ଆମେରିକା ଯିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି: ଭାରତର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ଯୋଗଦେବେ ନାହିଁ। ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁଏନଜିଏରେ ଭାରତକୁ ପ୍ରତିନିଧିତ୍ୱ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ UNGAରେ ଯୋଗ ନ ଦେବା ନିଷ୍ପତ୍ତି ଏପରି ସମୟରେ ଆସିଛି। ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ଜରିମାନା ଲଗାଇଛନ୍ତି, ଯାହା ପରେ ଭାରତ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଗୁରୁଦିବସରେ ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫

ନୂଆଦିଲ୍ଲୀ/ଭୁବନେଶ୍ୱର,୫/୯: ପବିତ୍ର ଗୁରୁଦିବସ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଛି ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ଶିକ୍ଷକ ଦ୍ୱୟ ହେଲେ ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ । ବସନ୍ତ ରଣା ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ଥିବାବେଳେ ଶିକ୍ଷକ ତରୁଣ ଦାଶ କୋରାପୁଟ […]

ସଂପୂର୍ଣ୍ଣ ପଢନ୍ତୁ

ଶସ୍ତା ହେବ ପେଟ୍ରୋଲ ଡିଜେଲ : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୫/୯: ଜିଏସଟି ସ୍ଲାବରେ ସଂସ୍କାର ପରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ସର୍ବଦା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରନ୍ତି। ସେ କହିଛନ୍ତି ଯେ ଏହି ନବରାତ୍ରିର ପ୍ରଥମ ଦିନରୁ, କମ ହାର ଯୋଗୁ ଜନସାଧାରଣ ଅଧିକ ସାମଗ୍ରୀ କିଣିପାରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର (୩ ସେପ୍ଟେମ୍ବର ୨୦୨୫) ସ୍ପଷ୍ଟ କରିଛନ୍ତି ଯେ ଏବେ କେବଳ ଦୁଇଟି ଜିଏସଟି ସ୍ଲାବ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ରହିବ, ଯେତେବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ରାତ୍ର ଭୋଜନରେ ଟ୍ରମ୍ପଙ୍କୁ ଟେକ୍ ସିଇଓ ମାନଙ୍କ ପ୍ରଶଂସା

ଓ୍ୱ।ସିଙ୍ଗଟନ୍,୫/୯: ହ୍ୱାଇଟ ହାଉସରେ ଆୟୋଜିତ ଏକ ରାତ୍ରିଭୋଜରେ ଯୋଗ ଦେଇ ଆପଲ, ଗୁଗଲ, ମେଟା ଓ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀମାନେ ବିପୁଳ ନିବେଶର ପ୍ରତିଶ୍ରୁତି ଦେଇ ରାଷ୍ଟ୍ରପତିଙ୍କଠାରୁ ପ୍ରଶଂସା ପାଇଛନ୍ତି। ଆପଲର ସିଇଓ ଟିମ କୁକଙ୍କୁ ଟ୍ରମ୍ପ ପଚାରିଥିଲେ, “ଆପଲ ଆମେରିକାରେ କେତେ ନିବେଶ କରୁଛି? ମୁଁ ଜାଣେ ଏହା ଏକ ବିପୁଳ ପରିମାଣ। ଆପଣ ପୂର୍ବରୁ ଅନ୍ୟତ୍ର ଥିଲେ, କିନ୍ତୁ ଏବେ ଆପଣ ବଡ଼ ପରିମାଣରେ ଘରକୁ ଫେରୁଛନ୍ତି। କେତେ ଟଙ୍କା ନିବେଶ କରିବେ?” ଟିମ […]

ସଂପୂର୍ଣ୍ଣ ପଢନ୍ତୁ

ଝିଅକୁ ଉତ୍ତରାଧିକାରୀ ଭାବେ ବାଛିଲେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ

ବେଜିଂ,୪/୯: ପୁଣି ଚର୍ଚ୍ଚାରେ କିମ ଜୋଙ୍ଗ ଉନଙ୍କ ଝିଅ କିମ ଜୋ ଆହ। ୧୫ ବର୍ଷୀୟା କିମ ଜୋ ଆହଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଏ। କିମ ଜୁ ଆହଙ୍କୁ ପୂର୍ବରୁ ଅନେକ ସାର୍ବଜନୀନ ଅବସରରେ ତାଙ୍କ ପିତାଙ୍କ ସହ ଦେଖାଯାଇଛି। କିମ ଜୋଙ୍କର ୩ଟି ସନ୍ତାନ ଥିବା ବେଳେ ପୁଅ ବଡ଼। ପ୍ରଶ୍ନ ଉଠୁଛି ଯେ କିମ ତାଙ୍କ ବଡ଼ ପୁଅକୁ ଛାଡି ତାଙ୍କ ଝିଅକୁ କାହିଁକି […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକା ସୃଷ୍ଟି କଲା ନୂଆ ରେକର୍ଡ

ଓ୍ବାଶିଂଟନ୍‌,୪/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା ବେଳେ ଆମେରିକା କିନ୍ତୁ ଏଥିରୁ ବିପୁଳ ଲାଭ କରୁଛି। ଅଗଷ୍ଟ ମାସରେ ଆମେରିକା ଟାରିଫ୍‌ରୁ ରାଜସ୍ବ ବୃଦ୍ଧି ପାଇ ୩୧ ବିଲିୟନ ଡଲାର ହୋଇଛି, ଯାହା ୨୦୨୫ରେ ଏକ ମାସରେ ସର୍ବାଧିକ ରେକର୍ଡ। ଗୁରୁବାର ଟ୍ରେଜେରୀ ବିଭାଗ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୫ ପାଇଁ ମୋଟ ଟାରିଫ୍‌ ରାଜସ୍ବ ୧୮୩ ବିଲିୟନ ଡଲାର ଅତିକ୍ରମ କରିସାରିଲାଣି । ୨୦୨୫ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ପ୍ରତିଷ୍ଠାନ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୫ ଘୋଷଣା

ନୂଆଦିଲ୍ଲୀ,୪/୯: ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ଜାତୀୟ ପ୍ରତିଷ୍ଠାନ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୫ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବରେ ରାଙ୍କିଂ ଜାରି କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା NIRFର ସରକାରୀ ୱେବସାଇଟ nirfindia.org ରେ ଉପଲବ୍ଧ କରାଯାଇଛି। ଏହି ବର୍ଷ ମଧ୍ୟ, IIT ମାଡ୍ରାସ ସାମଗ୍ରିକ ବର୍ଗରେ ପ୍ରଥମ ସ୍ଥାନରେ ରହିଛି। ଏହି ପ୍ରତିଷ୍ଠାନ ଲଗାତାର ୧୦ତମ ଥର ପାଇଁ ଏହି ସ୍ଥାନ […]

ସଂପୂର୍ଣ୍ଣ ପଢନ୍ତୁ

୨୨ ସେପ୍ଟେମ୍ବର ୨୦୨୫ରୁ ଜିଏସ୍‌ଟିରେ ବହୁମୁଖୀ ସଂସ୍କାର

ନୂଆଦିଲ୍ଲୀ, ୩/୯:  ଜିଏସ୍‌ଟି କାଉନ୍ସିଲ୍‌ ବୁଧବାର ଘୋଷଣା କରିଛି ଯେ ୨୨ ସେପ୍ଟେମ୍ବର ୨୦୨୫ରୁ କେବଳ ଦୁଇଟି ଟିକସ ହାର ୫% ଓ ୧୮% ଲାଗୁ ହେବ । ପାନ ମସଲା, ସିଗାରେଟ, ଚିନିଯୁକ୍ତ ଏରେଟେଡ୍‌ ଜଳ ଓ କାର୍ବୋନେଟେଡ୍‌ ପାନୀୟ ପାଇଁ ଏକ ବିଶେଷ ୪୦% ଟିକସ ହାର ରହିବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ମଧ୍ୟମ ବର୍ଗ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ଯଥା ଟିଭି, ଏୟାର କଣ୍ଡିସନର ଓ ୩୫୦ ସିସିରୁ […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍ତର ଭାରତରେ ବନ୍ୟା ପରିସ୍ଥିତି

ନୂଆଦିଲ୍ଲୀ, ୩/୯:  ବର୍ତ୍ତମାନ ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟାନକ ରହିଛି । ଗଙ୍ଗା ନଦୀ ପରେ ଏବେ ଯମୁନା ନଦୀ ମଧ୍ୟ ନିଜର ଭୟଙ୍କର ରୂପ ଦେଖାଉଛି । କ୍ରମାଗତ ବର୍ଷା ଏବଂ ଉପରମୁଣ୍ଡରୁ ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି । ମଙ୍ଗଳବାର ରାତିରେ ଯମୁନାର ଜଳସ୍ତର […]

ସଂପୂର୍ଣ୍ଣ ପଢନ୍ତୁ

ନଭେମ୍ବର ସୁଦ୍ଧା ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ହୋଇପାରେ

ନୂଆଦିଲ୍ଲୀ, ୨/୯: ଭାରତ ଉପରେ ୫୦ ପ୍ରତିଶତ ଟାରିଫ ବସାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।  ଆମେରିକା ପ୍ରଶାସନର ଅଧିକାରୀମାନେ ବାରମ୍ବାର ଭାରତ ବିରୋଧରେ ବୟାନ ଦେଉଛନ୍ତି । ଏଥିପାଇଁ ଭାରତ ଓ ଆମେରିକା ସଂପର୍କ ଖରାପ ହୋଇଛି । ଏସବୁ ମଧ୍ୟରେ ଏକ ଆଶାଜନକ କଥା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ । ସେ କହିଛନ୍ତି ଯେ ଆସନ୍ତା ନଭେମ୍ବର ସୁଦ୍ଧା ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷରିତ ହୋଇପାରେ ।   ଗ୍ଲୋବାଲ ଇନଭେଷ୍ଟର୍ସ […]

ସଂପୂର୍ଣ୍ଣ ପଢନ୍ତୁ