ସାମ୍ବାଦିକ ମୁକେଶଙ୍କ ହତ୍ୟା ଘଟଣାରେ ଟ୍ୱିଷ୍ଟ; ସଂପର୍କୀୟ ଭାଇ ଗିରଫ

ଛତିଶଗଡ଼ର ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କ ହତ୍ୟା ଘଟଣାରେ ଆସିଛି ରୋଚକ ମୋଡ଼। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ମୁକେଶଙ୍କ ସଂପର୍କୀୟ ଭାଇ ରିତେଶ ଚନ୍ଦ୍ରାକର। ନିଜର ଅନୁସନ୍ଧାନମୂଳକ ରିପୋର୍ଟ ପାଇଁ ଛତିଶଗଡ଼ରେ ବେଶ୍ ଜଣାଶୁଣା ଥିବା ସାମ୍ବାଦିକ ମୁକେଶ ଚନ୍ଦ୍ରାକର ନିକଟରେ ବସ୍ତର ଅଞ୍ଚଳରେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ। ଏହି ରାସ୍ତା ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ଏହି ପର୍ଯ୍ୟାୟରେ ୨୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ତା’ ମଧ୍ୟରେ ରହିଛି ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ସାହିବ ସିଂହ ବର୍ମା ଓ ରମେଶ ବିଧୂଡ଼ୀଙ୍କ ନାଁ। ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପ୍ରବେଶଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିପକ୍ଷରେ କାଲକାଜୀରେ ବରିଷ୍ଠ ନେତା ରମେଶ […]

ସଂପୂର୍ଣ୍ଣ ପଢନ୍ତୁ

ଲଦାଖକୁ ପୁଣି ନିଜର କହିଲା ଚାଇନା: ଜୋରଦାର ବିରୋଧ କଲା ଭାରତ

ପୁଣିଥରେ ନୂଆ ଭେଳିକି ଦେଖାଇଛି ଚାଇନା। ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ନିଜର କହିଛି ବେଜିଂ। ଚାଇନା ପକ୍ଷରୁ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରାଯାଉଛି। ଏହାର କିଛି ଅଂଶ ଲଦାଖ ମଧ୍ୟରେ ଆସୁଛି। ଚାଇନାର ଏପରି ପଦକ୍ଷେପକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଭାରତ ସରକାର ଏନେଇ କୂଟନୀତିକ ସ୍ତରରେ ଚାଇନା ନିକଟରେ ଅଭିଯୋଗ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୨୭ରେ ଚାଇନାର ସରକାରୀ ଗଣମାଧ୍ୟମ କହିଥିଲା ଯେ […]

ସଂପୂର୍ଣ୍ଣ ପଢନ୍ତୁ

ହାଇଦ୍ରାବାଦ ଦଳାଚକଟା ଘଟଣା: ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଏହି ଘଟଣାରେ ଅଭିନେତାଙ୍କୁ ଶୁକ୍ରବାର ଦିନ ହାଇଦ୍ରାବାଦ ନାମପଲ୍ଲି କୋର୍ଟରୁ ନିୟମିତ ଜାମିନ ମିଳିଯାଇଛି। ଡିସେମ୍ବର ୪ରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମର ପ୍ରିମିୟର ଶୋ’ ବେଳେ ଏହି ଅଘଟଣ ଘଟିଥିଲା। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ନାବାଳକ ପୁଅ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛି। ଏହି କାର୍ଯ୍ୟକ୍ରମକୁ ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଥିଏଟର […]

ସଂପୂର୍ଣ୍ଣ ପଢନ୍ତୁ

ଲାଲୁଙ୍କ ଅଫର୍‌କୁ ପ୍ରତ୍ୟାଖାନ କଲେ ନୀତିଶ କୁମାର

ପାଟ୍‌ନା: ସରଗରମ ହେଲାଣି ବିହାର ରାଜନୀତି । ବିହାରର ମୁଖ୍ୟମନ୍ତ୍ରୀ ଏନଡିଏ ଛାଡୁଥିବା ଖବର ଚର୍ଚ୍ଚା ହେବା ପରେ ଜଣଙ୍କ ପରେ ଜଣେ ନେତା ଏନେଇ ବୟାନ ଦେବା ଆରମ୍ଭ କଲେଣି । ଏହାରି ଭିତରେ ଆରଜେଡି ନେତା ଲାଲୁପ୍ରସାଦ ଯାଦବ କୁଆଡ଼େ ନୀତିଶଙ୍କୁ ବଡ଼ ଅଫର ଦେଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଲାଲୁଙ୍କ ଅଫର୍‌କୁ ପ୍ରତ୍ୟାଖାନ କରିଛନ୍ତି ନୀତିଶ। ନୂଆ ବର୍ଷ ଅବସରରେ ଲାଲୁ ଯାଦବ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀରେ କେଜ୍ରିୱାଲଙ୍କୁ ମୋଦିଙ୍କ ଟାର୍ଗେଟ, ‘ଆପ୍’କୁ କହିଲେ ‘ଆପଦା’

ଆସନ୍ତା ମାସ(ଫେବୃଆରୀ)ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ବିଜେପି ପାଇଁ ଏକ ପ୍ରକାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍)କୁ ‘ଆପଦା’ ବା ବିପର୍ଯ୍ୟୟ ବୋଲି କହିଛନ୍ତି। ଦୀର୍ଘ ଦିନରୁ କେଜ୍ରିୱାଲଙ୍କ ପୂର୍ବତନ ଆଲିଶାନ ବଙ୍ଗଳାକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ଚାଲିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଡେରା ସଚା ସୌଦାର ମୁଖ୍ୟକୁ ‘ସୁପ୍ରିମ’ ନୋଟିସ

ଆତ୍ମଘୋଷିତ ବାବା ତଥା ଡେରା ସଚା ସୌଦାର ମୁଖ୍ୟ ଗୁରମିତ ସିଂହ ଓ ଅନ୍ୟ ୪ ଜଣଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଡେରା ସଚା ସୌଦାର ପୂର୍ବତନ ମ୍ୟାନେଜର ରଣଜିତ ସିଂହଙ୍କ ହତ୍ୟାକାଣ୍ଡ ଘଟଣାରେ ଏପରି ନୋଟିସ କରାଯାଇଛି। ୨୦୦୨ ମସିହାରେ ରଣଜିତଙ୍କୁ ହତ୍ୟା କରାଯାଇଥିଲା। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ହତ୍ୟାକାଣ୍ଡ ଘଟଣାରେ ଗୁରମିତକୁ ଦୋଷମୁକ୍ତ କରିଥିଲେ। ହେଲେ ଏହାକୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଆଜି ଗୁରମିତ […]

ସଂପୂର୍ଣ୍ଣ ପଢନ୍ତୁ

ଚୀନରେ ଆଉ ଏକ ଭୂତାଣୁ ଆତଙ୍କ, ପବନ ବେଗରେ ବ୍ୟାପୁଛି; ହସ୍ପିଟାଲରେ ମିଳୁନି ଜାଗା

ଚୀନରୁ ଆରମ୍ଭ ହୋଇଥିବା କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲା, ତାହା ଏଯାଏଁ ମନରୁ ଲିଭିନି। ଏପଟେ ସେହି ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଆଉ ଏକ ନୂଆ ଭାଇରସ୍ ପୁଣି ଚିନ୍ତା ବଢ଼ାଇଛି। ପିଲାଠୁ ବୁଢ଼ା ସମସ୍ତଙ୍କୁ ଏହି ନୂଆ ଭାଇରସ୍ ଆକ୍ରାନ୍ତ କରୁଛି। ହୁ ହୁ ହୋଇ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଫଳରେ ହସ୍ପିଟାଲ ଗୁଡ଼ିକ ଭର୍ତ୍ତି ହେଲାଣି। ଚୀନରେ ଚିହ୍ନଟ ହୋଇଥିବା ଏହି ନୂଆ ଭାଇରାସର ଲକ୍ଷଣ […]

ସଂପୂର୍ଣ୍ଣ ପଢନ୍ତୁ

ନିମିଶାଙ୍କୁ ମିଳିଛି ଫାଶୀ: ଇରାନ କହିଲା ଯଥା ସମ୍ଭବ ସହଯୋଗ କରିବୁ, କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ସ୍ୱାମୀ

ନୂଆଦିଲ୍ଲୀ: ଭାରତୀୟ ନାଗରିକ ନିମିଶା ପ୍ରିୟାଙ୍କୁ ୟେମେନ ସରକାର ଫାସୀ ଦେବା ମାମଲାରେ ସହଯୋଗରେ ହାତ ବଢ଼ାଇଛି ଇରାନ। ଘଟଣାକୁ ସେ ୟେମେନ ସରକାଙ୍କ ସମ୍ମୁଖରେ ଉଠାଇବେ। ଓ ଯାହା ଇରାନ ଦ୍ୱାରା ସମ୍ଭବ ସେ ସବୁ କରାଯିବ ବୋଲି ଇରାନ ସରକାର କହିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। ଭାରତର କେରଳ ରାଜ୍ୟରୁ ଆସୁଥିବା ନର୍ସ ନିମିଶା ପ୍ରିୟାଙ୍କୁ ୟେମେନ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ହତ୍ୟା ମାମଲାରେ ନିମିଶା ୨୦୧୭ରେ ୟେମେନ ଜେଲ୍‌ରେ ବନ୍ଦୀ ଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର ଅପରାଧୀଙ୍କ ପ୍ରିୟ ଡିଜିଟାଲ ପ୍ଲାଟଫର୍ମ, ହ୍ୱାଟସଆପରେ ସର୍ବାଧିକ ଠକେଇ

ନୂଆଦିଲ୍ଲୀ : ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋଶାଲ ମିଡିଆ। ହ୍ୱାଟସଆପ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ। ଏସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର ଭାବେ ବାଛିଛନ୍ତି ସାଇବର କ୍ରିମିନାଲ। ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ତିନି ମାସରେ ହ୍ୱାଟସଆପ ଜରିଆରେ ସାଇବର ଠକେଇ ସମ୍ପର୍କିତ ମୋଟ ୪୩ ହଜାର ୭୯୭ଟି ଅଭିଯୋଗ ହୋଇଛି। ତା’ପଛକୁ ରହିଛି ଟେଲିଗ୍ରାମ। ଟେଲିଗ୍ରାମ ଜରିଆରେ ୨୨ ହଜାର […]

ସଂପୂର୍ଣ୍ଣ ପଢନ୍ତୁ