Soni

‘ଓ୍ବାକଫ ବିଲକୁ ଜବରଦସ୍ତି ଗୃହୀତ କରାଯାଇଛି !’, ସୋନିଆଙ୍କ ମନ୍ତବ୍ୟକୁ ନେଇ ବିବାଦ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନାମ ନ ନେଇ କହିଛନ୍ତି ଯେ ୱାକଫ୍ (ସଂଶୋଧନ) ବିଲ୍ ଉପରେ ତାଙ୍କର ମନ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ସଂସଦୀୟ ଶୈଳୀର ଅନୁରୂପ ନୁହେଁ। ରାଜ୍ୟସଭା ସଦସ୍ୟା ସୋନିଆ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ୱାକଫ (ସଂଶୋଧନ) ବିଲ୍, ୨୦୨୫ ବଳପୂର୍ବକ ଗୃହୀତ କରାଯାଇଥିଲା। ଏହି ବିଲ୍ ସମ୍ବିଧାନ ଉପରେ ଏକ ସ୍ପଷ୍ଟ ଆକ୍ରମଣ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ […]

ସଂପୂର୍ଣ୍ଣ ପଢନ୍ତୁ
Parli

ଶେଷ ହେଲା ବଜେଟ୍ ଅଧିବେଶନ: ଲୋକସଭା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା

ନୂଆଦିଲ୍ଲୀ: ସଂସଦ ଉଭୟ ଗୃହରେ ଶେଷ ହେଲା ବଜେଟ୍ ଅଧିବେଶନ । ଲୋକସଭା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା । ୩୧ ଜାନୁୟାରୀରେ ଆରମ୍ଭ ହୋଇଥିଲା ସଂସଦର ବଜେଟ ଅଧିବେଶନ । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର । ତେବେ ବଜେଟ ଅଧିବେଶନ ଚର୍ଚ୍ଚାରେ ସଦସ୍ୟମାନେ ଭାଗ ନେଇ ଆଲୋଚନା କରିଥିଲେ । ଏଥିରେ […]

ସଂପୂର୍ଣ୍ଣ ପଢନ୍ତୁ
Sas

ୱାକଫ୍‌ ବିଲ୍‌: ବିବେକ ଅନୁସାରେ ଭୋଟ୍‌ ଦେବାକୁ ନିଷ୍ପତ୍ତି ନେଲା ବିଜେଡି

ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଅଧିବେଶନର ଆଉ ଦୁଇ ଦିନ ବାକି ଥିବା ବେଳେ ଗୁରୁବାର ରାଜ୍ୟସଭାରେ ଓ୍ୱାକଫ୍‌ (ସଂଶୋଧନ) ବିଲ୍‌ ଉପସ୍ଥାପନ ହୋଇଛି। ଏହାପୂର୍ବ ଦିନ ଲୋକସଭାରେ ୧୨ ଘଣ୍ଟାର ଜୋରଦାର ଆଲୋଚନା ପରେ ପାସ ହୋଇଥିଲା। ଏବେ ରାଜ୍ୟସଭାରେ ଏହାର ଭାଗ୍ୟ ନିର୍ଣ୍ଣୟ ହେବ।  ଏହି ସମୟରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ବିଜେଡି ସାଂସଦଙ୍କ ଟୁଇଟ୍ ମଧ୍ୟ ଚକିତ କରିଛି । ବିଜେଡି ଏହି ବିଲ୍‌ ଉପରେ ନିଜ ସାଂସଦଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Ppf 750x430

ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ହେଲା ଦେୟମୁକ୍ତ

ନୂଆଦିଲ୍ଲୀ: ଏଣିକି ଆଉ ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ପାଇଁ ଚାର୍ଜ ଦେବାକୁ ପଡିବ ନାହିଁ । ଆର୍ଥିକ ସଂସ୍ଥାଗୁଡ଼ିକ ଏନେଇ ଯେଉଁ ଚାର୍ଜ ଲଗାଉଥିଲେ, ତାହା ଏବେ ଆଉ ଲଗାଯିବ ନାହିଁ । ଏଣିକି ଦେୟମୁକ୍ତ ହେବ ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ପ୍ରକ୍ରିୟା । ଏନେଇ ଏକ୍ସରେ ସୂଚନା ଜାରି କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏନେଇ କେନ୍ଦ୍ର ସରକାର ଗତ ୨ ତାରଖରେ ନିୟମ ପରିବର୍ତ୍ତନ କରିଛନ୍ତି । ପିପିଏଫ […]

ସଂପୂର୍ଣ୍ଣ ପଢନ୍ତୁ
Waq

ରାଜ୍ୟସଭାରେ ୱକଫ୍ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ

ନୂଆଦିଲ୍ଲୀ/ଭୁବନେଶ୍ବର: ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡି ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ସାଂସଦ ମୁନା ଖାନ୍ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ୱକଫ୍ ସମ୍ପତ୍ତି ସୁରକ୍ଷିତ ରହିବା ନେଇ ପ୍ରଥମେ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ରାଜ୍ୟସଭା ସାଂସଦ ମୁନା ଖାନ୍ କହିଛନ୍ତି, ଏହି ବିଲ୍‌କୁ ବିଜେଡି ତରଫରୁ ବିରୋଧ କରୁଛି। ପୂର୍ବରୁ ଯେଉଁମାନଙ୍କ ପାଖରେ ବହୁତ ଜମି ଥିଲା, ସେମାନେ ଏହାକୁ ଦାନସୂତ୍ରରେ ଦେଇଥିଲେ। ଏହି ଜମିରେ କିଛି ଭଲ […]

ସଂପୂର୍ଣ୍ଣ ପଢନ୍ତୁ
2 179 1743678008410

ନିଯୁକ୍ତି ରଦ୍ଦ ହେବା ପରେ ମମତାଙ୍କ ବୟାନ ; ଅଦାଲତକୁ ସମ୍ମାନ କରୁଛୁ, କିନ୍ତୁ ଏହି ନିଷ୍ପତ୍ତିକୁ ଅସ୍ୱୀକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରାୟ ୨୬୦୦୦ ଶିକ୍ଷକ ଓ ଷ୍ଟାଫଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବା ପରେ ରାଜନୀତି ଜୋର ହୋଇଛି । ଏହି ମାମଲାରେ ବିରୋଧୀ ଦଳ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି । ଅନ୍ୟପଟେ ସିପିଏମ୍ କହିଛି ଯେ ସରକାର ଖାଲି ଥିବା ପଦକୁ ତୁରନ୍ତ ଭର୍ତ୍ତି କରନ୍ତୁ । ଏହାରି ଭିତରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Wa

ରାଜ୍ୟ ସଭାରେ ୱାକଫ ବିଧେୟକ ଆଗତ

ରାଜ୍ୟ ସଭାରେ ଆଗତ ହୋଇଛି ୱାକଫ (ସଂଶୋଧନ) ବିଧେୟକ। ଗତ ବୁଧବାର ଏହି ବିଧେୟକ ଲୋକସଭାରେ ପାରିତ ହେବା ପରେ ଗୁରୁବାର ରାଜ୍ୟ ସଭାରେ ଆଗତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଲ ଆଗତ କରି କହିଥିଲେ, ୱାକଫରେ କୌଣସି ଅଣମୁସଲମାନଙ୍କ ହସ୍ତକ୍ଷେପ ରହିବ ନାହିଁ। ରିଜିଜୁ କହିଥିଲେ ଯେ, ଗୃହରେ କୁହାଯାଉଛି ଯେ, ଆମେ ଯେଉଁ ପଦକ୍ଷେପ ନେଉଛୁ ସେଥିରେ ମୁସଲମାନଙ୍କର କ୍ଷତି ହେବ। ଏହି ସଂଶୋଧନ ବେଆଇନ ଏବଂ ଅସାମ୍ବିଧାନିକ। […]

ସଂପୂର୍ଣ୍ଣ ପଢନ୍ତୁ
Supreme Court 750x430

ସମ୍ପତ୍ତି ତାଲିକା ସାର୍ବଜନୀନ କଲେ ସିଜେଆଇଙ୍କ ସମେତ ୩୦ ବିଚାରପତି

ସୁପ୍ରିମକୋର୍ଟର ସମସ୍ତ ବିଚାରପତି ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ଏଣିକି ପ୍ରଧାନ ବିଚାରପତିଙ୍କୁ ବି ନିଜର ସମ୍ପତ୍ତି ତାଲିକା ଘୋଷଣା କରିବାକୁ ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିଚାରପତିମାନେ ପଦବୀ ସମ୍ଭାଳିବା ମାତ୍ରେ ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିବା ଉଚିତ। ପ୍ରଧାନ ବିଚାରପତି ଏବଂ ବିଚାରପତି ନିଜ ସମ୍ପତ୍ତି ତାଲିକା ସ୍ବଇଚ୍ଛାରେ ସୁପ୍ରିମକୋର୍ଟ ୱେବସାଇଟରେ ସାର୍ବଜନୀନ କରିବେ। ବର୍ତ୍ତମାନ ସମୟରେ ସିଜେଆଇଙ୍କ ସମେତ ସୁପ୍ରିମକୋର୍ଟଙ୍କ ମୋଟ ୩୦ ବିଚାରପତି […]

ସଂପୂର୍ଣ୍ଣ ପଢନ୍ତୁ
Ogmpnumeoyqjlxqs5vmt

ଓ୍ବାକଫ୍ ନାଁରେ ଜମି ହଡ଼ପ କରାଯାଉଥିଲା : ଯୋଗୀ

ପ୍ରୟାଗରାଜ: ଗୁରୁବାର ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୱାକଫ ବୋର୍ଡ ଉପରେ ସିଧାସଳଖ ଆକ୍ରମଣ କରି ଏହା ଉପରେ ଜମି ଜବରଦଖଲ କରିବାର ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଯେ ସାର୍ବଜନୀନ ଏବଂ ଐତିହାସିକ ସ୍ଥାନଗୁଡ଼ିକ ଉପରେ ଏହାର ମନମୁଖୀ ଦାବିକୁ ଅଧିକ ଦିନ ପର୍ଯ୍ୟନ୍ତ ବରଦାସ୍ତ କରାଯିବ ନାହିଁ। ଶ୍ରୀଙ୍ଗବେରପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଥିଲେ, “ଆପଣ ଏଠାରେ ନିଷାଦରାଜଙ୍କ ପୌରାଣିକ ଭୂମିର ଦଖଲ ଦେଖୁଛନ୍ତି। ସହରର ଅନେକ […]

ସଂପୂର୍ଣ୍ଣ ପଢନ୍ତୁ
Mam

ମମତାଙ୍କୁ ସୁପ୍ରିମକୋର୍ଟ ଝଟକା, ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ ଆଦେଶ ବଳବତ୍ତର

ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି। ରାଜ୍ୟରେ ହୋଇଥିବା ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିକୁ ରଦ୍ଦ କରିବା ଲାଗି କଲକାତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ହାଇକୋର୍ଟଙ୍କ ରାୟ ବିରୋଧରେ ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା କଳୁଷିତ ଉପାୟରେ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ […]

ସଂପୂର୍ଣ୍ଣ ପଢନ୍ତୁ