ପୁଣି ହାରିଲା ଭାରତ, ୨ ଉଇକେଟରେ ଜିତିଲା ଅଷ୍ଟ୍ରେଲିଆ

ଖେଳ ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୨୩/୧୦: ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ ପରାଜିତ ହୋଇଛି ଟିମ ଇଣ୍ଡିଆ। ଘରୋଇ ଅଷ୍ଟ୍ରେଲିଆ ଦଳ ୨ ଉଇକେଟରେ ବିଜୟୀ ହୋଇଛି। ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୨୨ ବଲ ବାକି ଥାଇ ୮ ଉଇକେଟ ବିନିମୟରେ ଟାର୍ଗେଟ ପୂରଣ କରିନେଇଥିଲା। ଦଳ ପକ୍ଷରୁ ମ୍ୟାଥ୍ୟୁ ଶର୍ଟ ସର୍ବାଧିକ ୭୪ ଏବଂ କୁପର କନୋଲୀ ୬୧ ରନ କରି ଦଳର ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା ଏବଂ ଓ୍ବାଶିଂଟନ ସୁନ୍ଦର ୨ଟି ଲେଖାଏ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳକୁ ଗୋଟିଏ ମ୍ୟାଚ ବାକି ଥାଇ ଅଷ୍ଟ୍ରେଲିଆ ୨-୦ରେ ଜିତି ନେଇଛି।ଗୁରୁବାର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ୭୩ ରନ ଏବଂ ଶ୍ରେୟସ ଆୟାରଙ୍କ ୬୧ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୬୪ ରନ ସଂଗ୍ରହ କରିଥିଲା। ଅକ୍ଷର ପଟେଲ ୪୪ ରନ ସଂଗ୍ରହ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିବାରେ ସଫଳ ହୋଇପାରି ନ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ସର୍ବାଧିକ ୪ଟି ଉଇକେଟ ନେଇଥିବାବେଳେ ଜାଭିଅର ବାର୍ଟଲେଟ ୩ ଓ ମିଚେଲ ଷ୍ଟାର୍କ ୨ଟି ଉଇକେଟ ଅକ୍ତିଆର କରିଥିଲେ।

Leave a Reply

Your email address will not be published. Required fields are marked *