ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜନ୍ମବାର୍ଷିକୀରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ରାଜଘାଟରେ ପହଞ୍ଚିଥିଲେ। ସେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାର ଅନେକ ଫଟୋ ଏବେ ଭାଇରାଲ ହେଉଛି। ଆଜି ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜନ୍ମବାର୍ଷିକୀ।  ତେବେ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବରୁ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

୬ଟି ରବି ଫସଲର ଏମଏସପି ବୃଦ୍ଧି

ନୂଆଦିଲ୍ଲୀ,୨/୧୦: କେନ୍ଦ୍ର କ୍ୟାବିନେଟ୍‌ ବୁଧବାର, ୧ ଅକ୍ଟୋବରରେ ୨୦୨୬-୨୭ ବିପଣନ ଋତୁ ପାଇଁ ୬ଟି ରବି ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗହମର ଏମଏସପି ୬.୫୯% ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୨,୪୨୫ ଟଙ୍କାରୁ ୨,୫୮୫ ଟଙ୍କା ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ବୃଦ୍ଧି କୃଷି ମୂଲ୍ୟ ଓ ଖର୍ଚ୍ଚ ଆୟୋଗ […]

ସଂପୂର୍ଣ୍ଣ ପଢନ୍ତୁ

ଶାହାରୁଖ ଖାନ୍‌ ପ୍ରଥମଥର ପାଇଁ ଆରବପତି କ୍ଲବରେ ସାମିଲ

ମୁମ୍ବାଇ,୨/୧୦:  ବଲିଉଡ୍‌ର ‘ବାଦଶାହ’ ଶାହାରୁଖ ଖାନ୍‌ (୫୯) ପ୍ରଥମ ଥର ପାଇଁ ଆରବପତି କ୍ଲବରେ ସାମିଲ ହୋଇଛନ୍ତି। ୨୦୨୫ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ୍‌ରେ ସେ ୧୨,୪୯୦ କୋଟି ଟଙ୍କାର ସମ୍ପତ୍ତି ସହ ବଲିଉଡ୍‌ର ସବୁଠାରୁ ଧନୀ ଅଭିନେତା ଭାବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ୨୦୨୪ରେ ସେ ୭,୩୦୦ କୋଟି ଟଙ୍କା ସହ ଏହି ତାଲିକାରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିଲେ। ତାଲିକାରେ ଜୁହୀ ଚାୱଲା ଓ ତାଙ୍କ ପରିବାର ୭,୭୯୦ କୋଟି ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

ରାଜସ୍ଥାନରେ ୬ ଶିଶୁ ମୃତ୍ୟୁ: ସ୍କାନରରେ କଫ ସିରପ୍‌

ରାଜସ୍ଥାନ,୨/୧୦: ରାଜସ୍ଥାନର ସିକାରରେ ମାଗଣା ଔଷଧ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ଡେକ୍ସଟ୍ରୋମେଥର୍ଫନ୍‌ ହାଇଡ୍ରୋବ୍ରୋମାଇଡ୍‌ ସିରପ୍‌ ପିଇ ୫ ବର୍ଷୀୟ ଶିଶୁର ମୃତ୍ୟୁ ଓ ଭାରତପୁରରେ ୩ ବର୍ଷୀୟ ଶିଶୁର ଗୁରୁତର ଅବସ୍ଥା ପରେ କେନ୍ଦ୍ରୀୟ ଦଳ ମପିର ଛିନ୍ଦବାଡ়ାରେ ୬ ଶିଶୁର ମୃତ୍ୟୁରେ ତଦନ୍ତ୍ୱ ଆରମ୍ଭ କରିଛି। ଏହି ଜିଲାରେ ଗତ ମାସରେ କିଡନି ଇନ୍ଫେକ୍ସନ୍‌ ସନ୍ଦେହରେ ୬ ଶିଶୁ ମରିଛନ୍ତି, ଯାହାରେ କୋଲ୍ଡ୍ରିଫ୍‌ ଓ ନେକ୍ସ୍ଟ୍ରୋ-ଡିଏସ୍‌ ସିରପ୍‌ର ସମ୍ପର୍କ ସନ୍ଦେହ। ଜିଲା ପ୍ରଶାସନ ଏହି […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ରୀୟ କର୍ମଚାରୀଙ୍କ DA ୩ ପ୍ରତିଶତ ବୃଦ୍ଧି: ପିଛିଲା ଭାବେ ୧ ଜୁଲାଇରୁ ଲାଗୁ ହେବ

ନୂଆଦିଲ୍ଲୀ,୧/୧୦: କେନ୍ଦ୍ର ସରକାର ଦେଶର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍‌ (DR) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କରିଛନ୍ତି। ଏହି ବୃଦ୍ଧି ୧ ଜୁଲାଇ ୨୦୨୫ଠାରୁ ପିଛିଲା ଭାବେ ଲାଗୁ ହେବ।ଏହି ନିଷ୍ପତ୍ତି ଫଳରେ ପ୍ରାୟ ୪୯ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍‌ସନଧାରୀ ଉପକୃତ ହେବେ। ଏହା ଦ୍ୱାରା ସରକାରଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ବଢିବ ନାହିଁ EMI, RBI ଦେଲା ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ,୧/୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ଏହାକୁ ୫.୫% ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରା ନୀତି କମିଟି (MPC) ର ତିନି ଦିନିଆ ବୈଠକ ପରେ, RBI ଗଭର୍ନର ସଞ୍ଜୟ ମାଲହୋତ୍ରା ଆଜି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପୂର୍ବ MPC ବୈଠକରେ ମଧ୍ୟ ସୁଧ ହାର ଅପରିବର୍ତ୍ତିତ ରଖାଯାଇଥିଲା। ଏହି ନିଷ୍ପତ୍ତି ବିଶ୍ୱ ଆର୍ଥିକ ଅନିଶ୍ଚିତତା ସମୟରେ ଆସିଛି। ଘରୋଇ ସ୍ତରରେ, GST ସଂସ୍କାର ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଆଜିଠୁ ପେନସନ ସିଷ୍ଟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧/୧୦: ଅବସର ପାଇଁ ପ୍ରସ୍ତୁତି ଏବେ କେବଳ ସଞ୍ଚୟ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ନିବେଶର ମଧ୍ୟ ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ, ଗତ ୧୬ ବର୍ଷ ମଧ୍ୟରେ ଜାତୀୟ ପେନସନ ବ୍ୟବସ୍ଥା (NPS) ଏକ ନିର୍ଭରଯୋଗ୍ୟ ବିକଳ୍ପ ପାଲଟିଛି। ଏହି ସରକାର-ସମର୍ଥିତ ଯୋଜନା କର-ଅନୁକୂଳ ଏବଂ ବଜାର-ସଂଯୁକ୍ତ, ଦୀର୍ଘକାଳୀନ ଭାବରେ ସ୍ଥିର ରିଟର୍ନର ପ୍ରତିଶ୍ରୁତି ଦେଉଛି। ଏହି କାରଣରୁ ଲକ୍ଷ ଲକ୍ଷ ନିବେଶକ ଏହାକୁ ସେମାନଙ୍କର ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରିବାର ଏକ ଉପାୟ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

ଗ୍ରାହକଙ୍କୁ ଝଟକା, ବଢ଼ିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧/୧୦: ଅକ୍ଟୋବର ମାସ ଆରମ୍ଭ ହୋଇଛି ଏବଂ ଏହା ଅନେକ ବଡ଼ ପରିବର୍ତ୍ତନ ସହିତ ଆରମ୍ଭ ହୋଇଛି। ମାସର ପ୍ରଥମ ଦିନରେ ହିଁ ମୁଦ୍ରାସ୍ଫୀତିର ଏକ ବଡ଼ ଆଘାତ ଲାଗିଛି। ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତୈଳ ବିପଣନ କମ୍ପାନିଗୁଡ଼ିକ ଦିଲ୍ଲୀରୁ ମୁମ୍ବାଇ ଏବଂ କୋଲକାତାରୁ ଚେନ୍ନାଇ ପର୍ଯ୍ୟନ୍ତ ଏଲପିଜିର ମୂଲ୍ୟ ବୃଦ୍ଧି କରିଛନ୍ତି। କିଛି ସହରରେ ୧୫ଟଙ୍କା ବୃଦ୍ଧି ପାଇଥିବା ବେଳେ କିଛି ସହରରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୬ଟଙ୍କାକୁ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ପ୍ରଥମ

ନୂଆଦିଲ୍ଲୀ,୧/୧୦: ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍‌ ରେଜିଷ୍ଟର୍‌ କରିଛି, ଯାହା ଆଇପିସିର ଧାରା ୩୫୪(ବି) ଅଧୀନରେ ଅତ୍ୟନ୍ତ ଚିନ୍ତାଜନକ। ଏହି କ୍ଷେତ୍ରରେ ଉତ୍ତର ପ୍ରଦେଶ (୧,୭୫୦ କେସ୍‌)କୁ ଓଡିଶା ପଛରେ ପକାଇଛି। ଏହି ରିପୋର୍ଟ୍‌ ରାଷ୍ଟ୍ରୀୟ ସ୍ତରରେ ମହିଳାଙ୍କ ବିରୋଧରେ ଅପରାଧରେ ୪% ବୃଦ୍ଧି ଦର୍ଶାଇଛି, ଯାହା […]

ସଂପୂର୍ଣ୍ଣ ପଢନ୍ତୁ

ତାମିଲନାଡୁରେ ଥର୍ମାଲ ପାଓ୍ବାର ଷ୍ଟେଶନ ବିଲ୍ଡିଂ ଭୁଶୁଡିବାରୁ୯ମୃତ

ଚେନ୍ନାଇ,୧/୧୦:  ମଙ୍ଗଳବାର ସଂଧ୍ୟାରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଏନୋର ଥର୍ମାଲ ପାୱାର ପ୍ଲାଣ୍ଟର ନୂଆ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ, ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଫସି ଯାଇଥିଲେ। ଦୁର୍ଘଟଣାର ଖବର ପାଇ ଥର୍ମାଲ ପାଓ୍ବାର ପ୍ଲାଣ୍ଟର ଶ୍ରମିକମାନେ ଘଟଣାସ୍ଥଳକୁ ଦୌଡ଼ି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ସମୟରେ, ବାସିନ୍ଦାମାନେ ପୋଲିସ ଏବଂ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସୂଚନା ଦେଇଥିଲେ, ଯାହା ଫଳରେ ଏକ ପୋଲିସ ଦଳ […]

ସଂପୂର୍ଣ୍ଣ ପଢନ୍ତୁ