ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ

ଭୁବନେଶ୍ୱର ,୧୬/୯: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇଂରାଜୀ ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ଦକ୍ଷତା ବିକାଶ କର୍ମଶାଳା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଠାରେ ଆୟୋଜିତ କରାଯାଇଛି । ଏହି ପ୍ରଶିକ୍ଷଣରେ ୫୦ ଜଣ ପିଜିଟି (ଇଂରାଜୀ) ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ […]

ସଂପୂର୍ଣ୍ଣ ପଢନ୍ତୁ

୧୨ ଟି ଜିଲ୍ଲାରେ ୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୧୬/୯: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡିଛନ୍ତି। ସୂଚନାଯୋଗ୍ୟ ଯେ ୨୭ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ୫୨ […]

ସଂପୂର୍ଣ୍ଣ ପଢନ୍ତୁ

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ୱର,୧୬/୯: ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ସଫଳ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ନିମନ୍ତେ ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୩୩୮ଟି ସିଡିପିଓ ୟୁନିଟରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର,୧୬/୯: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ରଖି, ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ସମ୍ପର୍କରେ ଆଜି ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ (ଭା.ପ୍ର.ସେ) ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳମାନେ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର […]

ସଂପୂର୍ଣ୍ଣ ପଢନ୍ତୁ

୧୫ ମାସରେ ୩୦ ହଜାର ଟପିଲା ସରକାରୀ ନିଯୁକ୍ତି

ଭୁବନେଶ୍ୱର,୧୬/୯: ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଏକାଦଶତମ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ତ୍ତ ବିଭାଗ ପକ୍ଷରୁ ଇଞ୍ଜିନିୟର୍ସ ଡେ ପାଳିତ

ଭୁବନେଶ୍ୱର, ,୧୬/୯: ଆଜିର ଯୁଗ ହେଉଛି ଟେକନୋଲୋଜିର ଯୁଗ I ଯେଉଁ ଦେଶ ଟେକନୋଲୋଜିରେ ଯେତେ ଆଗୁଆ ସେ ଦେଶ ସେତେ ମାତ୍ରାରେ ପ୍ରଗତିଶୀଳ I ଆଜିର ଦଶକରେ ଭାରତ ଆଧୁନିକ ଜ୍ଞାନକୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ବେଶ ଆଗରେ ପହଂଚି ପାରିଛି I ତେଣୁ କୋଠାବାଡି, ରାସ୍ତା ତଥା ସେତୁ ନିର୍ମାଣରେ ରାଜ୍ୟର ଇଞ୍ଜିନିୟର ମାନେ ନୂଆ ଟେକନୋଲୋଜି, ନୂଆ ଡିଜାଇନ ଏବଂ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଆଇନ, ପୂର୍ତ୍ତ ଓ […]

ସଂପୂର୍ଣ୍ଣ ପଢନ୍ତୁ

ଡ୍ରାଇଭିଂ ବେଳେ ରିଲ୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬/୯: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍‌ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଜାରି ହୋଇଛି। ଖୋର୍ଦ୍ଧା ଅତିରିକ୍ତ ଆରଟିଓ, ଜଗତସିଂହପୁର ଓ ଭୁବନେଶ୍ୱର-I ଆରଟିଓ ଏବଂ ପୋଲିସ ସହଯୋଗରେ ଖୋର୍ଦ୍ଧାର ହଳଦିଆରେ ଏକ ସ୍କୁଲ ସାମ୍ନାରେ […]

ସଂପୂର୍ଣ୍ଣ ପଢନ୍ତୁ

ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର,୧୪/୯: ବିଜେବି କଲେଜଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଅଭିଭାଷଣରେ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଯୁବସମାଜ ନିମନ୍ତେ ରହିଥିବା ଆହ୍ବାନ ବିଷୟରେ ଧାରଣ ଦେଇ କହିଥିଲେ ଯେ, ଆଇନ ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ପ୍ରଦାନ କରିଛନ୍ତି ଓ ଆଇନକୁ ସମାନ ଦେଇ ଛାତ୍ର ସମାଜ, ଯେଉଁମାନେ ଭବିଷ୍ୟତର ନାଗରିକ, ସେମାନଙ୍କ ଦାୟିତ୍ବ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍ସ ଭୁବନେଶ୍ୱରକୁ ଭାରତର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା

ନୂଆଦିଲ୍ଲୀ,୧୪/୯: ଏମ୍ସ ଭୁବନେଶ୍ୱର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୫ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୪ତମ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏହା ସହିତ ଏହା ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି, ଯାହା ଏକ ବିରଳ ସଫଳତା। ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡକ୍ଟର ଅଶୁତୋଷ ବିଶ୍ୱାସ କହିଛନ୍ତି, ୨୦୨୧ରେ ୩୧ତମ ଓ ୨୦୨୪ରେ ୧୫ତମ ସ୍ଥାନରୁ ଏହି ଉନ୍ନତି ମେଡିକାଲ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗବେଷଣାରେ […]

ସଂପୂର୍ଣ୍ଣ ପଢନ୍ତୁ

କନ୍ୟା ସନ୍ତାନ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ ଜୁଭେନାଇଲ୍‌ ଜଷ୍ଟିସ୍‌ ପରାମର୍ଶ କର୍ମଶାଳା

କଟକ/ଭୁବନେଶ୍ୱର, ୧୩/୯: ଓଡ଼ିଶା ହାଇକୋର୍ଟର ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟି, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ‘କନ୍ୟା ଶିଶୁ ସୁରକ୍ଷା: ଭାରତରେ କନ୍ୟା ସନ୍ତାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସକ୍ଷମ ପରିବେଶ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଜୁଭେନାଇଲ୍‌ ଜଷ୍ଟିସ୍‌ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି ।ଆଜି କଟକର ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀରେ ଆୟୋଜିତ ଏହି କର୍ମଶାଳାକୁ ଉଦ୍‌ଘାଟନ କରି ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ହରିଶ ଟଣ୍ଡନ୍‌ ହିଂସା, ବାଲ୍ୟବିବାହ […]

ସଂପୂର୍ଣ୍ଣ ପଢନ୍ତୁ