କଟକ,୨୦/୧୧: କଟକ ସଦର ବ୍ଲକ୍ ଅନ୍ତର୍ଗତ କୋରପଦା ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ତଥା କନ୍ଦରପୁର ବଜାର ର ପୁରାତନ ମିଷ୍ଟାନ୍ନ ବ୍ୟବସାୟୀ ଦରିଦ୍ରନାଥ ସାହୁ ଙ୍କ (୭୦) ବୟସ ରେ ଙ୍କ ପରଲୋକ ହୋଯାଇଛି। ସେ ବହୁ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟ ସଜ୍ୟା ନିକଟରେ ଜ୍ଞାତି କୁଟୁମ୍ବ, ପରିବାର ବର୍ଗ, ବଜାର କମିଟ, ଗ୍ରାମ୍ୟ କମିଟି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ତାଙ୍କ ମର ଶରୀରକୁ ଗ୍ରାମ ସହୀତ ବଜାର ପରିକ୍ରମା କରାଯାଇଥିଲା। ତାଙ୍କର ଜ୍ୟେଷ୍ଟ ପୁତ୍ର ରଞ୍ଜିତ ସାହୁ ମୁଖାଗ୍ନି ଦେଇଥିଲେ। ତାଙ୍କର ଦେହାନ୍ତ ଖବର ପାଇ ଗ୍ରାମ ରେ ଶୋକ ସଭା ଖେଳି ଯିବା ସହିତ କନ୍ଦରପୁର ବଜାର ଏକ ଦିନ ପାଇଁ ଆଜି ବନ୍ଦ ରହିଥିଲା। ପୁରୀ ସ୍ୱର୍ଗ ଦ୍ଵାର ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି। ଏଥିରେ ପରିବାର ବର୍ଗ ସମସ୍ତେ ଉପସ୍ଥିତ ରହିଥିବା ବେଳେ ବଜାର କମିଟି ପକ୍ଷରୁ ସହ ସମ୍ପାଦକ କାଳନ୍ଦୀ ସ୍ୱାଇଁ, ପୂର୍ବତନ ସରପଂଚ ପ୍ରମୋଦ କୁମାର ରାଉତ, କୋଷାଧ୍ୟକ୍ଷ ବଦ୍ରୀନାଥ ସାହୁ, ସମାଜସେବୀ ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
