ଏନଡିଏର ବୈଠକ ରେ ନୀତିଶ୍ ନେତା ନିର୍ବାଚିତ

ବିହାର, ୧୯/୧୧ : ବିହାରରେ ନୂତନ ସରକାର ଗଠନ ପାଇଁ ଆଜି ଏନଡିଏର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନୀତିଶ ଜେଡିୟୁର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବିହାର ବିଧାନସଭାରେ ଏନଡିଏ ସଦସ୍ୟଙ୍କ ସଂଖ୍ୟା ଗରିଷ୍ଠତା ପାଇଁ ପୁଣି ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସ୍ଥିର ହୋଇଛି । ଆଗାମୀ କାର୍ଯ୍ୟସୂଚୀ ଅନୁସାରେ ଆଜି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫା ପ୍ରଦାନ କରିବେ ନୀତିଶ ଏବଂ ବିଧାନସଭା ଭଙ୍ଗ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ୟାଙ୍କର ସହିତ ଧକ୍କା ହେଲା ବସ୍‌ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୧୭/୧୧: ସାଉଦି ଆରବର ମଦିନା ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଉମରା କରିବାକୁ ଯାଉଥିବା ଅନେକ ଭାରତୀୟ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ଖାଇବା ଫଳରେ ବସଟି ଜଳିଯାଇଥିଲା, ଯାହା ଫଳରେ ପ୍ରାୟ ୪୨ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି। ସୋମବାର ସକାଳେ ମୁଫାରିହାତ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ମିଳିଛି ଯେ, ବସ୍‌ଟି […]

ସଂପୂର୍ଣ୍ଣ ପଢନ୍ତୁ

ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଦେଲେ କୋଟ

ନୂଆଦିଲ୍ଲୀ, ୧୭/୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟଙ୍କ ଏଭଳି ରାୟକୁ ନେଇ ଶେଖ ହସିନା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏ ନିଷ୍ପତ୍ତିକୁ ସେ ଏକପାଖିଆ ଓ ରାଜନୀତିରୁ ପ୍ରେରିତ ବୋଲି ଦାବି କରିଛନ୍ତି। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋ ପକ୍ଷ ନଶୁଣି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି। ଏହି ନିଷ୍ପତ୍ତି ଏମିତି ଏକ ଟ୍ରିବ୍ୟୁନାଲ୍ ଦେଇଛନ୍ତି ଯାହାକୁ ଅଣନିର୍ବାଚିତ […]

ସଂପୂର୍ଣ୍ଣ ପଢନ୍ତୁ

ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ ବିକ୍ରି

କଟକ, ୧୭/୧୧: ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ଟିକେଟ ବିକ୍ରି। ଏ ନେଇ ସୋମବାର ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ। ତେବେ ଡିସେମ୍ବର ୧ ତାରିଖରେ ଅନଲାଇନ​‌ରେ ଟିକେଟ ମିଳିବ। ଡିସେମ୍ବର ୩ ଏବଂ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୯ ତାରିଖରେ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌

ନୂଆଦିଲ୍ଲୀ, ୧୭/୧୧: ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ଗତ ୧୦ ତାରିଖରେ ଘଟିଥିବା କାର ବିସ୍ଫୋରଣ ଘଟଣାରେ ବାଂଲାଦେଶ ଲିଙ୍କ୍‌ ସାମ୍ନାକୁ ଆସିଛି। ଏହି ଆତ୍ମଘାତୀ ଆକ୍ରମଣ ପଛରେ ବାଂଲାଦେଶର ହାତ ଥିବା ତଦନ୍ତକାରୀ ସଂସ୍ଥା ଏନଆଇଏକୁ ସୂଚନା ମିଳିଛି। ଆକ୍ରମଣ ପୂର୍ବରୁ ବାଂଲାଦେଶର ରାଜଧାନୀ ଢାକାରେ ଷଡ଼ଯନ୍ତ୍ରକାରୀ ଆତଙ୍କୀଙ୍କ ବୈଠକ ବସିଥିଲା। ଏହି ବୈଠକରେ ଆକ୍ରମଣର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇଥିଲା। ବୈଠକରେ ଆତଙ୍କବାଦୀ ସୈଫୁଲ୍ଲା ସୈଫ, ହିଜବୁଲ ଆତଙ୍କୀ ସଂଗଠନର ଢାକା ମୁଖ୍ୟ ଜୁବେର […]

ସଂପୂର୍ଣ୍ଣ ପଢନ୍ତୁ

ଜାତୀୟ ପ୍ରେସ୍‌ ଦିବସ

ସମାଜର ଦୁଃଖୀ ଦରିଦ୍ର ବର୍ଗଙ୍କ ଦୁଃଖ ଦୁର୍ଦଶାରୁ ଆରମ୍ଭ କରି ସଂଘର୍ଷ ଓ ବିଜୟ ପର୍ଯ୍ୟନ୍ତ ସବୁ ସ୍ଥିତିରେ ଲୋକଙ୍କ ସହିତ ଠିଆ ହେଉଥିବା ବ୍ୟକ୍ତିଟି ହେଉଛି ସାମ୍ବାଦିକ। ବ୍ୟକ୍ତି, ଅନୁଷ୍ଠାନ, ପ୍ରଶାସନକୁ ସହଯୋଗ କରି ଆସୁଥିବା ସାମ୍ବାଦିକ ସହିତ କେହି ଠିଆ ହୁଅନ୍ତି ନାହିଁ। ଆଜି ପ୍ରଶାସନରୁ ଆରମ୍ଭ କରି ଶିଳ୍ପସଂସ୍ଥା ପର୍ଯ୍ୟନ୍ତ ନିଜ ପ୍ରଚାର ପ୍ରସ​‌ାର ପାଇଁ ସାମ୍ବାଦିକଙ୍କୁ ଖୁବ୍ ଭଲଭାବେ ଉପଯୋଗ କରନ୍ତି। କୌଣସି ସମସ୍ୟାକୁ ଅଙ୍ଗୁଳି ନିର୍ଦେଶ କଲେ ବିରୋଧ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ପରିବେଶବିତ୍‌ ପଦ୍ମଶ୍ରୀ ଥିମକ୍କାଙ୍କର ୧୧୪ ବର୍ଷରେ ପରଲୋକ

ବେଙ୍ଗାଲୁରୁ, ୧୫/୧୧: ପ୍ରଖ୍ୟାତ ପରିବେଶବିତ୍‌ ତଥା ପ୍ରଦ୍ମଶ୍ରୀ ପୁରସ୍କାର ବିଜେତା ସାଲୁମରଦା ଥିମକ୍କାଙ୍କର ୧୧୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଥିମକ୍କା ହଜାର ହଜାର ଚାରାରୋପଣ କରିବା ଓ ତା’ର ରକ୍ଷଣାବେକ୍ଷଣ କରି ପୂରା ଦେଶରେ ଚର୍ଚ୍ଚାକୁ ଆସିଥିଲେ। ବୃକ୍ଷଗୁଡ଼ିକ ସେ ନିଜର ସନ୍ତାନ ଭଳି ସୁରକ୍ଷା ଦେଉଥିବାରୁ ତାଙ୍କୁ ବୃକ୍ଷଙ୍କ ମା’ ବୋଲି କୁହାଯାଇଥାଏ।ଥିମକ୍କାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷା ଦେଲେ ଜନସାଧାରଣ: ମୁଣ୍ଡ ନୁଆଁଇ ଶୁଳ୍କ ହଟାଇଲେ ଟ୍ରମ୍ପ୍‌

ୱାଶିଂଟନ, ୧୫/୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ କୃଷି ଆମଦାନୀ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଏକ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଗୋମାଂସ, ଟମାଟୋ, କଫି ଏବଂ କଦଳୀ ଭଳି ଉତ୍ପାଦଗୁଡ଼ିକ ପାରସ୍ପରିକ ଶୁଳ୍କରୁ ମୁକ୍ତ ରହିବେ। କିନ୍ତୁ ସମ୍ପୂର୍ଣ୍ଣ ଶୁଳ୍କରୁ ମୁକ୍ତ ରହିବେ ନାହିଁ। ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଜନସାଧାରଣଙ୍କ ଅସନ୍ତୋଷ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ଆମେରିକା ଉପରେ ବିନାଶକାରୀ […]

ସଂପୂର୍ଣ୍ଣ ପଢନ୍ତୁ

୧୯ରେ ମିଳିବ ପିଏମ-କିଷାନର ୨୧ତମ କିସ୍ତି

ନୂଆଦିଲ୍ଲୀ, ୧୫/୧୧: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ)ର ୨୧ତମ କିସ୍ତି ଆସନ୍ତା ୧୯ ତାରିଖ (ବୁଧବାର) ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତି ବାବଦ ଅର୍ଥ ଯୋଜନା ଅନ୍ତର୍ଭୁକ୍ତ ୨୦କୋଟି କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରିବେ। ଏହି କିସ୍ତିରେ ପ୍ରତି କୃଷକଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା ହେବ। ପିଏମ୍‌-କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରାଯାଉଛି। […]

ସଂପୂର୍ଣ୍ଣ ପଢନ୍ତୁ

ବିହାର ରେ ଜଙ୍ଗଲରାଜ ବିରୋଧରେ ଜନାଦେଶ: ମୋଦୀ

ନୂଆଦିଲ୍ଲୀ, ୧୪/୧୧ : ବିହାର ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବିହାରବାସୀ ବିକାଶ ପାଇଁ ଭୋଟ ଦେଇଛନ୍ତି । ବିହାର ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ବିପୁଳ ବିଜୟ, ଏହି ଅଟଳ ବିଶ୍ୱାସ… ବିହାରର ଲୋକମାନେ ବଜ୍ରପାତକୁ ଉଡ଼ାଇ ଦେଇଛନ୍ତି। ଆମେ, NDA, ଲୋକଙ୍କ ସେବକ। ଆମେ ଆମର କଠିନ ପରିଶ୍ରମରେ ଲୋକମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ