ଚୁଲି ନିଆଁରେ ପାଚିକା ଗୁରୁତର

ଆନନ୍ଦପୁର, ୨୭/୧୧: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନଭୋଜନ ପ୍ରସ୍ତୁତି ବେଳେ ଚୁଲି ନିଆଁରୁ ଶାଢ଼ିରେ ନିଆଁ ଲାଗିଯାଇ ପାଚିକା ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ପାଚିକା ଜଣକ ତଅପୋଇ ପ୍ରଧାନ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରତିଦିନ ପରି ଛାତ୍ରଛାତ୍ରୀଙ୍କ ପାଇଁ ପାଚିକା […]

ସଂପୂର୍ଣ୍ଣ ପଢନ୍ତୁ

ଉଦ୍‌ଘାଟନ ପୂର୍ବରୁ ଉଜୁଡ଼ିଲାଣି ଆଦିବାସୀ ସଂଗ୍ରହାଳୟ

ଘଟଗାଁ, ୧୦/୧୧: ଉଦ୍‌ଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଘଟଗାଁରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ। କେନ୍ଦୁଝର ଜିଲ୍ଲାର ଆଦିବାସୀ ପରମ୍ପରା ଓ ଐତିହ୍ୟକୁ ପର୍ଯ୍ୟଟକ ତଥା ଗବେଷକଙ୍କ ସାମନାରେ ଉପସ୍ଥାପନ ପାଇଁ ଏହାର ପରିକଳ୍ପନା କରାଯାଇଥିଲା। ପ୍ରାୟ ୨କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ୫ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହା କେବେ ଖୋଲିବ, ତାହାର ଉତ୍ତର ମିଳୁନାହିଁ। ଅବ୍ୟବହୃତ ହୋଇ ପଡ଼ିରହିଥିବାରୁ ଦୁର୍ବୃତ୍ତମାନେ ଏହାର ଝରକା ଗ୍ରିଲ୍‌, କାଚ ଭାଙ୍ଗିସାରିଲେଣି। ଏସବୁ ଚୋରି ହୋଇଯିବାର ମଧ୍ୟ ଆଶଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

କାର ଧକ୍କାରେ ଦୁଇ ଛାତ୍ରୀଙ୍କ ମୃତ୍ୟୁ

କଟକ, ୮/୧୧: କାର ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଇ ଜଣ କଲେଜ ଛାତ୍ରୀ। ଶନିବାର ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତା ଛାତ୍ରୀ ଦ୍ଵୟ ହେଲେ। ସେମାନେ କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ପଢୁଥିଲେ। ଉଭୟେ ସାଇକେଲ ଯୋଗେ ବେଲବାହାଳିସ୍ଥିତ ନିଜ ଘରକୁ ଫେରିବା ସମୟରେ କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ଖବରପାଇ ପୁଲିସ […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେବାବେଳେ କେନ୍ଦୁଝର ଡିଏସଏସଓ ଗିରଫ

ଦକେନ୍ଦୁଝର, ୬/୧୧: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି କେନ୍ଦୁଝର ଡିଏସଏସଓ(ଜିଲା ସାମାଜିକ ନିରାପତ୍ତା ଅଧିକାରୀ) ବିପ୍ଳବ କେଶରୀ ସାମନ୍ତରାୟ। ବିପ୍ଳବ ଏକ ଏନଜିଓଠାରୁ ଏହି ଲାଞ୍ଚ ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।ସୂଚନା ଅନୁସାରେ, ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନା ଅଧୀନରେ ବେସରକାରୀ ଅନୁଷ୍ଠାନ ବା ଏନଜିଓଗୁଡ଼ିକର ବିଲ୍‌ କ୍ଲିଅର କରିବା ଲାଗି ବିପ୍ଳବ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ନିକଟରେ ସେ ଏକ ଏନଜିଓଠାରୁ ୨୦ ହଜାର […]

ସଂପୂର୍ଣ୍ଣ ପଢନ୍ତୁ

ବାଣ ନିଆଁରୁ ଅଗ୍ନିକାଣ୍ଡ, ୫ଗାଈ ଜୀବନ୍ତ ଦଗ୍ଧ

ହାଟଡିହି, ୨୧/୧୦: କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳଘର ପୋଡ଼ିଯାଇଛି। ଗ୍ରାମର କୋଦଣ୍ଡଧର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ତାଙ୍କର ୩ ବଖରା ଚାଳ ଘର ସହିତ ୫ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରାତିରେ ଗାଁରେ ପିଲାମାନେ ବାଣ ଫୁଟାଉଥିବା ବେଳେ ବାଣ ନିଆଁରୁ ଅଗ୍ନିକାଣ୍ଡ […]

ସଂପୂର୍ଣ୍ଣ ପଢନ୍ତୁ

ସାନ ଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫ /୧୦: କେନ୍ଦୁଝରର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ୨ୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର(Regional Plant Resource Centre)। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନଘାଗରାଠାରେ ପ୍ରାୟ […]

ସଂପୂର୍ଣ୍ଣ ପଢନ୍ତୁ

ସଡଙ୍ଗବାହାଳି ଜଙ୍ଗଲରେ ୪ ଦନ୍ତା ହାତୀ ଠାବ

ପାଟଣା, ୮/୧୦: ପାଟଣା ବନାଞ୍ଚଳ ଅନ୍ତର୍ଗତ ସଡଙ୍ଗବାହାଳି ଜଙ୍ଗଲରେ ୪ ଟି ଦନ୍ତା ହାତୀଙ୍କୁ ଠାବ କରାଯାଇଛି। ଏହି ଦନ୍ତା ଡାଳପକା ରୁ ବୈତରଣୀ ପାର ହୋଇ ଏରେଣ୍ଡେଇ , ବେଗୁନାଖମଣ, କୁମୁଳାବାହାଳି ,ଚିନାମାଳିପଶି ହୋଇ ସକାଳୁ ସକାଳୁ ସଡଙ୍ଗବାହାଳି ରେ ପହଞ୍ଚିଛନ୍ତି । ଦୀର୍ଘ ରାସ୍ତା ଅତିକ୍ରମ ସମୟରେ କେବଳ ଧାନ ଫସଲ ଛଡା ସେମାନେ ଅନ୍ୟ କିଛି କ୍ଷତି କରି ନାହାନ୍ତି। ତେବେ ପାଖ ଜଙ୍ଗଲରେ ଏହି ହାତୀ ପଲ ଥିବାରୁ ଆଜି ଡୁମୁରିଆ […]

ସଂପୂର୍ଣ୍ଣ ପଢନ୍ତୁ

ବର୍ଜ୍ୟବସ୍ତୁରୁ ତିଆରି ହେବ କଳାକୃତି

କେନ୍ଦୁଝର,୩୦/୯: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କଳାକୃତିରେ ନିର୍ମାଣ ହେବ ପାର୍କ। ଏଠାରେ ରହିବନି ଫୁଲକୁଣ୍ଡ କି ଫୁଲବଗିଚା। ଅବ୍ୟବହୃତ ସାମଗ୍ରୀ, ପୁରୁଣା ଟାୟାର, ବ୍ୟବହାର ଅନୁପଯୋଗୀ ଲୁହା ସାମଗ୍ରୀ, ଅବ୍ୟବହୃତ ସାଇକଲ, ମୋଟର ସାଇକଲର ଉପକରଣ ସମେତ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଇ କଳାକୃତି ନିର୍ମାଣ କରି ଏହି ପାର୍କରେ ରଖାଯିବ। ଏହାର ନାଁ ରହିବ ‘୩ ଆର୍‌’ ପାର୍କ। ରିଡ୍ୟୁସ୍‌, ରିୟୁଜ୍‌, ରିସାଇକେଲର ବାର୍ତ୍ତା ବହନ କରିବ ଏହି କଳାକୃତି। କେନ୍ଦୁଝରଗଡ଼ ପୌରପାଳିକାର ବିଭିନ୍ନ ଛକ […]

ସଂପୂର୍ଣ୍ଣ ପଢନ୍ତୁ

କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ତାରିଣୀ ପୀଠର ବିକାଶ ପାଇଁ ୨୨୬ କୋଟି ମଞ୍ଜୁର

ଭୁବନେଶ୍ୱର,୨୯/୯: ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଗୁଡିକ ହେଲା-ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬, କାରଖାନା ୧୯୪୮ର ସଂଶୋଧନ ଆଇନ ପାରିତ। ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି। ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ ମିଳିବ। ମହିଳା କର୍ମଚାରୀ ଚାହିଁଲେ ସମ୍ମତି […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

ଭୁବନେଶ୍ବର : ତୃଣମୂଳ ସ୍ତରରେ ଡିଜିଟାଲ୍ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ଗ୍ରାମ ପଞ୍ଚାୟତଗୁଡ଼ିକୁ ଆଜି ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର (ଏନଏଇଜି) ୨୦୨୫ ପ୍ରଦାନ କରାଯାଇଛି। ଓଡ଼ିଶାର କେନ୍ଦୁଝରଜିଲ୍ଲା ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜୁରି ପୁରସ୍କାର ମିଳିଛି । ମହାରାଷ୍ଟ୍ରର ଧୁଲେ ଜିଲ୍ଲା ରୋହିଣୀ ଗ୍ରାମ ପଞ୍ଚାୟତକୁ ସ୍ବର୍ଣ୍ଣ ପୁରସ୍କାର ମିଳିଥିବାବେଳେ ତ୍ରିପୁରାର ପଶ୍ଚିମ ମଜଲିଶପୁର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ପାଇଛନ୍ତି । ଓଡ଼ିଶାର କେନ୍ଦୁଝର ଜିଲ୍ଲା ଶୁଆକାଟି ଗ୍ରାମ ପଞ୍ଚାୟତ ଓ […]

ସଂପୂର୍ଣ୍ଣ ପଢନ୍ତୁ