ଚା ଖଟିରେ, ଦୈନିକ ସମ୍ବାଦପତ୍ର ପଢିବାପାଇଁ ଗ୍ରାହକ ମାନଙ୍କ ଭିଡ଼ଜମୁଛି

ରାଜ୍ୟ
Spread the love

ଝଙ୍କଡ଼ :  ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଚା ଖଟିରେ, ପ୍ରତିଦିନ ସକାଳବେଳା ବିଭିନ୍ନ ଦୈନିକ ସମ୍ବାଦପତ୍ର ପଢିବା ସହିତ ସମ୍ପ୍ରତି ରାଜନୈତିକ ପାଣିପାଗ ଉପରେ ଆଲୋଚନା କରୁଥିବା ଗ୍ରାହକ ମାନଙ୍କ ଭିଡ଼ ସେତିକି ବଢ଼ିବଢ଼ି ଚାଲିଛି | ତେବେ କିଛିମାସ ପୂର୍ବରୁ, ସାରଳାରୋଡ଼, ଦୋସଡିକ ଛକ ରୁ ଝଙ୍କଡ଼ ସାରଳା ପୀଠ କୁ ଯାଇଥିବା ରାସ୍ତାର, କୁଳୁସାହି, ତ୍ରିନାଥ ବଜାର ଛକ ରେ, ଚା ଖଟି, ନାମରେ ଏକ ଦୋକାନ ଖୋଲିଛନ୍ତି, ରାଉରକେଲା ଷ୍ଟିଲପ୍ଲାଣ୍ଟ ର ଅବସରପ୍ରାପ୍ତ କର୍ମଚାରୀ ଅନୀଲ କୁମାର ମହାନ୍ତି | ଚା ଦୋକାନ ଖୋଲିଥିଲେ ମଧ୍ୟ ଦୈନିକ ଖବରକାଗଜ ପଢିବା, ନିଶା ରହୁଥିବାରୁ ସେ ବିଭିନ୍ନ ସମ୍ବାଦପତ୍ର ମଗାଇ ଥାଆନ୍ତି | ତେବେ ଏଇ ଚା ଖଟିରେ, ଭଲ ଚା, କଫି ମିଳୁଥିବା ବେଳେ, ନିୟୁଜପେପର ପଢିବା ର ମଉକା ମିଳୁଥିବାରୁ, ଏଠାରେ ପ୍ରତିଦିନ ସକାଳେ ସଂଜେ ଗ୍ରାହକ ମାନଙ୍କ ଭିଡ଼ ଲାଗିରହୁଥିବାର, ଦେଖିବାକୁ ମିଳୁଛି | ଅପର ପକ୍ଷରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ରେ ଅଙ୍କକଷା ଆରମ୍ଭ ହୋଇଯାଇଛି |

Leave a Reply

Your email address will not be published. Required fields are marked *