୫ କୋଟି ଦେଅ: ରିଙ୍କୁ ସିଂହଙ୍କୁ ଧମକ ଦେଲା ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ

ଖେଳ ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୯/୧୦:ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହ ତାଙ୍କ ଚମତ୍କାର ଖେଳ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ଏସିଆ କପରୁ ଫେରିଥିବା ବେଳେ ରିଙ୍କୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ଅଣ୍ଡରୱାର୍ଲ୍ଡରୁ ରିଙ୍କୁ ସିଂହଙ୍କୁ ଧମକ ମିଳିଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ପ୍ରକାଶ ପାଇଛି।।

ତେବେ ରିଙ୍କୁ ସିଂହଙ୍କୁ ମିଳିଥିବା ଧମକ ପାଇଁ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି। ସେମାନେ ଚଳିତ ବର୍ଷ ଫେବୃଆରିରୁ ଏପ୍ରିଲ୍ ମଧ୍ୟରେ ରିଙ୍କୁ ସିଂହଙ୍କ ପ୍ରମୋସନାଲ୍ ଦଳକୁ ତିନୋଟି ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ। ଏହି ମେସେଜରେ ସେମାନେ ରିଙ୍କୁ ସିଂହଙ୍କଠାରୁ ୫ କୋଟି ଟଙ୍କା ଦାବି କରିଥିଲେ।ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ନାମ ମହମ୍ମଦ ଦିଲଶାଦ ଏବଂ ମହମ୍ମଦ ନାଭିଦ ଥିବା ଜଣାପଡ଼ିଛି। ଦୁଇ ଅଭିଯୁକ୍ତ ଦିଲଶାଦ ଏବଂ ନାଭିଦଙ୍କୁ ୱେଷ୍ଟଇଣ୍ଡିଜରୁ ଗିରଫ କରାଯାଇଛି। ଅଗଷ୍ଟ ୧ ତାରିଖରେ ୱେଷ୍ଟଇଣ୍ଡିଜ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ରିପୋର୍ଟ କରିଛି ଯେ ଜିଶାନ ସିଦ୍ଦିକି ଏପ୍ରିଲ ୧୯ ରୁ ୨୧ ମଧ୍ୟରେ ଧମକପୂର୍ଣ୍ଣ ଇମେଲ୍ ପାଇଥିଲେ। ଏହି କ୍ରମରେ ଦେଖିବାକୁ ଗଲେ ରିଙ୍କୁ ସିଂହଙ୍କ ପ୍ରମୋସନାଲ୍ ଟିମ୍ ଫେବୃଆରିରୁ ଏପ୍ରିଲ ମଧ୍ୟରେ ତିନୋଟି ଧମକ ପାଇଛନ୍ତି।

Leave a Reply

Your email address will not be published. Required fields are marked *