ଟ୍ରମ୍ପଙ୍କୁ ନେତାନ୍ୟାହୁଙ୍କ ଚେତାବନୀ: ମହାଶକ୍ତିର ବି ସହଯୋଗୀ ଆବଶ୍ୟକ

ଦେଶବିଦେଶ
Spread the love

ତେଲ୍‌ ଅଭିଭ୍‌, ୮/୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଅତି କ୍ଷୀପ୍ର ଗତିରେ ପରିବର୍ତ୍ତନଶୀଳ ବିଶ୍ବରେ ବୈଶ୍ବିକ ଶକ୍ତିଗୁଡ଼ିକ ଏକାକୀ ରହିପାରିବେନି। ମହାଶକ୍ତିମାନଙ୍କର ବି ସହଯୋଗୀ ଆବଶ୍ୟକ ବୋଲି ନେତାନ୍ୟାହୁ ଗୁରୁତ୍ବାରୋପ କରି କହିଛନ୍ତି। ଇସ୍ରାଏଲ ଏକ୍ଷେତ୍ରରେ ବିପଦକୁ ମୁକାବିଲା କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ହୋଇଛି ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ନେତାନ୍ୟାହୁ କହିଛନ୍ତି, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଉନ୍ନତି ଏବଂ (ଇଣ୍ଟେଲିଜେନ୍ସ ସେୟାରିଂ) ପାଇଁ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ମିତ୍ରଙ୍କ ଉପରେ ନିର୍ଭର କରନ୍ତି। ‘ଆମେରିକା ପ୍ରଥମ’ ମାନେ ନୁହେଁ ଯେ ଆମେରିକା ଏକାକୀ କିମ୍ବା ‘କେବଳ ଆମେରିକା’। ସାଂପ୍ରତିକ ଦୃଶ୍ୟପଟରେ ସମସ୍ତରାଷ୍ଟ୍ର ସହଯୋଗୀ ଆବଶ୍ୟକ କରୁଛନ୍ତି। ମହାଶକ୍ତିର ବି ସହଯୋଗ ଆବଶ୍ୟକ। ଚୀନ୍‌ ଓ ରୁଷ୍‌ର ବି ସହଯୋଗୀ ଅଛନ୍ତି। ରଣନୈତିକ ଲାଭ ବଜାୟ ରଖିବା ପାଇଁ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଆମେରିକା ହୃଦ୍‌ବୋଧ କରବା ଆବଶ୍ୟକ ବୋଲି ନେତାନ୍ୟାହୁ ଚେତାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *