୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ପାଇଁ ମାଗଣା ପର୍ଯ୍ୟଟକ ଭିଜା

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୪/୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ଦ୍ବିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି। ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରାଯାଇଛି। ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ସମ୍ପର୍କରେ ସହମତି ହୋଇଛି। ବିଶେଷ କରି ପ୍ରବାସୀ, ସ୍ବାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ ସୁରକ୍ଷା, ଜାହାଜ ନିର୍ମାଣ, ରସାୟନିକ ଏବଂ ସାର ଭଳି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି।ପୁଟିନଙ୍କ ସହିତ ହୋଇଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦୀ ରୁଷବାସୀଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଥିଲେ। ଭାରତ ପକ୍ଷରୁ ରୁଷର ନାଗରିକଙ୍କ ପାଇଁ ମାଗଣା ପର୍ଯ୍ୟଟକ ଭିଜା ଆରମ୍ଭ ହୋଇଛି। ଏହି ଇ-ଭିଜା ୩୦ ଦିନ ପାଇଁ ବୈଧ ରହିବ ବୋଲି ମୋଦୀ କହିଥିଲେ।

ଏସବୁ ବ୍ୟତୀତ ଯେଉଁ ୭ଟି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି ସେସବୁ ହେଉଛି:-

୧- ସହଯୋଗ ଏବଂ ପ୍ରବାସନ ବୁଝାମଣା(ଏଗ୍ରିମେଣ୍ଟ ଅନ୍‌ କୋଅପରେସନ ଆଣ୍ଡ ମାଇଗ୍ରେସନ)

୨- ଅସ୍ଥାୟୀ ଶ୍ରମ କ୍ରିୟାକଳାପ(ଟେମ୍ପୋରାରୀ ଲେବର ଆକ୍ଟିଭିଟିଜ)

୩- ସ୍ବାସ୍ଥ୍ୟସେବା ଏବଂ ମେଡିକାଲ ଶିକ୍ଷା(ଏଗ୍ରିମେଣ୍ଟ ଅନ ହେଲ୍‌ଥ କେୟାର, ମେଡିକାଲ ଏଜୁକେଶନ)

୪- ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା(ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ)

୫- ଜାହାଜ ନିର୍ମାଣ୬- ସାମୁଦ୍ରିକ ସହଯୋଗ

୭- କୃଷିସାର

Leave a Reply

Your email address will not be published. Required fields are marked *