ପୁରୀ ରେଳ ଷ୍ଟେସନ ବିକାଶ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଶନିବାର ପୁରୀ ରେଳ ଷ୍ଟେସନ ବିକାଶ ପ୍ରକଳ୍ପର ସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରେଳ ଷ୍ଟେସନକୁ ଏକ ଆଧୁନିକ, ଯାତ୍ରୀ-ଅନୁକୂଳ ପରିବହନ ହବ୍‌ରେ ପରିଣତ କରିବା ପାଇଁ କରାଯାଉଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରାଜ୍ୟପାଳ ପୂର୍ବାହ୍‌ଣ ପ୍ରାୟ ୧୧ଟାରେ ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପୁଲିସ ଅଧୀକ୍ଷକ ପ୍ରତୀକ ସିଂହ ଏବଂ ରେଳ […]

ସଂପୂର୍ଣ୍ଣ ପଢନ୍ତୁ

ଚାମେଲିଙ୍କୁ ମେଡିକାଲରେ ଭେଟିଲେ ପିସିସି ସଭାପତି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହକାଳପଡ଼ା ବ୍ଲକ ଅଧୀନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁବ୍ୟବହାର ଓ ମାଡ ଘଟଣାକୁ ନେଇ ରାଜନୀତି ଜୋର ଧରିଛି।  ଆଜି ଜିଲ୍ଲା କଂଗ୍ରେସ ମହାକାଳପଡା ଥାନା ଆଗରେ ଧାରଣାରେ ବସିଥିବା ବେଳେ ଅପରାହ୍ନରେ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରାପଡାରେ ପହଞ୍ଚି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅସୁସ୍ତ ଚାମେଲି ଓଝାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିବା ସହ ଉତ୍ତମ ଚିକିତ୍ସା ପାଇଁ କଟକ ବଡ ମେଡିକାଲ୍ କିମ୍ବା […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବା ଓ ସାହିତ୍ୟ ସାଧନାର ଅନନ୍ୟ ସମନ୍ୱୟ: ବହୁମୁଖୀ ପ୍ରତିଭାଧାରୀ ଇଂ. ଗୋପାଳ କୃଷ୍ଣ ଦାସ

କଟକ: ଜଣେ ମଣିଷ କିନ୍ତୁ ପରିଚୟ ଅନେକ। କେତେବେଳେ ସେ ଜଣେ ନୀତିନିଷ୍ଠ ଲେଖକ ତ ପୁଣି କେତେବେଳେ ଜଣେ ଦରଦୀ ସମାଜସେବୀ। କେତେବେଳେ ସେ ମୋଟିଭେସନାଲ ସ୍ପିକର ଭାବେ ଯୁବପିଢ଼ିଙ୍କୁ ପ୍ରେରଣା ଦିଅନ୍ତି ତ ପୁଣି କେତେବେଳେ ଆଇଟି ବିଭାଗର ଗବେଷକ ଭାବେ ନୂତନ ଜ୍ଞାନକୌଶଳର ସନ୍ଧାନ କରନ୍ତି। ସେ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ରାଉତସାହି ଗ୍ରାମର ସୁଯୋଗ୍ୟ ସନ୍ତାନ ଇଂ. ଗୋପାଳ କୃଷ୍ଣ ଦାସ। ଇଂ. ଦାସ କେବଳ ଜଣେ ବୃତ୍ତିଧାରୀ ଯନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଚା ଖଟିରେ, ଦୈନିକ ସମ୍ବାଦପତ୍ର ପଢିବାପାଇଁ ଗ୍ରାହକ ମାନଙ୍କ ଭିଡ଼ଜମୁଛି

ଝଙ୍କଡ଼ :  ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଚା ଖଟିରେ, ପ୍ରତିଦିନ ସକାଳବେଳା ବିଭିନ୍ନ ଦୈନିକ ସମ୍ବାଦପତ୍ର ପଢିବା ସହିତ ସମ୍ପ୍ରତି ରାଜନୈତିକ ପାଣିପାଗ ଉପରେ ଆଲୋଚନା କରୁଥିବା ଗ୍ରାହକ ମାନଙ୍କ ଭିଡ଼ ସେତିକି ବଢ଼ିବଢ଼ି ଚାଲିଛି | ତେବେ କିଛିମାସ ପୂର୍ବରୁ, ସାରଳାରୋଡ଼, ଦୋସଡିକ ଛକ ରୁ ଝଙ୍କଡ଼ ସାରଳା ପୀଠ କୁ ଯାଇଥିବା ରାସ୍ତାର, କୁଳୁସାହି, ତ୍ରିନାଥ ବଜାର ଛକ ରେ, ଚା ଖଟି, ନାମରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିକୁ ଘେରିଲା ବିଜେଡି, ୨ ବର୍ଷରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲେ ରଣେନ୍ଦ୍ର

ଭୁବନେଶ୍ବର ୧୦।୬:୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ପ୍ରେସ୍ମିଟ୍କରିବିଜେପି ସରକାରଙ୍କ ଦୁଇ ବର୍ଷର ୧୨ ୟୁ-ଟର୍ଣ୍ଣ ଗଣାଇଲେ । ୧. ଭତ୍ତା ପ୍ରସଙ୍ଗ ଭତ୍ତା ପାଉନାହାନ୍ତି ହିତାଧିକାରୀ । ସଂକଳ୍ପ ପତ୍ରରେ କହିଥିଲେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ୩୫୦୦ ଟଙ୍କା ଦିଆଯିବ, ହେଲେ ଦେଉନାହାନ୍ତି । ନବୀନ ବାବୁ ଯେଉଁ ୧୦୦୦ ଟଙ୍କା ଦେଉଥିଲେ ତାକୁ ବି ୩ ମାସ ହେଲା ଦେଉନାହାନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି: ୭୨ ପ୍ଲାଟୁନ୍ ଫୋର୍ସ ସହ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

କଟକ: ଆସନ୍ତା ଜୁନ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଯାତାୟାତ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀମନ୍ଦିରର ରୀତିନୀତି […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇଆର୍‌: ୧୨ ଦିନରେ ୯୪.୩୭% ଭୋଟରଙ୍କ ପାଖରେ ପହଞ୍ଚିଲା ଫର୍ମ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମ ଦ୍ୱାଦଶ ଦିନରେ ବଡ଼ ସଫଳତା ହାସଲ କରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୯୪.୩୭ ପ୍ରତିଶତ ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚାଇବାରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ସଫଳ ହୋଇଛନ୍ତି। ସରକାରୀ ସୂଚନା ଅନୁସାରେ, ରାଜ୍ୟର ମୋଟ ୩ କୋଟି ୧୫ ଲକ୍ଷ ୧୮ହଜାର ୪୧୨ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି, ତନ୍ମଧ୍ୟରୁ ୩୯ଲକ୍ଷ ୮୩ହଜାର ୪୮୬ ଜଣ ଭୋଟର୍‌ଙ୍କର ଡିଜିଟାଇଜ୍  କରାଯାଇଛି। ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ […]

ସଂପୂର୍ଣ୍ଣ ପଢନ୍ତୁ
Cyberthaka

ସାଇବର ଠକେଇର ଶିକାର ହେଲେ ଏସଡିପିଓ, ବ୍ୟାଙ୍କ ଖାତାରୁ ପଳାଇଲା ୯୮ ହଜାର

ଭଦ୍ରକ : ସାଇବର ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି। ତାଙ୍କ ବ୍ୟାଙ୍କ ଖାତାରୁ ସାଇବର ଠକମାନେ ୯୮ ହଜାର ୯୨୮ ଟଙ୍କା ଚଳୁ କରି ଦେଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲିଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଥିବା ଏକାଉଣ୍ଟରୁ ଜୁନ୍ ୩ ତାରିଖରେ UPI ମାଧ୍ୟମରେ ଜଣେ ଅଜଣା ବ୍ୟକ୍ତିଙ୍କ ଖାତାକୁ ୯୮,୫୦୦ ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ଦିଗମ୍ବର ରାଉତଙ୍କୁ ଅନରାରି ଡ଼କ୍ଟରେଟ ପ୍ରଦାନ

ଝଙ୍କଡ଼  :  ଗତ ରବିବାର ଦିନ କଟକ, ଶତାବ୍ଦୀଭବନ ରେ ଜ୍ଞାନଧନ ଫାଉଣ୍ଡେସନ ଦିଲ୍ଲୀ ତରଫରୁ ଏକ ସମ୍ମାନପ୍ରଦାନ କାର୍ଯ୍ୟକ୍ରମ ବବିତା ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ, ବିଶିଷ୍ଟ କବି ସନ୍ତୋଷ କୁମାର ଉପାଧ୍ୟାୟ,ଖ୍ୟାତନାମା ଲେଖକ ବଂଶୀଧର ପଶାୟତ ଓ ସମ୍ପଦ ରଥ ପ୍ରମ୍ମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ । ଏହି ଅବସରରେ ତିର୍ତ୍ତୋଲବ୍ଲକ ଗୋବିନ୍ଦପୁର ଗ୍ରାମର, […]

ସଂପୂର୍ଣ୍ଣ ପଢନ୍ତୁ

ଶକ୍ତିଶାଳୀ ବିଦ୍ୟୁତ ଷ୍ଟ୍ରକ୍ଚର ଥିଲେ ମଧ୍ୟ ଝଙ୍କଡ଼ ଅଞ୍ଚଳ ରେ ବାରମ୍ବାର ଲାଇନକାଟ ଯୋଗୁଁ ଜନଜୀବନ ଅତିଷ୍ଠ : ବିଭାଗୀୟ ଅଧିକାରୀମାନେ କରୁଛନ୍ତି କଣ ?

ଝଙ୍କଡ଼ :   ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ, କନକପୁର, ବସନ୍ତବଗିଚାରେ, ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ଶଙ୍କଟକୁ ଦୃଷ୍ଟି ରେ ରଖି, ଏକ ଉଚ୍ଚ ଶକ୍ତିସମ୍ପନ୍ନ ଷ୍ଟ୍ରକ୍ଚର ବସାଯାଇଛି । ଏହା ସତ୍ତ୍ୱେ ଟିକିଏ ବର୍ଷା ବା ପବନ ହେବାମାତ୍ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଛିନ୍ନ କରିଦିଆଯାଉଛି, ପ୍ରଚଣ୍ଡ ଗ୍ରୀଷ୍ମତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ, ଏ ଅଞ୍ଚଳର ହଜାର ହଜାର ଉପଭୋକ୍ତା, ଗରମରେ ଛଟପଟ ହେଉଛନ୍ତି । ବିଶେଷକରି ରୋଗୀ, ଶିଶୁ ଓ ବୟସାଧିକ ବୃଦ୍ଧ ବୃଦ୍ଧା […]

ସଂପୂର୍ଣ୍ଣ ପଢନ୍ତୁ