CAG ରିପୋର୍ଟ: ସଚ୍ଚୋଟତା ଉପରେ ସନ୍ଦେହ, ଆପ୍‌ ଉପରେ ବର୍ଷିଲେ ହାଇକୋର୍ଟ

ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ମାସରେ ପଡିବ ଭୋଟ୍‌। ଏହି ନିର୍ବାଚନୀ ଭିତରେ ଆମ୍‌ ଆଦମୀ ପାର୍ଟି ସରକାର ଉପରେ ବର୍ଷିଛନ୍ତି ଦଲ୍ଲୀ ହାଇକୋର୍ଟ। ସିଏଜି ରିପୋର୍ଟକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଆପର୍‌ ସଚ୍ଚୋଟତା ଉପରେ କୋର୍ଟ ସନ୍ଦେହ ପ୍ରକାଶ କରିଛନ୍ତି। ସିଏଜି ରିପୋର୍ଟକୁ ନେଇ ଆମ୍‌ ଆଦମୀ ପାର୍ଟି ଯେଉଁ ପ୍ରକାରେ ନିଜ ଗୋଡ ପଛକୁ ହଟାଇଛି ତାକୁ ନେଇ ତା’ର ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି ହୋଇଥିବା କୋର୍ଟ କହିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ମହାକୁମ୍ଭରୁ ମାଲାମାଲ ହେବ ୟୁପି, ରାଜ୍ୟ ଆୟ କରିବ ୨ ଲକ୍ଷ କୋଟି!

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଛନ୍ତି। ୨୬ ଫେବ୍ରୁଆରୀ ଯାଏ ଚାଲିବାକୁ ଥିବା ଏହି ମେଳାରେ ୪୫ କୋଟି ଲୋକଙ୍କ ଆଗମନ ହେବା ଆଶଙ୍କା ରହିଛି। ଏହାଦ୍ୱାରା ମାଲାମାଲ ହେବ ଉତ୍ତର ପ୍ରଦେଶ। ବଢ଼ିବ ରାଜସ୍ୱ। ପ୍ରାୟ ୪ ହଜାର ହେକ୍ଟର ଜମିରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନ କୋଇଲା ଖଣି ବିସ୍ଫୋରଣ – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପାକିସ୍ତାନରେ ମିଥେନ୍ ଗ୍ୟାସ୍ ଯୋଗୁ ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତକାଲି ବେଲୁଚିସ୍ତାନ ପ୍ରଦେଶର କୋଇଲା ଖଣିରୁ ଉଦ୍ଧାରକାରୀମାନେ ଆଉ ୭ଟି ମୃତଦେହ ଉଦ୍ଧାର କରିଥିଲେ। ପ୍ରଦେଶ ଖଣି ବିଭାଗର ମୁଖ୍ୟ ଅବଦୁଲ୍ଲା ଶାଓ୍ଵାନି କହିଛନ୍ତି, ଗତକାଲି ରାତି ସୁଦ୍ଧା ୧୧ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାରକାରୀ କର୍ମଚାରୀମାନେ ଏବେ ବି ଭୁଶୁଡ଼ି ପଡ଼ିଥିବା ଖଣି ଭିତରେ ଶ୍ରମିକଙ୍କୁ ଖୋଜୁଛନ୍ତି। ଉପଯୁକ୍ତ ଖଣି ନିୟମ ପାଳନ ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଥମୁନି ଆମେରିକାରେ ନିଆଁ, ହଜାର ହଜାର ପଶୁପକ୍ଷୀ ମୃତ

ଆମେରିକାରେ ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ୫ ଜଣ ପାଲିସଡେସ୍ ଅଗ୍ନିଶମ ଜୋନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଇଟନ୍ ଫାୟାର ଜୋନରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଲସ୍ ଏଞ୍ଜେଲସ୍ ଆଖପାଖ ଅଞ୍ଚଳରେ ନିଆଁ ଜଳୁଛି, ଯେଉଁଥିରେ ଇଟନ୍, ହର୍ଷ୍ଟ, କେନେଥ୍ ଏବଂ ପାଲିସାଡେସ୍ ଅଗ୍ନିକାଣ୍ଡ ସମେତ ଅନ୍ୟୂନ ୪ଟି ବଡ଼ ଅଗ୍ନିକାଣ୍ଡ ଘଟିଛି, ଯାହା ପ୍ରାୟ ୩୮,୨୭୬ ଏକର ଜମିରେ ବ୍ୟାପିଛି। ୨ଟି ନିଆଁକୁ […]

ସଂପୂର୍ଣ୍ଣ ପଢନ୍ତୁ

କପିଳ ଦେବଙ୍କୁ ହତ୍ୟା କରିବାକୁ ବନ୍ଧୁକ ଧରି ତାଙ୍କ ଘରକୁ ଯାଇଥିଲି: ଯୋଗରାଜ

ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ସର୍ବଦା ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସନ୍ତି। ସେ ଏବେ ପୁଣି ଥରେ ଅନୁରୂପ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକଦା କପିଳ ଦେବଙ୍କୁ ହତ୍ୟା କରିବାକୁ ବନ୍ଧୁକ ଧରି ତାଙ୍କ ଘରକୁ ଯାଇଥିଲି ବୋଲି ଯୋଗରାଜ କହିଛନ୍ତି। ଯୋଗରାଜ କହିଛନ୍ତି, ୧୯୮୩ ବିଶ୍ଵକପ ବିଜେତା ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିବା କପିଳ ଦେବ ତାଙ୍କୁ ଭାରତୀୟ ଦଳରୁ ବାହାର କରିଦେଇଥିଲେ। ତେଣୁ ସେ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବ ଆମ ଯୁବ ଶକ୍ତି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୁବବର୍ଗଙ୍କ ଶକ୍ତି ଖୁବ୍ ଶୀଘ୍ର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଯୁବ ଶକ୍ତି ଉଲ୍ଲେଖନୀୟ ପରିବର୍ତନ ଆଣିବାରେ ସହାୟକ ହେଉଛି। ତାଙ୍କର ବିଶ୍ୱାସ ନୂଆ ପିଢ଼ି ଉପରେ ରହିଛି ଏବଂ ଯୁବପିଢ଼ି ସବୁ ସମସ୍ୟାର ସମାଧାନ ପାଇବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତକୁ ଅଣଦେଖା: ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ମୁହାଁମୁହିଁ

ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତକୁ ଅଣଦେଖା କରାଯିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ. ରବିଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ରାଜ୍ୟପାଳ ବିଧାନସଭା ଅଧିବେସନକୁ ସମ୍ବୋଧିତ ନ କରିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟପାଳଙ୍କ ପିଲାଳିଆମି ବୋଲି କହିଛନ୍ତି। ସେପଟେ ରାଜଭବନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ କଡ଼ା ନିନ୍ଦା କରାଯାଇଛି। ଗତ ୬ ତାରିଖରେ ବିଧାନସଭା ଅଧିବେସନ ଆରମ୍ଭରେ ରାଜ୍ୟପାଳ ସମ୍ବୋଧିତ କରିବାର ଥିଲା। ରାଜ୍ୟପାଳ ଅଭିଭାଷଣ ଦେବା ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ

ଲୋକଙ୍କୁ ନିର୍ବାଚନ ଖର୍ଚ୍ଚ ମାଗିଲେ ଆତିଶୀ

ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜି ଆସନରୁ ଆମ ଆଦମୀ ପାର୍ଟି(ଆପ୍‌)ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନ ଖର୍ଚ୍ଚ ପାଇଁ ସେ ଜନସାଧାରଣଙ୍କୁ ଟଙ୍କା ମାଗିଛନ୍ତି। କ୍ରାଉଡଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ ଯୋଗାଇଦେବାକୁ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ନିର୍ବାଚନ ଲଢ଼ିବା ଲାଗି ଆତିଶୀ ଏକ୍ସ’ରେ ଲେଖିଛନ୍ତି, ଆମେ ଏକତ୍ର ହୋଇ ପ୍ରଗତି ଏବଂ ଆଶାର ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଚାଇନା ଭାଇରସକୁ ନେଇ ବଢିଲା ଟେନସନ୍, ଗୁରୁତ୍ବପୁର୍ଣ୍ଣ ବୈଠକ ଡାକିଲା ସ୍ଵାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଚାଇନା ଭାଇରସକୁ ନେଇ ଚିନ୍ତାରେ ସାରା ଦେଶ । ଚୀନରେ ଦେଖା ଦେଇଥିବା ଏଚଏମପିଭି ଭାଇରସ ଏବେ ଧିରେ ଧିରେ ସାରା ବିଶ୍ଵରେ ବ୍ୟାପିବାରେ ଲାଗିଛି । ଆଉ ଏହାରି ଭିତରେ ଭାରତରେ ପ୍ରବେଶ କରିଛି ଏହି ଭାଇରସ୍ । ଯାହାକୁ ନେଇ ଆଲର୍ଟ ମୋଡରେ କେନ୍ଦ୍ର ସରକାର । ସେପଟେ ଏହାକୁ ନେଇ ରାଜ୍ୟରେ ମଧ୍ୟ ବଢିଛି ଚିନ୍ତା । ଏହାକୁ ଗୁରୁତର ସହକାରେ ନେଇ ଗୁରୁତ୍ଵପୁର୍ଣ୍ଣ ବୈଠକ ଡାକିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା ଯିବେ ଜୟଶଙ୍କର; ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଜାନୁଆରୀ ୨୦ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଜାନୁଆରୀ ୨୦ରେ ଶପଥ ନେବେ ଟ୍ରମ୍ପ। ଗତ ବର୍ଷ ନଭେମ୍ବର ମାସରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ୩୧୨ ଏବଂ କମଳା ହ୍ୟାରିସଙ୍କୁ ୨୨୬ ଖଣ୍ଡ ଭୋଟ୍ ମିଳିଥିଲା। ନିର୍ବାଚନରେ ​​ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଖଣ୍ଡ ଭୋଟ୍ ଆବଶ୍ୟକ। ବୈଦେଶିକ […]

ସଂପୂର୍ଣ୍ଣ ପଢନ୍ତୁ