ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ମମତା ଦାଶଙ୍କ ସ୍ୱାମୀ ତଥା ବିଶିଷ୍ଟ ସମାଜସେବୀ ଚନ୍ଦ୍ରମୋହନ ଦାଶଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଗତ ବୁଧବାର ସନ୍ଧ୍ୟାରେ ତାଙ୍କ ଗୋପାଳପୁର ସ୍ଥିତ ବାସଭବନ ପରିସରରେ ଏହି ସଭା ଆୟୋଜିତ ହୋଇଥିଲା।

ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁନାକର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଦାଶଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ମୁଖ୍ୟତଃ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଖ୍ୟାତନାମା ରାଜନେତା ଅଶ୍ୱିନୀ ଦାସ ଏବଂ ପୂର୍ବତନ ସରପଞ୍ଚ ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦାଶଙ୍କ ସମାଜସେବା ଓ ନୀତି ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ସାରଦା ଚରଣ ସ୍ୱାଇଁ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଅରୁଣ କୁମାର ମହାପାତ୍ର, ପ୍ରାକ୍ତନ ସି.ଡି.ଏମ୍. କ୍ଷେତ୍ରବାସୀ ଦାଶ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ଯୁବନେତା ଦେବେନ୍ଦ୍ର ନାଥ ମହାନ୍ତି, ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଅନ୍ତର୍ଯ୍ୟାମୀ ରାଉତ, ଶିକ୍ଷକ ଟୁଟୁ ଦାଶ, ରାଜକିଶୋର ବଳ, ତାରକ ଜେନା, ଛପଡ଼ା ସରପଞ୍ଚ ନିରାକାର ଖୁଣ୍ଟିଆ, ସୌମେନ୍ଦ୍ର ଦାଶ, ଅଶୋକ ଶତପଥୀ, ସୁରେନ୍ଦ୍ର ଦାଶ, ଲକ୍ଷ୍ମୀଧର ରାଉତ, ନମିତା ଦାଶ, ସଙ୍ଗୀତା ଦାଶ ଏବଂ ସୋମନାଥ ସ୍ୱାଇଁଙ୍କ ସମେତ ବହୁ ଜନପ୍ରତିନିଧି ଯୋଗଦେଇଥିଲେ।
ପୂର୍ବତନ ସରପଞ୍ଚ ମୃଣ୍ମୟ ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମଞ୍ଚ ସଞ୍ଚାଳନ କରିଥିଲେ। ସ୍ୱର୍ଗତ ଚନ୍ଦ୍ରମୋହନଙ୍କ ଜନ୍ମଦାତ୍ରୀ ମା’ ଅହଲ୍ୟା ଦେବୀ ଏବଂ ଏକମାତ୍ର କନ୍ୟା ମୁଗ୍ଧା ଦାଶ (ଇଶା)ଙ୍କ ସମେତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅତିଥିମାନେ ସମବେଦନା ଜଣାଇଥିଲେ। ଏହି ଅବସରରେ ସମଗ୍ର ଗ୍ରାମ ଓ ପରିବେଶରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
