ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟ

ଖୋର୍ଦ୍ଧା,୧୫/୧୦: ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର। ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାଁରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଡମାଣିତ୍ରୀର ଶିଶିର ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ଗତ ଏକ ମାସ ଧରି ସେ କାର୍ଯ୍ୟାଳୟକୁ ଦୌଡୁଥିବାବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ: ଗଣ ଦୁଷ୍କର୍ମ ନୁହେ

ଦୁର୍ଗାପୁର, ୧୫ /୧୦: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି।ଅନ୍ୟପଟେ ପୀଡ଼ିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ ବୋଲି କମିଶନର କହିଛନ୍ତି। କେବଳ ଜଣେ ଅଭିଯୁକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ବଦଳିଲେ ଚୌଦ୍ଵାର ଜେଲର

କଟକ, ୧୩/୧୦: ଶେଷରେ ଚୌଦ୍ଵାର ଜେଲରକୁ ବଦଳି କରାଯାଇଛି। ଜେଲର ସନ୍ତୋଷିନୀ ଦାଶଙ୍କୁ ଚୌଦ୍ଵାର ଜେଲରୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଛି। ସନ୍ତୋଷିନୀଙ୍କ ସ୍ଥାନରେ କଣ୍ଟାବାଞ୍ଜି ସବଜେଲ୍‌ର ଜେଲର ତଥା ଅଧୀକ୍ଷକ ରଘୁରାଜ ମାଝୀଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ରଘୁରାଜ ଚୌଦ୍ଵାର କାରାଗାରର ଜେଲର ଭାବେ ଦାୟିତ୍ଵ ନିର୍ବାହ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।ଉଲ୍ଲେଖଯୋଗ୍ୟ, ନିକଟରେ ଚୌଦ୍ଵାର ଜେଲରୁ ଦୁଇ ଜଣ କଏଦୀ ତାର ଜାଲି କାଟି ପାଚେରି […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍ସ ଲ୍ୟାବ୍‍ ଆସିଷ୍ଟାଣ୍ଡ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିକରି ହତ୍ୟା

ଭୁବନେଶ୍ୱର ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ଡ୍ୟୁଟିକୁ ଆସୁଥିବା ବେଳେ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ସୁଧାଂଶୁଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ମିଳିଥିବା ସୂଚନା ଅନୁସାରେ ଡ୍ୟୁଟି ଆସିବା ବେଳେ ଲ୍ୟାବ୍‍ ଆସିଷ୍ଟାଣ୍ଡ ସୁଧାଂଶୁ ଖୁଣ୍ଡିଆଙ୍କୁ ତିନି ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ । ସୁଧାଂଶୁଙ୍କ ଘର […]

ସଂପୂର୍ଣ୍ଣ ପଢନ୍ତୁ

ତାଲିବାନ୍‌ ଆକ୍ରମଣରେ ୫୮ ପାକିସ୍ତାନ ସୈନ୍ୟ ନିହତ

କାବୁଲ, ୧୩/୧୦: ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସେନା ଆକ୍ରମଣରେ ପାକିସ୍ତାନର ୫୮ ଜଣ ସୈନ୍ୟ ନିହତ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ରାତିରେ ପାକ୍‌-ଆଫ୍‌ଗାନ ସୀମାନ୍ତ ବରହମପୁରରେ ଏଭଳି ଆକ୍ରମଣ କରାଯାଇଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ କହିଛନ୍ତି ଯେ ପାକିସ୍ତାନ ନିଜ ମାଟିରେ ଆଇଏସ୍‌ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇଏସ୍‌ ଆତଙ୍କବାଦୀମାନେ ଆଫ୍‌ଗାନିସ୍ତାନ ସମେତ ଅନ୍ୟ ରାଷ୍ଟ୍ର ପ୍ରତି ବିପଦ ସୃ​‌ଷ୍ଟି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଫ୍‌ଗାନିସ୍ତାନର […]

ସଂପୂର୍ଣ୍ଣ ପଢନ୍ତୁ

ମମତାଙ୍କ ମୁହଁ ପୁଟାଣି

କୋଲକାତା,୧୨/୧୦: ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ୍ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ତଥା ଓଡ଼ିଶାର ଜଳେଶ୍ୱର ଅଞ୍ଚଳର ୨୩ ବର୍ଷୀୟ ଯୁବତୀଙ୍କୁ ଗଣବଳାତ୍କାର ଘଟଣା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ନ ଦେବାକୁ ପରାମର୍ଶ ଦେଇ ଘରୋଇ କଲେଜଗୁଡ଼ିକର ଦାୟିତ୍ୱ ଉପରେ ଜୋର ଦେଇଛନ୍ତି, ଯାହାକୁ ଭାଜପା ପୀଡିତଙ୍କ ପ୍ରତି ଲଜ୍ଜା ବୋଲି ଅଭିହିତ କରିଛି।ଶୁକ୍ରବାର ରାତିରେ ଛାତ୍ରୀଜଣକ ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ବସ୍ତି ଉଚ୍ଛେଦ ବେଳେ ବିଦ୍ୟୁତ ଆଘାତରେ ଜଣେ ମୃତ

ଭୂବନେଶ୍ଵର, ୧୧/୧୦: ବସ୍ତି ଉଚ୍ଛେଦ ବେଳେ ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ଜ​‌ଣକ ଜୀବନ। ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଗଣ୍ଡମୁଣ୍ଡା ଅଞ୍ଚଳରେ। ଶନିବାର ପ୍ରଶାସନ ପକ୍ଷରୁ ଗଣ୍ଡମୁଣ୍ଡାରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଥିଲା। ଏହି ସମୟରେ ବିଦ୍ୟୁତ ତାର ଛିଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତାରେ ମୃତଦେହ ରଖି ଅବରୋଧ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ଗାଜା ଅସ୍ତ୍ରବିରତି ଲାଗୁ, ଯୁଦ୍ଧର ଅନ୍ତ ଘଟିଛି

ତେଲ୍‌ ଅଭିଭ୍‌, ୧୧/୧୦: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହୋଇଛି। ଏହା ସହିତ ଗାଜା ଯୁଦ୍ଧ ଶେଷ ହୋଇଛି ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶୁକ୍ରବାର ଘୋଷଣା କରିଛି। ଦକ୍ଷିଣ ଇସ୍ରାଏଲରେ ୨୦୨୩ ଅକ୍ଟୋବର ୭ରେ ହମାସର ଭୟାନକ ଆକ୍ରମଣ ପରଠାରୁ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିବା ପୂରା ବିଶ୍ବକୁ ଆଶ୍ବସ୍ତ କରିଛି। ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲର ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଛୋଟ ଅପରାଧୀଙ୍କୁ ଦଣ୍ଡ ପରିବର୍ତ୍ତେ ଜୋରିମାନା: ରାଜ୍ୟ କ୍ୟାବିନେଟ ନିଷ୍ପତି

ଭୁବନେଶ୍ବର, ୧୧/୧୦ : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟରେ କ୍ଷୁଦ୍ର ଓ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରି ବିଶ୍ବାସଭିତ୍ତିକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ କ୍ୟାବିନେଟ ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ, ୨୦୨୫କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଅଣ-ଗୁରୁତର ଅପରାଧଗୁଡ଼ିକୁ […]

ସଂପୂର୍ଣ୍ଣ ପଢନ୍ତୁ

ମହାକାଳପଡା ତହସିଲଦାର୍‌ ଗିରଫ

ମହାକାଳପଡା, ୧୦/୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର ଗିରଫ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିବ ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ତହସିଲଦାରଙ୍କ ଆୟଠାରୁ ୧୯୦ ପ୍ରତିଶତ ସମ୍ପତ୍ତି ଅଧିକ ଥିବା ସୂଚନା ମିଳିଛି। ଗୁରୁବାର ଚଢାଉ ବେଳେ ଶିବଙ୍କଠାରୁ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ୪ କୋଠା, ୭ଟି ପ୍ଲଟ୍ , ୧୮ ଲକ୍ଷ ଜମା ଟଙ୍କା ଏବଂ ନଗଦ ଦେଢ ଲକ୍ଷ ଟଙ୍କା ଜବତ ହୋଇଥିଲା।

ସଂପୂର୍ଣ୍ଣ ପଢନ୍ତୁ