ପାକିସ୍ତାନ କୋଇଲା ଖଣି ବିସ୍ଫୋରଣ – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଦେଶବିଦେଶ
Spread the love

ପାକିସ୍ତାନରେ ମିଥେନ୍ ଗ୍ୟାସ୍ ଯୋଗୁ ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତକାଲି ବେଲୁଚିସ୍ତାନ ପ୍ରଦେଶର କୋଇଲା ଖଣିରୁ ଉଦ୍ଧାରକାରୀମାନେ ଆଉ ୭ଟି ମୃତଦେହ ଉଦ୍ଧାର କରିଥିଲେ। ପ୍ରଦେଶ ଖଣି ବିଭାଗର ମୁଖ୍ୟ ଅବଦୁଲ୍ଲା ଶାଓ୍ଵାନି କହିଛନ୍ତି, ଗତକାଲି ରାତି ସୁଦ୍ଧା ୧୧ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାରକାରୀ କର୍ମଚାରୀମାନେ ଏବେ ବି ଭୁଶୁଡ଼ି ପଡ଼ିଥିବା ଖଣି ଭିତରେ ଶ୍ରମିକଙ୍କୁ ଖୋଜୁଛନ୍ତି। ଉପଯୁକ୍ତ ଖଣି ନିୟମ ପାଳନ ହୋଇଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି। ବେଲୁଚିସ୍ତାନର କ୍ୱେଟାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ସାଞ୍ଜଦି ଅଞ୍ଚଳରେ ଗୁରୁବାର ରାତିରେ ଏହି କୋଇଲା ଖଣି ଭୁଶୁଡ଼ି ପଡ଼ିଥିଲା।

Leave a Reply

Your email address will not be published. Required fields are marked *