କଟକର ଐତିହାସିକ ବାଲିଯାତ୍ରା ଅବସରରେ ଜାତୀୟ ବୋଟ୍ ରେସ୍, ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

କଟକ, ୧୧/୧୧: କଟକ ର ଐତିହାସିକ ବାଲିଯାତ୍ରା ଅବସରରେ ପ୍ରଥମ ଥର ପାଇଁ ମହାନଦୀ ରେ ଆଜି ମଙ୍ଗଳବାର ପୂର୍ବାହ୍ନ ରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ବୋଟ୍ ରେସ୍ ଓ ଫ୍ଲାଏ ବୋଟ୍ ସୋ କାର୍ଯ୍ୟକ୍ରମ।ଏହାକୁ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ୧୦ ଟି ରାଜ୍ୟର ପୁରୁଷ ଟିମ୍ ଓ ୫ ଟି ରାଜ୍ୟର ମହିଳା ଟିମ୍ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଏହି ସୋ ଦେଖିବାକୁ ମହାନଦୀ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’

କଟକ, ୭/୧୧: ଲକ୍ଷେଶ୍ଵର ପ୍ରଡ଼କ୍ସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ର ପୋଷ୍ଟ ପ୍ରଡ଼କ୍ସନ କାମ ଶେଷ ହୋଇଛି। ଆଗାମୀ ଜାନୁଆରୀରେ ଏହାର ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି। ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଭୂମିକାଙ୍କ ସହିତ ନାୟକ ମଣ୍ଟୁ ନଜର ଆସୁଛନ୍ତି। ଚକ୍ରାନ୍ତର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ପିନୁ ନାୟକ। କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଏବଂ ସଂଳାପ ରଚନା କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

‘ହକ୍‌’ ଚଳଚ୍ଚିତ୍ରକୁ ହାଇକୋର୍ଟଙ୍କ ଅନୁମତି

ଭୋପାଳ, ୭/୧୧: ଇମ୍ରାନ ହାସ୍‌ମି ଓ ୟାମି ଗୌତମ ଅଭିନୀତି ହିନ୍ଦୀ ଚଳଚ୍ଚିତ୍ର ‘ହକ୍‌’ର ମୁକ୍ତିଲାଭକୁ ବିରୋଧ କରି ଶାହ ବାନୋ ବେଗମଙ୍କ ଝିଅ ସିଦ୍ଦିକା ବେଗମ ଯେଉଁ ପିଟିସନ ଦାଏର କରିଥିଲେ, ତାହାକୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୁରୁବାର ଖାରଜ କରିଦେଇଛନ୍ତି। ଶୁକ୍ରବାର (ନଭେମ୍ବର ୭) ଚଳଚ୍ଚିତ୍ରଟି ମୁକ୍ତିିଲାଭ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କଟକଣା ଲାଗୁ କରିବା ଅଯୁକ୍ତିକର ବୋଲି ହାଇକୋର୍ଟ କହିଛନ୍ତି। ସିଦ୍ଦିକା ଅତିକମରେ ଏକ ମାସ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ବାଲିଯାତ୍ରା ପୂର୍ବ ଭାରତର ସର୍ବବୃହତ୍‌ ବାଣିଜ୍ୟିକ ଓ ସାଂସ୍କୃତିକ ମେଳା : ମୁଖ୍ୟମନ୍ତ୍ରୀ

କଟକ, ୬/୧୧ : ଓଡ଼ିଶାର ଗୌରବମୟ ଇତିହାସର ସୁନ୍ଦର ପରିଚୟ ଐତିହାସିକ ବାଲିଯାତ୍ରା। ଏହା କେବଳ ମେଳା ନୁହେଁ; ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଓଡ଼ିଆ ସାଧବ ପୁଅଙ୍କ ସାହସ ଆଉ ବାଣିଜ୍ୟର ଜୀବନ ସ୍ମୃତି। ବାଲିଯାତ୍ରା ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ମୁକ୍ତାକାଶ ବାଣିଜ୍ୟିକ ମେଳା। ବାଲିଯାତ୍ରା ଅାୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପାରାଦୀପ, ୫/୧୧: ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ, ୫/୧୧: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ କଟକ ବାଲିଯାତ୍ରା ବୁଧବାର ଉଦଘାଟିତ ହୋଇଯାଇଛି। ଏ ନେଇ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।ବାଲିଯାତ୍ରାକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅତିଥିବୃନ୍ଦ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ପ୍ରଥମ ଦିନରେ ବାଲିଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସଂପୂର୍ଣ୍ଣ ପଢନ୍ତୁ

୬ଟି ପର୍ଯ୍ୟଟନ ସ୍ଥଳୀରେ ଇକୋ-ରିଟ୍ରିଟ୍‌

ଭୁବନେଶ୍ବର, ୩/୧୧: ରାଜ୍ୟ ପର୍ଯ୍ୟଟନ ବିଭାଗ ଚଳିତ ମାସ ୧୫ରେ ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପତିସୋନାପୁର ଏବଂ ପୁଟସିଲ୍‌ରେ ଇକୋ-ରିଟ୍ରିଟ୍‌ ଆରମ୍ଭ କରିବ। ଡିସେମ୍ବର ‌୧୩ରେ କୋଣାର୍କରେ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବ। ଏଥିପାଇଁ ବିଭାଗ ପକ୍ଷରୁ ଅନ୍‌ଲାଇନ ବୁକିଂ ଆରମ୍ଭ ହୋଇଛି। ଗତବର୍ଷ ଏହି ସମୟରେ ୭% ବୁକିଂ ହୋଇଥିବା ବେଳେ ଏବର୍ଷ ବୁକିଂ ୧୬%କୁ ବୃଦ୍ଧି ହୋଇଛି। ପର୍ଯ୍ୟଟନ ବିଭାଗ ଇକୋ-ରିଟ୍ରିଟ୍‌ ମାଧ୍ୟମରେ ବିଦେଶୀ ପର୍ଯ୍ୟଟକଙ୍କୁ ଗ୍ରାମୀଣ ଲୋକଙ୍କ ଚାଲିଚଳଣ, କଥାବାର୍ତ୍ତା, ସଂସ୍କୃତି, ଯାନିଯାତ୍ରା, […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୧/୧୧: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ଚଳିତବର୍ଷ ଆରମ୍ଭରେ ତାଙ୍କ ଆଖି ସର୍ଜରୀ ହୋଇଥିଲା । ହସ୍ପିଟାଲରୁ ବାହାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା […]

ସଂପୂର୍ଣ୍ଣ ପଢନ୍ତୁ

ମୁମ୍ବାଇର ଏକ ଷ୍ଟୁଡିଓରେ ପଣବନ୍ଦୀ ଥିବା ୨୦ ଶିଶୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ମୁମ୍ବାଇ,୩୦/୧୦ : ମୁମ୍ବାଇର ପୱାଇ ଅଞ୍ଚଳରେ ଏକ ଅତ୍ୟନ୍ତ ସଂବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଅଡିସନ ବାହାନାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏକ ଷ୍ଟୁଡିଓରେ ପ୍ରାୟ ୨୦ ଶିଶୁଙ୍କୁ ବନ୍ଧକ ରଖିଥିଲା । ତେବେ ପୁଲିସ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁସାରେ ରୋହିତ ଆର୍ଯ୍ୟା (Rohit Arya) ନାମକ ଏହି ବ୍ୟକ୍ତି ଶିଶୁମାନଙ୍କୁ ପବଇସ୍ଥିତ RA ଷ୍ଟୁଡିଓର ପ୍ରଥମ ମହଲାରେ ବନ୍ଧକ ରହିଥିଲା । ସେ ସୋସିଆଲ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ତ୍ରୀଙ୍କ ସହ ମିଶି ଛଠ୍‌ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୮/୧୦: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଠ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ସରକାର ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତାର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ଏବଂ ଓଡ଼ିଶାରେ ଛଟ ପୂଜା ଏହି ସାଂସ୍କୃତିକ ଏକତାର ଉଦାହରଣ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସ୍ତ୍ରୀ ଡଃ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଯୋଗ ଦେଇ ସମସ୍ତ ପୂଜାର ବିଧି ପାଳନ […]

ସଂପୂର୍ଣ୍ଣ ପଢନ୍ତୁ