Amar

ଜୁଲାଇ ୩ରୁ ଅମରନାଥ ଯାତ୍ରା

ନୂଆଦିଲ୍ଲୀ ୨୯।୩: ଅମରନାଥ ଯାତ୍ରାର ତାରିଖ ଧାର୍ଯ୍ୟ ହୋଇଛି। ଯାତ୍ରା ସହିତ ରେଜିଷ୍ଟ୍ରେସନ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ପବିତ୍ର ଅମରନାଥ ଯାତ୍ରା ଚଳିତବର୍ଷ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ଅମରନାଥ ସ୍ରାଇନବୋର୍ଡ (ଏସଏଏସବି) ଅନୁସାରେ  ଏହି ଯାତ୍ରା ୩୯ ଦିନ ଧରି ଚାଲିବ। ଏଣୁ ବାବାଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଢେର ସମୟ ମିଳିବ। ଏଥର ମଧ୍ୟ ଭକ୍ତ ୨ଟି ମାର୍ଗରେ ଅମରନାଥ ଯାତ୍ରା କରିବେ ଓ […]

ସଂପୂର୍ଣ୍ଣ ପଢନ୍ତୁ
Amit Shah

୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲ ମୂଳପୋଛ: ଅମିତ୍ ଶାହା

ନୂଆଦିଲ୍ଲୀ: ଛତିଶଗଡ ଏନକାଉଣ୍ଟର ପରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୋଦୀଙ୍କ ନେତୃତ୍ଵରେ ଦେଶରୁ ନକ୍ସଲବାଦ ମୂଳୋତ୍ପାଟନ କରାଯିବ। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲବାଦ ମୂଳପୋଛ କରାଯିବ। ନକ୍ସଲ ମାନଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଅମିତ୍ ଶାହା ଅପିଲ୍‌ କରିଛନ୍ତି। ହିଂସାରେ ପରିବର୍ତ୍ତନ ଆସେନି, କେବଳ ଶାନ୍ତି ଏବଂ ବିକାଶ ଦ୍ଵାରା ହିଁ ଏହା ସମ୍ଭବ ହୋଇଥାଏ। ସୂଚନା ଅନୁସାରେ ଛତିଶଗଡ ସୁକମା ଜିଲ୍ଲା ଅପମ୍ପଲି ଜଙ୍ଗଲରେ ଗୁଳି ବିନିମୟ […]

ସଂପୂର୍ଣ୍ଣ ପଢନ୍ତୁ
Image 1743225306

ଭୂକମ୍ପରେ ମିଆଁମାର ଓ ଥାଇଲ୍ୟାଣ୍ଡ ଛାରଖାର: ଭାରତ ଆରମ୍ଭ କଲା ଅପରେସନ ବ୍ରହ୍ମା

ମିଆଁମାର ଓ ଥାଇଲ୍ୟାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ସବୁ କିଛି ଛାରଖାର କରି ଦେଇଛି। ୭.୭ ଓ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ବଡ଼ବଡ଼ ଅଟ୍ଟାଳିକା ମାଟିରେ ମିଶି ଯାଇଥିବା ବେଳେ ରାସ୍ତାଘାଟ ଠାରୁ ଆରମ୍ଭ କରି ବ୍ରିଜ ଭୁଶୁଡ଼ି ପଡ଼ିଛି। ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ଇତି ମଧ୍ୟରେ ୧୦୦୦ରୁ ଅଧିକ ଲୋକଙ୍କ ମୃତଦେହକୁ ଉଦ୍ଧାର କରି ସାରିଲେଣି। ହଜାର ହଜାର ଲୋକ ନିଖୋଜ […]

ସଂପୂର୍ଣ୍ଣ ପଢନ୍ତୁ
Hel

ମନ୍ତ୍ରୀଙ୍କ ଘୋଷଣା; ଦୁଇଚକିଆ ଯାନ ସହିତ ଦୁଇଟି ଆଇଏସଆଇ ପ୍ରମାଣିତ ହେଲମେଟ ଯୋଗାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭାରତରେ ସଡ଼କ ସୁରକ୍ଷାକୁ ସୁଦୃଢ଼ ​​କରିବା ଲକ୍ଷ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ଏଣିକି ପ୍ରତ୍ୟେକ ଦୁଇଚକିଆ ଯାନ ସହିତ ଦୁଇଟି ଆଇଏସଆଇ ପ୍ରମାଣିତ ହେଲମେଟ ଯୋଗାଇବା ବାଧ୍ୟତାମୂଳକ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ଅଟୋ ସମ୍ମିଳନୀରେ ଘୋଷଣା କରାଯାଇଛି। ଦୁଇ ଚକିଆ ହେଲମେଟ୍ ନିର୍ମାତା ସଂଘ ଦୀର୍ଘ ଦିନ ଧରି ଆଇଏସଆଇ ପ୍ରମାଣିତ ହେଲମେଟ୍ ବାଧ୍ୟତାମୂଳକ କରାଯାଉ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ
Earthq

ମିଆଁମାରରେ ପୁଣି ଭୂମିକମ୍ପ; ୫.୧ ତୀବ୍ରତାରେ ଥରିଲା ରାଜଧାନୀ

ନୂଆଦିଲ୍ଲୀ: ମିଆଁମାରରେ ପୁଣି ଭୂମିକମ୍ପ ଝଟକା । ୫.୧ ତୀବ୍ରତାରେ ଥରିଲା ରାଜଧାନୀ ସମତେ ଅନେକ ଅଞ୍ଚଳ । ଏହାର କେନ୍ଦ୍ରସ୍ଥଳ ନାପିଡୋ ସହରରେ ରହିଛି । ଲଗାତାର ଭୂମିକମ୍ପ ଅନୁଭୂତ ହେଇଥିବାରୁ ଭୟଭୀତ ହୋଇଛନ୍ତି ଲୋକେ । ଘରଦ୍ବାର ଛାଡ଼ି ରାସ୍ତାକୁ ବାହାରି ଆସିଛନ୍ତି । ଶୁକ୍ରବାର ମିଆଁମାର ଓ ଥାଇଲାଣ୍ଡରେ ତାଣ୍ଡବ ରଚିଥିଲା ପ୍ରକୃତି । ଦୁଇ ଥର ଭୂମିକମ୍ପ ଝଟକାରେ ଛାରଖାର ହୋଇଛି ପଡୋଶୀ ଦେଶ । ପ୍ରଥମ ଝଟକା ଦିନ ୧୧.୫୦ […]

ସଂପୂର୍ଣ୍ଣ ପଢନ୍ତୁ
Maoist 300337781 16x9

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୧୬ ନକ୍ସଲ

ନୂଆଦିଲ୍ଲୀ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଛତିଶଗଡ ସୁକମା ଜିଲ୍ଲା ଅପମ୍ପଲି ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ମଧ୍ୟ ମିଳିତ ଅପରେସନ୍ ହୋଇଛି।  ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ଜଣ ନକ୍ସଲ ନିହତ ହୋଇଥିବାବେଳେ ଦୁଇ ଯବାନ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏବେବି ଗୁଳି ବିନିମୟ ଜାରି ରହିଛି।

ସଂପୂର୍ଣ୍ଣ ପଢନ୍ତୁ
Office

ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର । ଆସନ୍ତା ଏପ୍ରିଲ ୧୪ ତାରିଖରେ ଛୁଟି ରହିବ ସମସ୍ତ ସରକାରୀ ଅଫିସ୍ । ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ଲୋକେ ବି ଏହି ଖବର ଜାଣିରଖିବା […]

ସଂପୂର୍ଣ୍ଣ ପଢନ୍ତୁ
Narendra Modi

ମିଆଁମାର ଏବଂ ଥାଇଲାଣ୍ଡ ଭୂକମ୍ପକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ଏବଂ ଥାଇଲାଣ୍ଡରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ସ୍ଥିତିରେ ଭାରତ ଦୁଇ ଦେଶକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ପ୍ରଧାନମନ୍ତ୍ରୀ ମୋଦି X ରେ କହିଛନ୍ତି, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ମୁଁ ଚିନ୍ତିତ । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଭାରତ […]

ସଂପୂର୍ଣ୍ଣ ପଢନ୍ତୁ
Earthq

ଥରିଲା ଥାଇଲାଣ୍ଡ: ଆଖି ଆଗରେ ଧୂଳିସାତ୍ ହେଲା ସୁଉଚ୍ଚ ଅଟ୍ଟାଳିକା

ମିଆଁମାର: ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା, ସ୍ଥିର ଥିବା ଦୁନିଆଟା ଦୋହଲିବାକୁ ଲାଗିଲା । ସାରା ସହର ଥରି ଉଠିଲା ଆଉ ଆଖି ପିଛୁଳାକେ ଘରଦ୍ବାର, କୋଠାବାଡି, ଗଛଲତା, ବ୍ରିଜ, ବିଜୁଳି ଖୁଣ୍ଟି ଭାଙ୍ଗିବାକୁ ଲାଗିଲା ଆଉ ଧୁସଧାସ ହୋଇ ଭୁଶୁ଼ଡି ପଡିଲା । ମିଆଁମାରରେ ଦୁଇ ଦୁଇ ଥରର ଭୂକମ୍ପ ଝଟକା ପରେ ପରିସ୍ଥିତି ଭୟଙ୍କର ହୋଇଛି । ରାସ୍ତା ଫାଟି ଆଁ କରିଛି ତ କେଉଁଠି ବିରାଟ ବଡ ଅଟ୍ଟାଳିକା ଭୁଶୁଡି ପଡିଛି । […]

ସଂପୂର୍ଣ୍ଣ ପଢନ୍ତୁ
U8wz0zbusrk87xhkaf2q

ଭୟଙ୍କର ଭୂକମ୍ପ: ଚାହୁଁ ଚାହୁଁ ଆଖି ପିଛୁଳାକେ ଭୁଶୁଡ଼ିପଡିଲା ବିରାଟ ବ୍ରିଜ୍

ମିଆଁମାର: ଭୟଙ୍କର ଭୂକମ୍ପରେ ଭୁଶୁଡିଲା ବିରାଟକାୟ ବ୍ରିଜ୍ । ନଦୀରେ ଭାଙ୍ଗିପଡିଲା ବ୍ରିଜ । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବ୍ରିଜକୁ ଭାଙ୍ଗିମୋଡି ପାଣି ପାଟିରେ ଭରିଦେଲା । ଆଉ ହଠାତ୍ ଏକ ବିରାଟ ବ୍ରିଜ୍ ଭୁଶୁଡି ପଡିବା ପରେ ନଦୀର ପାଣି ଦିଭାଗ ହୋଇଗଲା | ତେବେ ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଛି । ସେପଟେ ୭.୭ ତୀବ୍ରତାର ଭୂକମ୍ପରେ ମିଆଁମାର ଅନେକ ଧନ ଜୀବନ ନଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ