ପିତାମାତାଙ୍କୁ ହତ୍ୟା କରିଥିବା ପୁଅ ଗିରଫ

ଉତ୍ତର ପ୍ରଦେଶ, ୧୯/୧୨: ଉତ୍ତର ପ୍ରଦେଶର ଜଉନପୁରରେ ଜଣେ ବ୍ୟକ୍ତି ନିଜର ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କରତରେ କାଟି ଖଣ୍ଡ ବିଖଣ୍ଡିତ ଅଂଶଗୁଡିକୁ ନଦୀରେ ଫୋପାଡିଥିବା ଜଣାପଡିଛି। ପାରିବାରିକ ଗଣ୍ଡଗୋଳରୁ ଏଭଳି ହତ୍ୟା କରାଯାଇଥିବାବେଳେ ପୁଲିସ ହତ୍ୟାକାରୀ ପୁଅକୁ ଗିରଫ କରିଛି। ସୂଚନା ମୁତାବକ ଅମ୍ବେଶ ନାମକ ଏହି ଅଭିଯୁକ୍ତ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ପାଞ୍ଚ ବର୍ଷ ପୂର୍ବେ ଅମ୍ବେଶ ଏକ ମୁସଲମାନ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ପିତା ଶ୍ୟାମ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବଳ ବିରୋଧ ଭିତରେ ସରିଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୧୯/୧୨: ବିରୋଧୀଙ୍କ ପ୍ରବଳ ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ଗତକାଲିଠୁ ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ ଜି” ପରିବର୍ତ୍ତନକୁ ବିରୋଧୀ ସାଂସଦ ବିରୋଧ କରି ଆସୁଛନ୍ତି । ବିଲ୍ ବିରୋଧରେ ବିରୋଧି ସଦସ୍ୟ ରାତିସାରା ଗୃହ ବାହାରେ ୧୨ ଘଣ୍ଟା ଧାରଣା ଦେଇଥିଲେ ।ଆଜି ଶେଷଦିନ ଗୃହକାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ, ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା । ରାଜ୍ୟସଭାରେ ସଦସ୍ୟ ମାନେ କାଗଜପତ୍ର ରଖି […]

ସଂପୂର୍ଣ୍ଣ ପଢନ୍ତୁ

ଓମାନରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆ ଦିଲ୍ଲୀ, ୧୮/୧୨: ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓମାନରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ଓମାନ ତରଫରୁ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ନାନିତ କରାଯାଇଛି। ଏହି ଗସ୍ତ ସମୟରେ ଭାରତ ଏବଂ ଓମାନ ମଧ୍ୟରେ ଏକ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହୋଇଛି। ଏହି ରାଜନାମା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବ।ପ୍ରଧାନମନ୍ତ୍ରୀ ପ୍ରଥମେ ଜୋର୍ଡାନ ଗସ୍ତ କରିଥିଲେ। ସେଠାରୁ ଇଥିଓପିଆ ଯାଇଥିଲେ। ଗୁରୁ ଗସ୍ତର ଶେଷ ଦିବସରେ […]

ସଂପୂର୍ଣ୍ଣ ପଢନ୍ତୁ

ହାସିନାଙ୍କ ମନ୍ତବ୍ୟ: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବାଂଲାଦେଶର ସମନ

ଢାକା,୧୭/୧୨: ବାଂଲାଦେଶରେ ଗତ ଅଗଷ୍ଟରେ ହିଂସାତ୍ମକ ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତକୁ ପଳାୟନ କରିଥିବା ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା(୭୮)ଙ୍କୁ ନଭେମ୍ବରରେ ସେଠାକାର ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ମାନବତା ବିରୋଧରେ ଅପରାଧ ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା, ଏବଂ ଦେଶକୁ ଧ୍ୱଂସ କରିବା ଲାଗି ଆତଙ୍କବାଦୀଙ୍କୁ ମୁକ୍ତ କରୁଥିବା ହାସିନା ଅଭିଯୋଗ ଆଣିଥିଲେ। ତାଙ୍କ ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ବାଂଲାଦେଶ […]

ସଂପୂର୍ଣ୍ଣ ପଢନ୍ତୁ

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୭/୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ ଓପନିଂ ମ୍ୟାଚ ଖେଳାଯାଉଛି କି ନା ତାହା ଉପରେ ଅନେକ ଲକ୍ଷ୍ୟ ରଖିଛନ୍ତି। ନିୟମାନୁସାରେ ଆଇପିଏଲ୍‌ ୨୦୨୫ ଟାଇଟଲ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ହୋମ୍‌ ଗ୍ରାଉଣ୍ଡ ଏମ୍‌. ଚିନ୍ନାସ୍ୱାମୀ ଷ୍ଟଠାଡିୟମରେ ଓପନିଂ ମ୍ୟାଚ ଖେଳାଯିବ। ହେଲେ ତାହା ସ୍ଥର ହୋଇ ନାହିଁ। । ଯଦିଓ ଏହି ଭେନ୍ୟୁ କର୍ନାଟକ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ବ୍ୟାନ କଲେ

ନୂଆଦିଲ୍ଲୀ,୧୭/୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ ତିଆରି ପାଇଁ ବ୍ୟବହୃତ ହେଉଥିବା କୋଇଲା ଓ କାଠ ଜଳା ତନ୍ଦୁର ଉପରେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (DPCC) ପକ୍ଷରୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଖାଦ୍ୟ ଦୋକାନଗୁଡ଼ିକ ତୁରନ୍ତ ଇଲେକ୍ଟ୍ରିକ୍, ଗ୍ୟାସ୍-ଆଧାରିତ, କିମ୍ବା ଅନ୍ୟାନ୍ୟ ପରିଷ୍କାର […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା

ଓ୍ବାଶିଂଟନ୍‌,୧୭/୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଭାରତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେରିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର। ଭାରତରେ ଥିବା ଆମେରିକୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଶେୟାର କରିଛି।ଭାରତରେ ଥିବା ଆମେରିକୀୟ ଦୂତାବାସ ଏକ୍ସରେ ପୋଷ୍ଟ କରିଛି ଯେ, ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ବିଶ୍ୱର ସବୁଠାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଇଥିଓପିଆ ସଂସଦକୁ ସମ୍ବୋଦକ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ୧୭/୧୨: ଇଥିଓପିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ । ଆଜି ଏହି ଅବସରରେ ଇଥିଓପିଆ ସଂସଦକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମହିନ୍ଦରକୁ ଆସିଛି । ବନ୍ଧୁତାର ନୂଆ ଅଧ୍ୟାୟ ଲେଖୁଛନ୍ତି ଭାରତ ଓ ଇଥିଓପିଆ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମନ ମିଶିଲେ ପର୍ବତ ଆପେ ଆପେ ରାସ୍ତା ଦେଖାଏ । ଇଥିଓପିଆ ସିଂହଙ୍କ ଦେଖ ମୁଁ […]

ସଂପୂର୍ଣ୍ଣ ପଢନ୍ତୁ

ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ଦିଲ୍ଲୀରେ ପହଞ୍ଚିଲେ ଲୁଥ୍ରା ଭ୍ରାତା

ନୂଆଦିଲ୍ଲୀ, ୧୬/୧୨ : ପଳାତକ ଲୁଥ୍ରା ଭ୍ରାତା ଆଜି ଥାଇଲାଣ୍ଡରୁ ଦିଲ୍ଲୀ ଫେରିଛନ୍ତି। ଗୋଆ ‘ବର୍ଚ୍ଚ ବାଏ ରୋମିଓ ଲେନ୍’ ନାଇଟ କ୍ଲବର ମାଲିକ ଦୁଇ ଭାଇ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ଘଟଣା ଘଟିବାର ୧୦ ଦିନ ପରେ ଭାରତ ଫେରିଛନ୍ତି । ଥାଇଲ୍ୟାଣ୍ଡ ସରକାର ସେମାନଙ୍କୁ ଫେରାଇ ଦେବା ପରେ ସେମାନେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀ କୋର୍ଟରେ ହାଜର ହେବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଉଭୟଙ୍କୁ ଗୋଆ ନିଆଯିବ।ସୂଚନା ମୂତାବକଗତ […]

ସଂପୂର୍ଣ୍ଣ ପଢନ୍ତୁ

୧୯ ବର୍ଷରୁ କମ୍‌ ଏସିଆ କପରେ ଭାରତର ବିଜୟ

ନୂଆଦିଲ୍ଲୀ, ୧୬/୧୨: ୧୯ ବର୍ଷରୁ କମ୍‌ ଏସିଆ କପ୍‌ର ଏକ ମ୍ୟାଚରେ ମଙ୍ଗଳବାର ଭାରତ ମାଲେସିଆକୁ ୩୧୫ ରନରେ ପରାଜିତ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନ ଅଭିଜ୍ଞାନ କୁଣ୍ଡୁଙ୍କୁ ବିସ୍ଫୋରକ ଦ୍ବିଶତକ ବଳରେ ଟିମ ଇଣ୍ଡିଆକୁ ଏହି ସହଜ ବିଜୟ ମିଳିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ବିନିମୟରେ ୪୦୮ ରନ ସଂଗ୍ରହ କରିଥିଲା। ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅଭିଜ୍ଞାନ ୧୨୫ ବଲରେ ଧୂଆଁଧାର ୨୦୯ ରନ ସଂଗ୍ରହ କରିଥିଲେ। ଯେଉଁଥିରେ […]

ସଂପୂର୍ଣ୍ଣ ପଢନ୍ତୁ