟ ବିଡିଓ ସଂଗ୍ରାମକେଶରୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ସରପଞ୍ଚ ଯୋଗେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଝାରସୁଗୁଡାରେ ପହଞ୍ଚିଲେ ରାଷ୍ଟ୍ରପତି

ଝାରସୁଗୁଡା, ୨୦/୧୧: ଝାରସୁଗୁଡା ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀ, ଏଡିଜି ସନ୍ତୋଷ ବାର୍ଲା, ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସପି ଜି ଆର ରାଘବେନ୍ଦ୍ର ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହାପରେ […]

ସଂପୂର୍ଣ୍ଣ ପଢନ୍ତୁ

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ୧୨ ଗୋରୁ ମୃତ

ଉଦ୍ରକ, ୨୦/୧୧: ବେଆଇନ ଗୋଚାଲାଣ ବେଳେ ଗାଡି ଓଲଟି ପଡି ୧୨ ଗୋରୁ ମୃତ୍ୟୁ ଘଟିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ନିକଟରେ ବେଆଇନ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍  ଓଲଟି ପଡିଛି। ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଆଗରପଡାରୁ ଏକ ପିକଅପ ଭ୍ୟାନ ବେଆଇନ ଭାବରେ ଭିତରେ ଚେମ୍ବର କରି ୧୭ଟି ଗୋରୁଙ୍କୁ ନେଇ ଭଦ୍ରକ ଅଭିମୁଖେ ଆସୁଥିଲା। କୌଣସି ସୂତ୍ରରୁ ଖବର ପାଇ ଗୋରକ୍ଷକମାନେ […]

ସଂପୂର୍ଣ୍ଣ ପଢନ୍ତୁ

କୋଣାର୍କରେ ‘ସରଗି ଫୁଲ-୨୦୨୫’ ଶିଶୁ ମହୋତ୍ସବ

କୋଣାର୍କ, ୨୦/୧୧: ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସରଗି ଫୁଲ-୨୦୨୫’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର […]

ସଂପୂର୍ଣ୍ଣ ପଢନ୍ତୁ

ଶପଥ ନେଲେ ଜୟ ଢୋଲକିଆ

ଭୁବନେଶ୍ଵର, ୨୦/୧୧ : ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ । ଆଜି ବିଧାନସଭାରେ ସେ ଶପଥ ନେଇଛନ୍ତି। ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢୀ। ବାପାଙ୍କ ଜନ୍ମଦିନରେ ଶପଥ ନେଇଛନ୍ତି ଜୟ ଢୋଲକିଆ।

ସଂପୂର୍ଣ୍ଣ ପଢନ୍ତୁ

ଜୀବନ ଯାଉଯାଉ ୨୫ଲୋକଙ୍କୁ ବଞ୍ଚାଇ ଦେଲେ

ମାଲକାନଗିରି, ୨୦/୧୧: ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ଡ୍ରାଇଭର ଜଣକ ନିଜେ ଚାଲିଗଲେ ହେଲେ ୨୫ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ। ଆଜି ଜଣେ ଓଏସ୍‌ଆରଟିସି ବସ୍ ଡ୍ରାଇଭରଙ୍କ ହୃଦଘାତ ହୋଇଥିଲା। କିନ୍ତୁ ସେ ସାହସର ସହିତ ପ୍ରଥମେ ବସ୍‌ଟିକୁ ସୁରକ୍ଷିତ ଭାବରେ ରାସ୍ତା କଡ଼କୁ ସାଇଡ କରିଦେଇଥିଲେ। ଫଳରେ ବସ୍‌ରେ ଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ମୃତକ ମାଲକାନଗିରି ଜିଲ୍ଲାର […]

ସଂପୂର୍ଣ୍ଣ ପଢନ୍ତୁ

ଓଡିଶାର ୩୪ ଲକ୍ଷ ଚାଷୀଙ୍କୁ ପିଏମ୍‌ କିଷାନ୍ ଟଙ୍କା

ଭୁବନେଶ୍ୱର, ୧୯/୧୧: ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଚାହେଁ ଯେ କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ସୁବିଧା ସୁଯୋଗ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀ ନିଶ୍ଚିତରୂପେ ପାଆନ୍ତୁ। କେହି ଜଣେ ବି ଯେପରି ଏଥିରୁ ବଞ୍ଚିତ ନହୁଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୧ ତମ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କୁମାରସ୍ବାମୀ

ଭୁବନେଶ୍ୱର, ୧୯/୧୧: କେନ୍ଦ୍ର ଭାରି ଶିଳ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଏଚ୍‌.ଡି କୁମାରସ୍ବାମୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ମଧ୍ୟ ଉପସ୍ଥିତ ଥିଲେ।ଆଲୋଚନାରୁ ଜଣାଯାଇଥିଲା ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ଉଦ୍ୟମ ଜାରି ରହିଛି। ଆଧୁନିକୀକରଣ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା […]

ସଂପୂର୍ଣ୍ଣ ପଢନ୍ତୁ