ବିଶିଷ୍ଟ ସମାଜସେବୀ ଚନ୍ଦ୍ରମୋହନ ଦାଶଙ୍କ ଦ୍ଵାଦଶାହ ଉପଲକ୍ଷେ ସ୍ମୃତି ସଭା ଅନୁଷ୍ଠିତ

ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ମମତା ଦାଶଙ୍କ ସ୍ୱାମୀ ତଥା ବିଶିଷ୍ଟ ସମାଜସେବୀ ଚନ୍ଦ୍ରମୋହନ ଦାଶଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଗତ ବୁଧବାର ସନ୍ଧ୍ୟାରେ ତାଙ୍କ ଗୋପାଳପୁର ସ୍ଥିତ ବାସଭବନ ପରିସରରେ ଏହି ସଭା ଆୟୋଜିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁନାକର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ପାଇଁ କେନ୍ଦ୍ରର ବଡ଼ ଭେଟି: ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପରିବହନ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାର ନୂତନ ଉପକୂଳ ରାଜପଥ (Coastal Highway) ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ନୂତନ ନିଷ୍ପତ୍ତି ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୧୬୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାଜପଥ ନିର୍ମାଣ ହେବ। ଏହି ମେଗା ପ୍ରକଳ୍ପ ପାଇଁ କେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ
Rain Cloud 750x430 1

ଜୁନ୍ ୪ରେ ଆସୁଛି ମୌସୁମୀ, କେରଳ ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କଲା ଆଇଏମ୍‌ଡି

ନୂଆଦିଲ୍ଲୀ,: ଶେଷରେ ଭାରତରେ ମୌସୁମୀ ଆଗମନର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ପ୍ରଥମେ ମୌସୂମୀ ଆଗମନର ସ୍ବାଭାବିକ ତାରିଖ ଜୁନ୍ ପହିଲାର ପ୍ରାୟ ଏକ ସପ୍ତାହ ପୂର୍ବରୁ ମେ ୨୬ରେ ମୌସୁମୀ କେରଳ ଛୁଇଁପାରେ ବୋଲି କହିଥିବା ଆଇଏମ୍‌ଡି ପରେ ଏହାକୁ ସଂଶୋଧନ କରି ମୌସୁମୀ ୨/୪ ଦିନ ବିଳମ୍ବରେ ପହଞ୍ଚିବ ବୋଲି କହିଥିଲା। ଶେଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୪ରେ କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି। ଏହା ଦକ୍ଷିଣ […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ବର : ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର। ଅର୍ଡିନାରୀ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ଲେଖାଏ ବଢ଼ିଲା। ପୂର୍ବରୁ ଅର୍ଡିନାରୀ ବସ୍‌ ଭଡ଼ା କିଲୋମିଟର ପିଛା ୯୦ ପଇସା ଥିବା ବେଳେ ଏହା ୯୨ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୯୪ ପଇସା ଥିଲା ବେଳେ ଏବେ ୯୬ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ବସ୍‌ର ଭଡ଼ା ପୂର୍ବରୁ କିଲୋମିଟର ପିଛା ୧୩୧ […]

ସଂପୂର୍ଣ୍ଣ ପଢନ୍ତୁ

ହାତୀ ଆକ୍ରମଣରେ ଶ୍ରମିକ ମୃତ

ଢେଙ୍କାନାଳ : ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ମହାବିରୋଡ ରେଞ୍ଜ ଡମୋଳ ଗ୍ରାମର ଅନିରୋଧ ବେହେରା। ତାଙ୍କୁ ୫୦ ବର୍ଷ ହୋଇଥିଲା। ଅନିରୋଧ ଇଟାଭାଟିରୁ କାମ ସାରି ସାଇକେଲ ଯୋଗେ ଫେରିବା ବେଳେ ହାତୀ ସହିତ ତାଙ୍କର ମୁହାଁମୁହିଁ ହୋଇଯାଇଥିଲା। ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ମହାବିରୋଡ଼ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପର୍ଜଙ୍ଗ ମେଡିକାଲକୁ […]

ସଂପୂର୍ଣ୍ଣ ପଢନ୍ତୁ

୪୧ ଲକ୍ଷରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ ଶେଷ

ଭୁବନେଶ୍ୱର: ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଆରମ୍ଭ ହୋଇଥିବା ଭୋଟର ତାଲିକାର ‘ସ୍ବତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମ’ (ଏସଆଇଆର) ଆଜି ଚତୁର୍ଥ ଦିନରେ ପହଁଚିଛି। ଗତ ତିନି ଦିନ ଧରି ବ୍ୟାପକ ଭାବେ ଚାଲିଥିବା ଏହି ଅଭିଯାନରେ ରାଜ୍ୟର କୋଣ-ଅନୁକୋଣରେ ଭୋଟରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୪୧ଲକ୍ଷ ୬୦ହଜାର […]

ସଂପୂର୍ଣ୍ଣ ପଢନ୍ତୁ

ଦ୍ଵାଦଶାହ ତିଥିରେ ବିଭୁତିଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା  : ବିରୂପା ଗେଙ୍ଗୁଟୀ ଦ୍ବୀପାଞ୍ଚଳ ଅନ୍ତର୍ଗତ ସାହାପୁର ପଂଚାୟତ ବାଲିପଡ଼ିଆ ଠାରେ ବର୍ଷିଆନ ସମାଜସେବୀ,ସାହିତ୍ୟ ସଂସ୍କୃତିପ୍ରେମୀ, ଧର୍ମପ୍ରାଣ ବିଭୁତି ଭୂଷଣ ମହାନ୍ତିଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବହୁ ବିଶିଷ୍ଟ ବ୍ୟକ୍ତିମାନେ ବାଲିପଡିଆରେ ପହଂଚି ଦିବଂଗତ ପୁରୁଷ ବିଭୁତି ଭୂଷଣଙ୍କ ଗୁଣ କୀର୍ତ୍ତନ କରିଥିଲେ | ଜ୍ଞାନେନ୍ଦ୍ର ମହାନ୍ତି, କାମିନୀକାନ୍ତ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସମରେନ୍ଦ୍ର ମହାନ୍ତି, ବନବିହାରୀ ମହାନ୍ତି, ଅଖିଳେଶ ମହାନ୍ତି, ଶାରଦା ମହାନ୍ତି, ପ୍ରକାଶ ମହାନ୍ତି, ଅକ୍ଷୟ କୁମାର ପାଣି,ବାବୁଲି […]

ସଂପୂର୍ଣ୍ଣ ପଢନ୍ତୁ

ଯୁବ ସେବାୟତ ସମୀରକାନ୍ତ ରାଉଳଙ୍କ ଏକାଦଶାହରେ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠର ଯୁବ ସେବାୟତ ତଥା ହନୁମାନଜୀଉଙ୍କ ସମର୍ପିତ ସେବକ ସ୍ୱର୍ଗତ ସମୀରକାନ୍ତ ରାଉଳ (ପପୁନ ନନା)ଙ୍କ ଏକାଦଶାହ ଉପଲକ୍ଷେ ଗତ ସୋମବାର ସନ୍ଧ୍ୟାରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାବାହିନୀର ଜେସିଓ ନୃସିଂହ ଚରଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭା ସୁରେଶ କୁମାର ରାଉଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ଏଥିରେ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଏବଂ ତିର୍ତ୍ତୋଲର ପୂର୍ବତନ ବିଧାୟକ ବିଜୟ […]

ସଂପୂର୍ଣ୍ଣ ପଢନ୍ତୁ

ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ଆଧାର କରି ରାଜ୍ୟର ରୋଡ଼୍‌ ନେଟ୍‌ୱାର୍କକୁ ସମୃଦ୍ଧ କରିବା କ୍ଷେତ୍ରରେ ଆମେ ଆଗେଇ ଚାଲିଛୁ। ସମସ୍ତଙ୍କ ମିଳିତ ସହଯୋଗରେ ଆମେ ବିଗତ ବର୍ଷ ତୁଳନାରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛୁ। ତେବେ ଏହି ଧାରାକୁ ବଜାୟ ରଖିବା ଏବଂ ପ୍ରକଳ୍ପଗୁଡ଼ିକୁ ଅଧିକ ତ୍ୱରିତ ଗତିରେ ଆଗେଇନେବା ଲାଗି ଆମକୁ ସ୍ୱତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡ଼ିବ ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ଅଭିଯୋଗ ଶୁଣାଣି ଆମ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ୟୁନିଟ-୨ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳର ୧୩ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ରାଜ୍ୟ ସରକାର ୨ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ